Take a fresh look at your lifestyle.

ପିଙ୍ଗୁଆ ଡିଗ୍ରୀ କଲେଜର ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ

0 13

 ଢେଙ୍କାନାଳ:  ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଭାରତବର୍ଷର ୭୫ତମ ଆଜାଦ କି ଅମୃତ ମହୋତ୍ସବ ପାଳନ ଉପଲକ୍ଷେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭଗବାନ ମିଶ୍ର ଉକ୍ତ କାର୍ଯ୍ୟକ୍ରମର ଶୁଭ ଉଦ୍ ଘାଟନ କରିଥିଲେ।

ଦେଶ ମାତୃକାର ସେବା କରିବାର ମହତ୍ଵ କୁ ସ୍ଵେଛା ସେବା ମାନଙ୍କୁ ଅବଗତ କରାଯାଇଥିଲା। ଦେଶଏବଂ ଜାତି ପାଇଁ ସହିଦ ହୋଇଥିବା ଅମରଆତ୍ମାର ସଦ୍‌ଗତି କାମନା କରାଯାଇଥିଲା। ସ୍ୱେଚ୍ଛାସେବୀମାନେ ମା ମାଟିର ସେବା କରିବାପାଇଁ ଶପଥ ଗ୍ରହଣ କରିଥିଲେ। କଲେଜ ପରିସରରେ ଜାତୀୟ ସେବା ଯୋଜନାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟାପକ ଦୀପ୍ତି ରଂଜନ ମହାଳିକ ଙ୍କ ତତ୍ତ୍ଵାବଧାନରେ କଲେଜ ପରିସରରେ ୫୦ ଗୋଟି ବୃକ୍ଷ ରୋପଣ କରାଯାଉଥିଲା ।

ଭକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ସୁଦାତା ବିଶ୍ଵାଳ, ଅଧ୍ୟାପକ ବାବୁଲି ସାହୁ,ଗ୍ରନ୍ଥାଗାର ଅଧିକାରୀ ରଂଜନ କୁମାର ସାହୁଏବଂ ଅଭୟ କୁମାର ମଲ୍ଲିକ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସେବା ଯୋଜନାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଧ୍ୟାପକ ଦୀପ୍ତି ରଂଜନ ମହାଳିକ ସଂଯୋଜନା କରିଥିଲେ।

- Advertisement -

Leave A Reply

Your email address will not be published.