Take a fresh look at your lifestyle.

ରାଜ୍ୟ ୫ ସଚିବଙ୍କୁ ସତ୍ୟବାଦୀ ସଭାରେ କାଳୀମାଡ।

0 10

ପୁରୀ : ରାଜ୍ୟ ୫ ସଚିବଙ୍କୁ ସତ୍ୟବାଦୀ ସଭାରେ କାଳୀମାଡ। ଜଣେ ଯୁବକଙ୍କୁ ଉଠାଇ ନେଲା ପୋଲିସ। ଲୋକଙ୍କ ଠାରୁ ପଣ୍ଡିଆନ ଦାବି ପତ୍ର ଗ୍ରହଣ କରୁଥିବା ବେଳେ ଜଣେ ଯୁବକ ତାଙ୍କ ମୁହଁକୁ କାଳୀ ଫିଙ୍ଗିଥିଲେ। ୫ ଟି ସଚିବ ଏବଂ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁ ସମେତ ଦେହରେ କାଳୀ ପଡ଼ିଛି।କାଳିମାଡ କରିଥିବା ଯୁବକ ଜଣେ ରାଜନୈତିକ ଦଳର କର୍ମୀ ବୋଲି ପୋଲିସ ସୂଚନା ଦେଇଛନ୍ତି।

ପୋଲିସ ସୁରକ୍ଷା ବଳୟ ଭେଦକରି କାଳି ମାଡ଼ ପାଇଁ ଭିତରେ ପ୍ରବେଶ କରିଥିଲେ ଯୁବକ।କାଳି ମାଡ଼ ସତ୍ତ୍ୱେ ସଭାରେ ଲୋକଙ୍କ ଅଭିଯୋଗ ଶୁଣିଲେ ପାଣ୍ଡିଅନ। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ବିଭିନ୍ନ ପ୍ରକଳ୍ପ ଘୋଷଣା କଲେ।କାଳି ମାଡ଼ କରୁଥିବା ଯୁବକଙ୍କୁ ନିସ୍ତୁକ ମାଡ।ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ବାମ ଆଖି  ଭିତରେ କାଳି ପସିଥିବା ସୂଚନା।କାକଟପୁର ଏବଂ ନିମାପଡ଼ାରେ କାର୍ଯକ୍ରମ ଶେଷ କରି ଦିନ ୨ଟା ୧୦ ରେ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲେ ପାଣ୍ଡିଆନ।

ସମବେତ ମହିଳାଙ୍କ ଠାରୁ ଦାବିପତ୍ର ଗ୍ରହଣ କରୁଥିବା ବେଳେ ଜଣେ ଯୁବକ ମୁହଁଙ୍କୁ କାଳୀ ଫିଙ୍ଗି ଥିଲେ।କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଆଶିଷ କୁମାର ସିଂହ ଏବଂ ଆରକ୍ଷୀ ଅଧିକ୍ଷକ କନ୍ଵର ବିଶାଳ ସିଂହ ଉପସ୍ଥିତ ଥିଲେ ସତ୍ୟବାଦୀ ଥାନାରେ ଯୁବକଙ୍କୁ ଅଟକ ରଖିଛି ପୋଲିସ୍। କିଏ ତାଙ୍କୁ ନିୟୋଜିତ କରିଥିଲା ପଚରା ପଚରି କରା ଯାଉଛି।କାଳି ମାଡ଼ ପଛରେ ଜଣେ ବଡ ନେତାଙ୍କ ସଂପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି।

- Advertisement -

Leave A Reply

Your email address will not be published.