Take a fresh look at your lifestyle.

ହୁ୍ୟସିଲ୍ ମାଧ୍ୟମରେ ସୃଙ୍ଖଳିତ କରାଯାଇପାରେ

0 6

Get real time updates directly on you device, subscribe now.

ଢେଙ୍କାନାଳ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତିଙ୍କ ସଭାପତିତ୍ୱରେ ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବିଦ୍ୟାଳୟରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର କର୍ତ୍ତବ୍ୟ ବିଦ୍ୟାଳୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କିପରି ଏକ ହୁ୍ୟସିଲ୍ ମାଧ୍ୟମରେ ସୃଙ୍ଖଳିତ କରାଯାଇପାରେ ସେ ତାଙ୍କ ପିଲାଦିନର କଥାକୁ ମନେପକାଇ ସଚେତନ କରାଇଥିଲେ ।

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଯୋଗଦେଇ ଜୋନ୍ ସ୍ତରରୁ କିପରି ଖେଳକୁ ପ୍ରାଧାନ୍ୟ ଦେଇ ଚୟନ କରାଯାଇପାରିବ ତା’ର ଉଦାହରଣ ରଖିଥିଲେ । ଶାରୀରିକ ଶିକ୍ଷା ନରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା ବାର୍ଷିକ ବିବରଣୀ ପାଠ କରିଥିଲେ । ପୂର୍ବ ବର୍ଷର ଆୟ ବ୍ୟୟର ହିସାବ ସହିତ ଏ ବର୍ଷର ଆୟବ୍ୟୟର ଆକଳନ ଓ ବାର୍ଷିକ ଖେଳ କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ ଏବଂ ଏହାକୁ ସର୍ବସମ୍ମତି କ୍ରମେ କମିଟିରେ ଅନୁମୋଦନ କରାଗଲା ।

କମିଟିର ଅନ୍ୟାନ୍ୟ ଅଧିକାରୀ ତଥା ସଦର ବ୍ଲକ୍ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ଓଡାପଡା ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର କାଲୋ ଓ ପର୍ଜଙ୍ଗ ବ୍ଲକ୍ ଶିକ୍ଷା ଅଧିକାରୀ ହରିହର ଦେହୁରୀ ଯୋଗଦେଇଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ ମହାନ୍ତି ଓ ଜିଲ୍ଲା କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଅଭିଜିତ୍ ମିଶ୍ର ଅଂଶଗ୍ରହଣ କରିଥିଲେ । ଜିଲ୍ଲାର ଆଠଟି ବ୍ଲକ୍ର ବ୍ଲକ୍ ସମ୍ପାଦକ ଯଥାକ୍ରମେ ସୁଶୀଲ କୁମାର ପଣ୍ଡା, ପ୍ରତାପ ସାମନ୍ତ, ଅନିଲ କୁମାର ନନ୍ଦ, ଦୁଲ୍ଲାରାମ ମୁର୍ମୁ, ସାଗର ରାଉତ, ଦୁଷ୍ମନ୍ତ ସେଠୀ, ଉମେଶ ସାମଲ ଓ ମନୋରଞ୍ଜନ ବାରିକ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଜିଲ୍ଲାର ସମସ୍ତ ଜୋନାଲ୍ ସେକ୍ରେଟାରୀ ଯୋଗ ଦେଇଥିଲେ । ଶାରୀରିକ ଶିକ୍ଷା ଶିକ୍ଷକ ବିପିନି ବିହାରୀ ସାହୁ ପରିଚାଳନା କରିଥିଲେ । ପ୍ରଶାନ୍ତ ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ସଭାକାର୍ଯ୍ୟରେ ସହଯୋଗ କରିଥିଲେ । ସର୍ବଶେଷରେ ଜିଲ୍ଲାର ଯୁଗ୍ମ ସମ୍ପାଦକ ସୁବ୍ରତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.