Take a fresh look at your lifestyle.

ମାତୃଭବନ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ

0 3

Get real time updates directly on you device, subscribe now.

ଢେଙ୍କାନାଳ : ମାତୃଭବନ ବାରଦାର ପଚାଶତମ ପ୍ରତିଷ୍ଠା ବର୍ଷ ପାଳନ ଉପଲକ୍ଷେ ଏହାର ପ୍ରଥମ ବୈଠକ ଗତ ୨୩ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମାତୃଭବନରବରିଷ୍ଠ ସଭ୍ୟ ମହେଶ୍ୱର ସାମଲ ସଭାପତିତ୍ବ କରିଥିଲେ । ଦୀର୍ଘ ପଚାଶ ବର୍ଷର ସ୍ମୃତି ଓ ଅନୁଭୁତିକୁ ଉଜ୍ଜୀବିତ କରି ରଖିବା ପାଇଁ ଏକ “ସ୍ମରଣିକା’ ବହି ପ୍ରକାଶନ କରିବାର ନିଷ୍ପତି ଗ୍ରହଣ କରାଯାଇଛି ।

ଏଥିପାଇଁ ଆଗ୍ରହୀ ମାତୃପ୍ରେମୀ ଭାଇ, ଭଉଣୀ, ଶିକ୍ଷା କେନ୍ଦ୍ରର ପୁରାତନ ଓ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସାଧକ, ସଂଗଠକ, ସଭ୍ୟ, ସଭ୍ୟା ଏବଂ ଶୁଭେଚ୍ଛୁମାନଙ୍କୁ ସେମାନଙ୍କର ସୁଚିନ୍ତିତ ଲେଖା ପଠାିବାକୁ ଅନୁରୋଧ କରାଯାଇଛି । ପତ୍ରାଳାପ ଓ ଯୋଗାଯୋଗ କରିବା ଠିକଣା ନିମ୍ନରେ ପ୍ରଦାନ କରାଯାଇଛି । ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହ ଉତ୍ସବ ସମୟର ପରେ ଯଥା ସମୟରେ ଜଣାଇ ଦିଆଯିବ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.