Take a fresh look at your lifestyle.

ସିଦ୍ଧ ବଳରାମଜୀଉଙ୍କର ଜନ୍ମ ଉତ୍ସବ ପାଳିତ।

0 1

Get real time updates directly on you device, subscribe now.

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ସିଦ୍ଧ ବଳରାମଜୀଉଙ୍କର ଜନ୍ମ‌‌‌ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର,ବିଭିନ୍ନ ଫୁଲହାର, ତୁଳସୀ ହାର, ସୁନା ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା

। ବଲ୍ଲଭ ଭୋଗ ଲାଗି କରାଯାଇଥିଲା । ୧୦ ଟା ବେଳେ ଖେଚେଡ଼ି ଭୋଗ । ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଠାକୁରଙ୍କୁ ଆଳତି କରିଥିଲେ। ଓ ପରେ ପରେ ରାଜପରିବାର ପକ୍ଷରୁ ଠାକୁରଙ୍କୁ ଆଳତି ଓ ଚାମର ସେବା କରିଥିଲେ। ରାଜା କାମାକ୍ଷାପ୍ରସାଦ ସିଂଦେଓ ଓ ଯୁବରାଜ ଅମର ଜୈତି ସିଂହଦେଓ ଏବଂ ରାଣୀ ସାହେବ ଠାକୁରଙ୍କୁ ଆଳତି କରିଥିଲେ।

ପୂଜକ ଭାଗୀରଥି ପଣ୍ଡା ରାଜା ସାହେବଙ୍କୁ ପଗଡ଼ି ବାନ୍ଧିଥିଲେ। ମଧ୍ୟାହ୍ନ ରେ ମଙ୍ଗଳାର୍ପଣ ପୂଜା ଓ ଜନ୍ମ ଉତ୍ସବ ପୂଜା, ଚକା ପୁଳି କାକରା ଅର୍ନ ଡାଲମା ଖଟା କ୍ଷୀରୀ ଖେଚେଡ଼ି ଭୋଗ ଲାଗି କରାଯାଇଥିଲା।

ସନ୍ଧ୍ୟା ବେଳେ ଆଳତି ରାତ୍ରରେ ରାତ୍ର ଧୂପ ଓ ପହଡ଼ ପଡ଼ିବ। ପୂଜକ ଭାଗୀରଥି ପଣ୍ଡା, ପୂଜକ ମଳୟ କର, ପୂଜକ ଶ୍ରୀବତ୍ସ ମିଶ୍ର, ପୂଜକ ମନସୁମନ ମିଶ୍ର, ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା,ଦେବତର ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ବଳରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥିଲା।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.