Take a fresh look at your lifestyle.

ଶହୀଦ ବାଜିରାଉତ ନାଟ୍ୟ ସଂସଦର ରୌପ୍ୟ ଜୟନ୍ତୀ

0 1

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସହର ସୌଦାମିନୀ ସ୍କୁଲ ସମ୍ମୁଖ ଯାତ୍ରା ପଡିଆରେ ମଙ୍ଗଳବାର ସନ୍ଧ୍ୟା ୭ଟାରେ ୭୭ତମ ସ୍ୱାଧିନତା ଦିବସ ଉପଲକ୍ଷେ ଶହୀଦ ବାଜିରାଉତ କ୍ଲବ ବାଜିଚୌକ ନାଟ୍ୟ ସଂସଦ ପକ୍ଷରୁ ୨୫ବର୍ଷ ପୂର୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ସମାରୋହ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଆୟୋଜିତ ଉତ୍ସବରେ ଏସ ପି ଜ୍ଞାନରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ନାଟକ ସମାଜର ଦର୍ପଣ । ମଂଚ ନାଟକ ଓ ଯାତ୍ରା ନାଟକ ଆମର ପରମ୍ପରା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଆମକୁ ବହୁ ପରିମାଣରେ ସଚେତନ କରାଇଥାଏ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଆ ଚଳଚ୍ଚିତ୍ର ପ୍ରଯୋଜକ ଦୀପକ କୁମାର ମିଶ୍ର କହିଲେ ଯେ, ମଂଚ ନାଟକ ଓ ଯାତ୍ରା ନଟକ କ୍ଷେତ୍ରରେ ଢେଙ୍କାନାଳର ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଢେଙ୍କାନାଳର ବହୁ ନାଟ୍ୟକାର ଓ କଳାକାର ଏହି କ୍ଷେତ୍ରରେ ରାଜ୍ୟ ଓ ଜାତୀୟସ୍ତରରେ ନିଜର କୃତିତ୍ୱ ପ୍ରତିପାଦନ କରିଛନ୍ତି ।

ଶହୀଦ ବୀର ବାଜିରାଉତଙ୍କ ନାମରେ ନାମିତ ଏହି ଅନୁଷ୍ଠାନ ଆହୁରୀ ଆଗକୁ ବଢିବା ପାଇଁ ଉଦ୍ୟମ ହେବା ଜରୁରୀ ବୋଲି ସେ କର୍ମକର୍ତା ମାନଙ୍କୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ରତନ ନାୟାର ଯୋଗ ଦେଇ ଢେଙ୍କାନାଳ ର ମଞ୍ଚ ନାଟକ ଐତିହ ସମ୍ପର୍କ ରେ ବକ୍ତବ୍ୟ ଦେଇଥିଲେ Iସମ୍ମାନିତ ଅତିଥି ଭାବେ ସମାଜସେବୀ ଜଗଦିଶ ସାମଲ ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ୨୫ବର୍ଷ ପୂର୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସଭାପତି ଗୁପ୍ତେଶ୍ୱର ମିଶ୍ର ଉତ୍ସବରେ ସଭାପତିତ୍ୱ କରିଥିଲେ । ସମ୍ପାଦକ ବ୍ରହ୍ମାନନ୍ଦ ସାହୁ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଦୀପକ କୁମାର ମିଶ୍ରଙ୍କୁ ବାଜିରାଉତ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ସେହିପରି ଅନୁଷ୍ଠାନର ପୁରାତନ ସଦସ୍ୟ, କର୍ମକର୍ତା, ଉପଦେଷ୍ଟା ଏବଂ ବର୍ତମାନର କର୍ମକର୍ତା ଓ ସଦସ୍ୟ ମାନଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଦେବାଶିଷ ମିଶ୍ର ପରିଚାଳନା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ । ଏହାପରେ ବାପୁଜୀ ସ୍କୁଲ ପୁରାତନ ଛାତ୍ର ମାନଙ୍କ ଦ୍ୱାରା ସାମାଜିକ ନାଟକ “ରାମ ଦେବେ ଆଜି ଅଗ୍ନୀ ପରୀକ୍ଷା” ମଂଚସ୍ଥ ହୋଇଥିଲା । ନାଟକ ଦେଖିବା ପାଇଁ ବହୁ ଜନ ସମାଗମ ହୋଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.