Take a fresh look at your lifestyle.

ଗଁଦିଆ ପଂଚାୟତ ସମିତି ବୈଠକ ଅନୁଷ୍ଠିତ

0 4

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକ ପଞ୍ଚାୟତ ସମିତି ଗୃହରେ ଦୀର୍ଘଦିନର ବ୍ୟବଧାନ ପରେ ଗଁଦିଆ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ପଂଚାୟତ ସମିତି ଅଧକ୍ଷା ରୀନାରାଣୀ ଖଟୁଆ ଙ୍କର ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ସମ୍ନାନୀତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପରିଷଦ ଅଧକ୍ଷା ଅର୍ଚନା ପୁହାଣ ପଂଚାୟତ ସମିତି ଉପାଧକ୍ଷ୍ୟା ମମତା ସାମଲ ଢେଙ୍କାନାଳ ସାଂସଦଙ୍କର ବ୍ଲକ ପ୍ରତିନିଧି ସୁଧାଂଶୁ ଶେଖର ରାଉତ ତହସିଲଦାର ସୁରଥ ଚନ୍ଦ୍ର ରାଉତ ଓ 1,2,4ଜୋନ ଜିଲ୍ଲା ପରିଷଦ ସଦସ୍ୟ ମାନେ ଯୋଗଦାନ କରିଥିଲେ ସଭା ଆରମ୍ଭରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ଉପସ୍ଥିତି ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହିତ ଉକ୍ତ ବୈଠକରେ ଯୋଗଦାନ କରିଥିବା ସମସ୍ତ ସରପଞ୍ଚ ଓ ସମିତି ମାନଙ୍କୁ ସ୍ୱାଗତ କରିଥିଲେ ପୂର୍ବ ବୈଠକର ବିବରଣୀ ପାଠ କରିବାସହିତ ଆଜିର ସଭାକୁ ପରିଚାଳନା କରିଥିଲେ ଆଜିର ବୈଠକ ମୁଖ୍ୟତଃ ସ୍ୱାସ୍ଥ୍ୟ ଶିକ୍ଷା କୃଷି ପାନୀୟ ଜଳ ଓ ବିଦ୍ୟୁତ ବିଭାଗ ଉପରେ ଆଲୋଚନା ହୋଇଥିଲା ।

ଉକ୍ତ ବ୍ଲକରେ ବିପ୍ରଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଉକ୍ତବୈଠକରେ ଅନୁପସ୍ଥିତିକୁ ନେଇ ସମିତି ସଭ୍ୟ ବଳରାମ ପରିଡା ଅତିଥି ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ସେହିପରି ବିଭିନ୍ନ ପଂଚାୟତ ମାନଙ୍କରେ ସଠିକ ଭାବରେ ସ୍ୱାସ୍ଥ୍ୟ ସେବା ମିଳୁନଥିବାରୁ ସରପଞ୍ଚ ଓମ ପ୍ରକାଶ ଦାସ ରାହୁଲରାୟ ମହାଳିକ ପ୍ରଦୀପ କୁମାର ରାଉତ ସମିତି ସଭ୍ୟ ପ୍ରତ୍ୟୁଷହରି ପ୍ରଧାନ ପ୍ରମୁଖ ଉକ୍ତ ବୈଠକରେ ମତ ପ୍ରକାଶ କରିଥିଲେ ଓ ଉକ୍ତ ଗୋଷ୍ଠି କେନ୍ଦ୍ରରେ ଶବ ବ୍ୟବଛେଦ ଗୃହ ନିର୍ମାଣ ହୋଇଥଲେ ସୁଦ୍ଧା ତାହା ଆଜି ପ୍ରଯ୍ୟନ୍ତ କାହିଁକି କାର୍ଯ୍ୟକ୍ଷମ ହୋଇପାରୁନି ବୋଲି ପ୍ରଶ୍ନ କରିଥିଲେ ଏହାର ଉତ୍ତରରେ ବିଧାୟକ କହିଥିଲେ ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯେଉଁ ସମସ୍ୟା ଅଛି ତାହା ତୁରନ୍ତ ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯାଉଛି ଓ ଖୁବ ଶୀଘ୍ର ଶବ ବ୍ୟବଛେଦ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ ।

