Take a fresh look at your lifestyle.

ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ କୁ ବିରୋଧ କରି ଜିଲପାଳ ଙ୍କ ନିକଟରେ ଅଭିଯୋଗ

0 7

Get real time updates directly on you device, subscribe now.

ଢେଙ୍କାନାଳ : ସଦର  ୫୫ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ରେ ଗୁଣଦେଇ ଗ୍ରାମ ପଞ୍ଚାୟତ ସରହଦରେ ଏକ ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ କୁ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି`I ଫଳରେ ୨୦୨୦ ମସିହାରୁ ରୁ ଆଜି ସୁଦ୍ଧା ନିର୍ମାଣ କାମ ସ୍ଥଗିତ ରହିଛି । ୫୫ନଂ ଜାତୀୟ ରାଜପଥର ଗଇଲୋ ବସଷ୍ଟାଣ୍ଡ ଦିବା ରାତ୍ର ଚଳ ଚଞ୍ଚଳ ଅଞ୍ଚଳ ଅଟେ ।

ନିକଟବର୍ତୀ ଉଚ୍ଚ ବିଦ୍ୟାଳୟ, ଆଦିବାସୀ ଆବାସିକ ବିଦ୍ୟାଳୟ, ସାପ୍ତାହିକ ପଞ୍ଚାୟତ ହାଟ, ଛୋଟ ପିଲାଙ୍କ ନିମନ୍ତେ ତିଆରି ଚାଲିଥିବା ପଞ୍ଚାୟତ ସ୍ତରୀୟ ପାର୍କ, ପଞ୍ଚାୟତ କାର୍ଯ୍ୟାଳୟ, ମାହାଦିଆ ରେଳ ଷ୍ଟେସନ ଏବଂ ଜଳ ଯୋଗାଣ ନିମନ୍ତେ ଜଳ ସଂରକ୍ଷଣ ଟାଙ୍କିର ଟାୱାର ପ୍ରମୁଖ ସ୍ଥାନ ଗୁଡ଼ିକ ଅବସ୍ଥିତ । ଏହି ସ୍ଥାନରେ ଦୈନିକ ହଜାର ହଜାର ଲୋକଙ୍କ ଆତ ଯାତ ହେଉଛନ୍ତି ।

ଏହାର ପାର୍ଶ୍ଵବର୍ତୀ ପୂର୍ବ ପାଖର ଦୁଇ କିଲୋମିଟର ବ୍ୟବଧାନ ଏବଂ ପଶ୍ଚିମ ପାଖର ଦୁଇ କିଲୋମିଟର ବ୍ୟବଧାନରେ ଦୁଇଟି ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ ହୋଇ ଯାଇଛି । ଗଇଲୋ ବସ୍ ଷ୍ଟାଣ୍ଡ ନିକଟରେ ଆଉ ଗୋଟିଏ ସୁଡ଼ଙ୍ଗ କୁ ଅଞ୍ଚଳବାସୀ ଗ୍ରହଣ କରୁନାହାଁନ୍ତି । ବିଗତ ଚାରି ବର୍ଷ ଧରି ଏହାର ବିରୋଧ କରି ଆସୁଥିବା ବେଳେ “ଜନ ସୁରକ୍ଷା ପ୍ରତି ଧ୍ୟାନ ନଦେଇ ପ୍ରଶାସନର ଜିଦ୍ ଖୋର ମନବୃତି ରୁ ନିବୃତ୍ତ ରହି ବିକଳ୍ପ ପନ୍ଥା ନିର୍ଦ୍ଧାରଣ କରିବା ନିମନ୍ତେ ଅନୁରୋଧ କରୁଛୁ ବୋଲି ଗ୍ରାମବାସୀ ମାନେ ସୋମବାର ଜଣାଇଛନ୍ତି ।

