ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ରେ ସାମୁହିକ ଫାଇଲେରିଆ ରୋଗ ର ଔଷଧ ସେବନ ପାଇଁ ଗଣ ମାଧ୍ୟମ ର କର୍ମୀ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହ ରେ ଡା. ଗୁରୁପ୍ରସାଦ ଜେନା , ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।
ସେ କହିଥିଲେ ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କ ଖାଦ୍ୟ ଖାଇସାରି ଗୋଟିଏ ମାତ୍ରା ର ଆଲବେଣ୍ଡଯୋଲ , ଡି. ଇ. ସି ଓ ଆଇଭର୍ମେକ୍ଟି ବାଟିକା ବୟସ ଅନୁସାରେ ଆଇଭର୍ମେକ୍ଟିଁ ବାଟିକା ସେବନ ଅନୁରୋଧ କରିଥିଲେ କେବଳ ଗର୍ଭବତୀ ମହିଳା, ୨ ବର୍ଷରୁ କମ ଶିଶୁ ଗୁରୁତ୍ଵ ର ଅସୁସ୍ଥ ରୋଗୀ ଏବଂ ଶିଶୁ ଜନ୍ମ କରିଥିବା ମା ଙ୍କୁ ଏକ ସପ୍ତାହ ମଧ୍ୟ ରେ ଏହା ଦିଆଯିବ ନାହିଁ ବୋଲି କହିଥିଲେ।
ଏହି ଔଷଧ ଆଶା ଅଙ୍ଗୱାଡ଼ି କର୍ମୀ ଓ ତାଲିମ ପ୍ରାପ୍ତ ସ୍ଵେଚ୍ଛାସେବୀ କର୍ମୀ ମାନଙ୍କ ଦ୍ଵାରା ଘର କୁ ଘର ବୁଲି ସ୍କୁଲ କଲେଜ ଓ ଅନ୍ୟ ଅନୁଷ୍ଠାନ ମାନଙ୍କୁ ଯାଇ ସମସ୍ତ ସଦସ୍ୟ ଙ୍କୁ ଫାଇଲେରିଆ ବାଟିକା ଖାଦ୍ୟ ଖାଇସାରିବା ପରେ ଖୁଆଇବେ। ଏହି ବାଟିକା ସଂପୂର୍ଣ୍ଣ ନିରାପଦ ଏବଂ ଶରୀର ରେ ଥିବା ଫାଇଲେରିଆ ପରଜୀବୀ କିଟାନୁ କୁ ମାରି ବତାଜ୍ୱର ,ଗୋଡ଼ ଫୁଲିବା ,ହାତ ଫୁଲିବା, ସ୍ତନ ଫୁଲିବା,ଅନ୍ଦକୋଷ ଫୁଲିବା ଓ ଗୋଡ଼ ର ଗୋଟି ହେବାକୁ ଦେଇନଥାଏ।
ପ୍ରଥମ ଅବସ୍ଥା ରୁ ଉପଯୁକ୍ତ ଯତ୍ନ ନହେଲେ ଫୁଲା କମେ ନାହିଁ ଓ ଅଙ୍ଗ ଟି ବିକଳାଙ୍ଗ ହୋଇଥାଏ । ସେ କହିଥିଲେ ଏହି କାର୍ଯ୍ୟକ୍ରମ ରେ ଆମ ସ୍ବାସ୍ଥ୍ୟ ବିଭାଗ ର ସମସ୍ତ ଅଧିକାରୀ କର୍ମଚାରୀ, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର କର୍ମକର୍ତ୍ତା , ବେସରକାରୀ ସଂସ୍ଥା ପି.