Take a fresh look at your lifestyle.

ଶିକ୍ଷକ ପଦବୀ ପୂରଣ ପାଇଁ ଜିଲାପାଳଙ୍କ ନିକଟରେ ଗୁହାରୀ

0 9

Get real time updates directly on you device, subscribe now.

ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଣସିଂହ ଗ୍ରାମ ପଞ୍ଚାୟତ ବଡନାଗେନାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ବିଦ୍ୟାଳୟରେ ୮ ଟିଶ୍ରେଣୀ ପାଇଁ ମାତ୍ର ୪ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି ।

ଫଳରେ ୪ ଜର ଶିକ୍ଷକ ୮ ଶ୍ରେଣୀ ର ୧୮୦ ରୁ ଉର୍ଦ୍ଧ୍ୱ ପିଲାଙ୍କୁ ପାଠ ପଢାଇବା ସମ୍ଭବ ହୋଇପାରୁ ନାହିଁ ବୋଲି ଅବିଭାବକଶିକ୍ଷକ ସଂଘ ର କର୍ମକର୍ତ୍ତାମାନେ ଜିଲାପାଳଙ୍କୁ ସୋମବାର ଲିଖିତ ଅଭିଯୋଗ କରିଛନ୍ତି । ନାଗେନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୁଲାଇ ମାସରେ ଅବସର ନେବା ପରେ ସେହି ପଦବୀ ଖାଲି ରହିଛି ।

ଜଣେ ଶିକ୍ଷକଭ୍କୁ ଗେଙ୍ଗୁଟିଆ ଓ ଆଉ ଜଣେ ଶିକ୍ଷକଭ୍କ ବଣସିଂହ ସରକାରୀ ପ୍ରାଥମିକ ବିଦ୍ୟାଳୟ(ଖ) କୁ ଡେପୁଟେସନ ରେ ନେବା ପରେ ଶିକ୍ଷାଦାନ ଗୁରୁତ୍ତର ବାଧାସୃଷ୍ଟି ହୋଇଥିବା ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ବିଶ୍ୱଜିତ ସାହୁ ଅଭିଯୋଗ କରିଛନ୍ତି । ଏହି ମର୍ମ ରେ ଆଜି ଜିଲାପାଳ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଭେଟି ଗ୍ରାମବାସୀ ମାନେ ସମାସ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି । ଜିଲାପାଳ ସରୋଜ କୁମାର ସେଠୀ ଶିକ ପଦବୀ ପୁରଣ ପାଇଁ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.