ସେହିପରି ଉକ୍ତ ବ୍ଲକରେ ଶିକ୍ଷାକ୍ଷେତ୍ରରେ ଯେଉଁ ସବୁ ଅସୁବିଧା ଅଛି ତାହାର ତୁରନ୍ତ ସମାଧାନ କରିବାକୁ ସଦସ୍ୟ ମାନେ ଦାବି କରିଥିଲେ ଏହି ଆଲୋଚନାରେ ଅଂଶ ଗ୍ରହଣ କରି ସମିତି ସଭ୍ୟ ଶତ୍ରୁଘନ ରାଉତ ସରପଞ୍ଚ ରତିକାନ୍ତ ସାହୁ ପ୍ରଦୀପ କୁମାର ରାଉତ ବଳରାମ ପରିଡା କହିଥିଲେ ଅନେକ ବିଦ୍ୟାଳୟ ଅଛି କେଉଁଠି ଆବଶ୍ୟକ ମୁତାବକ ଶିକ୍ଷକ ନାହାନ୍ତି କେଉଁଠି ଶ୍ରେଣୀଗୃହ ନାହିଁ ଅନେକ ବିଦ୍ୟାଳୟରେ ଶୌଚାଳୟ ସମସ୍ୟା ଓ ମଧ୍ୟାହ୍ନ ଭୋଜନ ସମସ୍ୟା ଥିବାର ମତ ପ୍ରକାଶ କରିଥିଲେ ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାତ ନାୟକ କହିଥିଲେ ଏହି ସମସ୍ୟା ଗୁଡିକର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳ ଙ୍କୁ ଅବଗତ କରାଯିବ ବୋଲି ବିଧାୟକ କହିଥିଲେ କୃଷି କ୍ଷେତ୍ରରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଚାଷୀଙ୍କର ଚିନ୍ତାର କାରଣ ସାଜିଛି ଏଣୁ ଏବେଠାରୁ ପ୍ରଶାସନ ପକ୍ଷରୁ ଉକ୍ତ ବ୍ଲକରେ ବିଭିନ୍ନ ସ୍ଥାନରେ ପ୍ରଭାହିତ ଜଳ ରାଶିକୁ କିପରି ସୁରକ୍ଷିତ ରଖାଯାଇପାରିବ ସମିତି ସଭ୍ୟ ମାନଙ୍କୁ ଅଣଦେଖା କରାଯାଉଛି ବୋଲି ଯୋରନ୍ଦା ଗ୍ରାମପଞ୍ଚାୟତ ସମିତି ସଭ୍ୟ ପ୍ରତ୍ୟୁଷ ହରି ପ୍ରଧାନ ଅଭିଯୋଗ କରିଥିଲେ ।

ସେହିପରି ଉକ୍ତ ବ୍ଲକରେ ଥିବା ରାସ୍ତା ଘାଟ ଗୁଡିକର ତୁରନ୍ତ ମରାମତି ପାଇଁ ବିଭାଗ ପଦକ୍ଷେପ ନେବାକୁ ସଦସ୍ୟ ମାନେ ଦାବିକରିଥିଲେ ବିଶେଷ କରି ଉକ୍ତ ବ୍ଲକରେ ବିପ୍ରଯ୍ୟସ୍ତ ବିଦ୍ୟୁତ ସେବାକୁ ନେଇ ସଦସ୍ୟ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଗ୍ରୀଡ଼ ରୁ ବିଦ୍ୟୁତ ଯୋଗାଣ ନିମନ୍ତେ ବିଧାୟକ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଖୁବ ଶୀଘ୍ର ଏହାର ସମାଧାନ ପାଇଁ ବିଧାୟକ ପ୍ରତିଶୃତି ଦେଇଥିଲେ ପରିଶେଷରେ ବିଧାୟକ ନିଜର ମତ ରଖି କହିଥିଲେ ଯେଉଁ ଯେଉଁ ବିଭାଗ ଓ ପଂଚାୟତ ଗୁଡିକରେ ସମସ୍ୟା ମାନ ରହିଛି ତାହାର ସମାଧାନ ପାଇଁ ପ୍ରଶାସନ ଓ ପଂଚାୟତ ପ୍ରତିନିଧି ମାନଙ୍କୁ ନେଇ ଗୋଟିଏ ଗୋଟିଏ କମିଟି ଗଠନ କରି ସମାଧାନ କରିବାକୁ ସେ ବି ଡି ଓ ଙ୍କୁ କହିଥିଲେ ଓ ବିଶେଷ କରି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ରାଜନୀତି ନକରିବାକୁ ସମସ୍ତ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ ଶେଷରେ ବ୍ଲକ ସହକାରୀ ଯନ୍ତ୍ରୀ ଲଳିତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.