Take a fresh look at your lifestyle.

ତ୍ରିଦିବସୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର

0 4

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ସ୍ଥିତ କାଇମାଟି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତ୍ରିଦିବସୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର କୁ ଅତିଥି ଭାବେ ଯୋଗ ଦେଇ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଓ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ପ୍ରଶିକ୍ଷଣ ନେବାକୁ ଆସିଥିବା ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ପ୍ରଶିକ୍ଷଣ ପୁସ୍ତକ ବଂଟନ କରିଥିଲେ ।

ତ୍ରୀବଦିବସୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିରରେ ୩୩ଜଣ ଶିକ୍ଷକଶିକ୍ଷୟତ୍ରୀ ଯୋଗଦାନ କରିଥିଲେ । ସୁଶିଲ୍ କୁମାର ପଣ୍ଡା ଓ ଦୁଷ୍ମନ୍ତ ସେଠୀ ମାଷ୍ଟର ଟ୍ରେନର୍ ଭାବେ ପ୍ରଶିକ୍ଷଣ ଦେଇଥିଲେ । ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କ୍ରୀଡା ମାଧ୍ୟମରେ ଜୀବନ କୌଶଳର ଭୂମିକା ବିଷୟରେ ସୂଚନା ଦେଇଥିଲେ । ଜ୍ୟୋତି ପ୍ରକାଶ ପରିଡା ଆନନ୍ଦମୟ ଶିକ୍ଷା ଉପରେ ଗୁରୁତ୍ୱର ବାର୍ତା ରଖିଥିଲେ ।

୧୯ ତାରିଖ ଅପରାହ୍ନରେ ସରକାରୀ ଉଚ୍ଚ ବିଦ୍ୟାଳୟ କାଇମାଟିର ପ୍ରଧାନ ଶିକ୍ଷକ ରୋହିତ କୁମାର ରାଉତ ଓ ମୋ ସ୍କୁଲ୍ ଅଭିଯାନ କ୍ରୀଡାଙ୍ଗନର ଜିଲ୍ଲା ସହାୟକ ଅଧିକାରୀ ତପନ କୁମାର ସାହୁ ଉଦ୍ୟାପନ କରିଥିଲେ । ପ୍ରଶିକ୍ଷାର୍ଥୀମାନଙ୍କୁ ତପନ କୁମାର ସାହୁ ଶିକ୍ଷଣୀୟ ତଥ୍ୟ ପ୍ରଦାନ କରିଥିଲେ । ସରିତା ବିଶ୍ୱାଳ ଓ ବିଦୁର ସାମଲ ନିଜର ତ୍ରୀଦିବସୀୟ ପ୍ରଶିକ୍ଷଣ ଶିବିରର ଅନୁଭୁତିକୁ ବ୍ୟକ୍ତ କରିଥିଲେ । ପ୍ରସିକ୍ଷାର୍ଥୀ ସୁବ୍ରତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.