Take a fresh look at your lifestyle.

ଜିଲାର ୬ କଳାକାର ଦଳଙ୍କୁ ୬୦ ହଜାର ଟଙ୍କା ସହାୟତା

0 12

Get real time updates directly on you device, subscribe now.

ଢେଙ୍କାନାଳ : ରାଜନୀତି ଜୁଆଡେ ଯାଉଛି ଯାଉ । କିନ୍ତୁ ସାଧାରଣ ଲୋକଟିଏ ତା’ର ଜୀବନଜୀବିକା ପାଇଁ ଅନେକ ସମୟରେ ବାରଦୁଆର ଶୁଣ୍ଢିପିଣ୍ଡା ହୋଇଥାଏ ।

୫-ଟି ସଚିବ ଭି.କେ. ପାଣ୍ଡିଆନ୍ଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ ସମୟରେ ହିନେ୍ଦାଳ ବ୍ଲକ୍ର ୩ଟି, ପରଜଙ୍ଗ ବ୍ଲକ୍ର ୨ଟି ଓ ଓଡାପଡା ବ୍ଲକ୍ର ୧ଟି ଏହିପରି ମୋଟ୍ ୬ଟି ସଂରୀର୍ତନ ମଣ୍ଡଳୀ ଓ ପାଇକ ଆଖଡା ଦଳ ସହାୟତା ପାଇଁ ଦରଖାସ୍ତ ଦେଇଥିଲେ । ଆଶା ନଥିଲା, ସହାୟତା ଏତେ ଚଂଚଳ ପହଁଚିବ ବୋଲି । ଏମିତି କେତେ ଦରଖାସ୍ତ ତଳ ଉପର ହୋଇ କୁଆଡେ ଯାଏ ।

ହେଲେ ୫-ଟି ସଚିବଙ୍କ ପ୍ରତିଶ୍ରୁତି ଥିଲା ନିଆରା । ଏହାର ବିଚାର କରାଯାଇ ଦରଖାସ୍ତ କରିଥିବା ୬ଟି ଦଳକୁ ସେମାନଙ୍କର ଆବଶ୍ୟକୀୟ ସଙ୍ଗୀତ ଉପକରଣ ଓ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି । ଆଜି ଦିନ ସାଢେ ଗୋଟାଏ ସମୟରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ତାଙ୍କ ଦପ୍ତରରେ ୬ଟି ସାଂସ୍କୃତିକ ଦଳର ଦଳପତିଙ୍କୁ ଚେକ୍ ଆକାରରେ ଅର୍ଥ ପ୍ରଦାନ କରିଥିଲେ ।

ଏହି ଦଳଗୁଡିକ ହେଲା ଓଡାପଡା ବ୍ଲକ୍ ସିମିନଇର “”ଶ୍ରୀ ଶ୍ରୀ ସିଦେ୍ଧକାମେଶ୍ୱରୀ ପାଇକଆଖଡା ଯୁବକ ସଂଘ”, ପରଜଙ୍ଗ ବ୍ଲକ୍ ଗଡପରଜଙ୍ଗର “”ବୀରଗଡ ପରଜଙ୍ଗ ପାଇକଆଖଡା” ଓ କନ୍ଦରସିଂହା ପଂଚାୟତ ମଝିକା ଗ୍ରାମର “”ଓମ୍ ଶ୍ରୀଶ୍ରୀ ହରିହର ସଂକୀର୍ତନ ମଣ୍ଡଳୀ” ଏବଂ ହିନେ୍ଦାଳ ବ୍ଲକ୍ ଜରଡା ପଂଚାୟତ ଠେଙ୍ଗା ଗ୍ରାମର “”ମା’ ଶାରଳା ମହିଳା ସଂକୀର୍ତନ ମଣ୍ଡଳୀ” ରାସୋଳ ପଂଚାୟତ ରାସୋଳ ମୁଣ୍ଡିଆ ସାହିର “”ଶ୍ରୀ ଚୈତନ୍ୟ ସଂକୀର୍ତନ ମଣ୍ଡଳୀ” ଓ ବାବନ୍ଧ ପଂଚାୟତ ବେଡାପଡା ଗ୍ରାମ କାରିଗର ସାହିର “”କାରିଗରସାହି ଭାଗବତ କୀର୍ତନ ମଣ୍ଡଳୀ” ।

ଏହି ସାହାଯ୍ୟ ରାଶି ପ୍ରଦାନ ସମୟରେ ହିନେ୍ଦାଳ ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତି ବିମଳ ବିଶ୍ୱାଳ ଓ ଜିଲ୍ଲା କଳା ସଂସ୍କୃତି ସଂଘର ଉପଦେଷ୍ଟା ପ୍ରଦୁ୍ୟମ୍ନ ରଥ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.