ଜାତୀୟ ରାଜପଥ ପ୍ରାଧ୍ୟାକରଣ କାର୍ତୁପକ୍ଷ୍ୟ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି, ଢେଙ୍କାନାଳ ସାଂସଦ ମହେଶ ସାହୁ ଙ୍କୁ ଙ୍କୁ ମଧ୍ୟ ଚିଠି ଲେଖି ଜଣାଇଛନ୍ତି । ସାଂସଦ ମହେଶ ସାହୁ ମହାଶୟ ଢେଙ୍କାନାଳ ଜିଲ୍ଲାର “ବିଶା” ମିଟିଙ୍ଗ ରେ ସମସ୍ତ ବିଭାଗର ସଦସ୍ୟ ମାନଙ୍କୁ ମଧ୍ୟ ସଚେତନ କରାଇଛନ୍ତି ଯେ ଗୁଣବେଇ ଗ୍ରାମ ପଞ୍ଚାୟତ ସରହଦରେ ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣକୁ ବନ୍ଦକରାଯାଉ । ଏତେ ସତ୍ତ୍ଵେ ଅଞ୍ଚଳବାସୀଙ୍କୁ ମାନସିକ ଭାରାକ୍ରାନ୍ତ କରାଇବା ଏବଂ ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗ କୁ ବିଚାରକୁ ନନେଇ ଜିଦ୍ ଖୋର ନୀତି କୁ ଲଦିଦେବା, ଅସାମ୍ବିଧାନିକ କାର୍ଯ୍ୟ କାହିଁକି କରାଯାଉଛି ବୋଲି ଦାବି ପାତ୍ର ରେ ଉଲ୍ଲେଖ କରିଛନ୍ତି ।

ଜନସାଧାରଣଙ୍କର ପିଢି ପରେ ପିଢି ଯେଉଁ କ୍ଷତି ଘଟିବ, ସମସ୍ୟା ସୃଷ୍ଟି ହେବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି I ଲୋକଙ୍କ ସମସ୍ୟା କୁ ଗୁରୁତ୍ବ ଦେଇ ସରକାର ଏବଂ ପ୍ରଶାସନ ଗୁଣଦେଇ ଗ୍ରାମପଞ୍ଚାୟତ ସରହଦରେ ହାତୀ ସୁଡ଼ଙ୍ଗ ନିର୍ମାଣକୁ ସଂପୂର୍ଣ୍ଣ ବନ୍ଦ କରନ୍ତୁ ବୋଲି ଦାବି ପାତ୍ର ରେ ଉଲ୍ଲେଖ କରିଛନ୍ତି । ଏହାର ଦାବି ପତ୍ର ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଏକକିତା ଅବିକଳ ନକଲ ସାଂସଦ ମହେଶ ସାହୁ ଢେଙ୍କାନାଳ,ବନ ବିଭାଗ ଅଧିକାରୀ, ପ୍ରକଳ୍ପ ଅଧିକାରୀ ଜାତୀୟ ରାଜପଥ ପ୍ରାଧ୍ଵକରଣ, ଙ୍କ ଅବଗତି ଏବଂ ନିଷ୍ପରି ନିମନ୍ତେ ପ୍ରଦାନ କରିଛନ୍ତି ।

ଗୁଣୁଦେଇ ଗ୍ରାମପଞ୍ଚାୟତ ବିଚାର ମଞ୍ଚ ସଭାପତି ଅନ୍ତର୍ଯ୍ୟାମୀ ବରାଳ, ରମେଶ ଚନ୍ଦ୍ର ଲେଙ୍କା, ମହେନ୍ଦ୍ର କୁମାର ବରାଳ, ଅରବିନ୍ଦ ବରାଳ, ଗୋବିନ୍ଦ ଚନ୍ଦ୍ର ସାହୁ ,ଶୁସାନ୍ତି ବରାଳ, ପ୍ରତିଭା ନାୟକ, ମୃତ୍ୟୁଞ୍ଜୟ ନାୟକ, ମଧୁସ୍ମିତା ମହାନ୍ତି ଓ ମମତା ନାୟକ ପ୍ରମୁଖ ସୋମବାର ଜିଲପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.