ସି.ଆଇ., ମିଶନ ଅହିଂସା, ଶୋଭା , ନିଉ ଇଣ୍ଡିଆ ଓ ଇଡିଅଟ ପ୍ରମୁଖ ସହଯୋଗ କରୁଛନ୍ତି । ସେ ସମସ୍ତ ଗଣମାଧ୍ୟମ ମାନଙ୍କୁ ଓ ଅନ୍ୟ ବିଭାଗ ର ସମସ୍ତ କର୍ମଚାରୀ ମାନଙ୍କୁ ଅନୁରୋଧ କରି ସମସ୍ତ ଙ୍କ ସହଯୋଗ ରେ ଫାଇଲେରିଆ ରୋଗ କୁ ଆମ ଜିଲ୍ଲା ରେ ନିରାକରଣ କରିହେବ।ତାପରେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା ଶ୍ରୀ ତପନ କୁମାର ସାହୁ ପାୱାରପଏଣ୍ଟ ପ୍ରେଜନଟେସନ ମାଧ୍ୟମରେ ଫାଇଲେରିଆ ରୋଗର ଲକ୍ଷଣ ପରୀକ୍ଷା ଓ ନିରାକରଣ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଗଣ ମାଧ୍ୟମ ସଦସ୍ୟଙ୍କୁ ଅନୁରୋଧ କରି କହିଥିଲେ ଆପଣ ଆମ ମାନଙ୍କୁ ଏହି କାର୍ଯ୍ୟକ୍ରମ ପୂର୍ଣ୍ଣ ସହଯୋଗ କରିବା ପାଇଁ।ତେଣୁ ସେ ସମସ୍ତ ଜନ ସାଧାରଣ ଙ୍କୁ ଗଣ ମାଧ୍ୟମ ସଦସ୍ୟଙ୍କ ଜରିଆରେ ଅନୁରୋଧ କରିଥିଲେ।
ଯେ ଆପଣ ମାନେ ସମସ୍ତେ ଡି.ଇ.ସି ଆଲକେଣ୍ଡାଜଲ ଓ ଆଇଉରମେକ୍ଟିକ ର ଗୋଟିଏ ମାତ୍ର ଖାଦ୍ୟ ଖାଇସାରିବା ପରେ ନିଶ୍ଚୟ ଖାଆନ୍ତୁ ଏବଂ ନିଜକୁ ଫେଲେଇଆ ମୁକ୍ତ କରିବା ସହିତ ଆମ ଢେଙ୍କାନାଳ ଜିଲ୍ଲା କୁ ଫାଇଲେରିଆ ବା ବାତଜ୍ୱର ରୋଗରୁ ମୁକ୍ତ କରନ୍ତୁ। ଏହି ଫାଲେରିଆ ବାଟିକା କୌଣସି ନୂଆ ବାଟିକା ନୁହେଁ ଏହି ଡି ଇ ସି ବାଟିକା ହେଉଛି ଇଅସିନଫିଲ ଔଷଧ ଏବଂ ଆଲକେଣ୍ଡାଜଲଆଉ ମେକ୍ଟିକ ବାଟିକା ହେଉଛି କୃମି ନାଶକ ଔଷଧ ତେଣୁ ଏହି ବାଟିକା ପ୍ରାୟତଃ ଆମେମାନେ ଆଗରୁ ଖାଇଥିବା । ସେଥିପାଇଁ ଲୋକମାନେ ବର୍ଷକୁ ଥରେ ଫାଇଲେରିଆ ନିରାକରଣ ପାଇଁ ଦିଆଯାଉଥିବା।ଔଷଧ ସେବନ କରନ୍ତି ତେବେ ଆମ ନିଜ କୁ ଫାଇଲେରିଆ ନିରାକରଣ ସମ୍ଭବ ବୋଲି କହିଥିଲେ ସେ ସୂଚନା ଦେଇଥିଲେ।
ଆମ ଜିଲ୍ଲା ରେ ରାତ୍ରି କାଳୀନ ରକ୍ତ ନମୁନା ୭୪୭୯ ଟି ସଂଗ୍ରହ କରାଯାଇଥିଲା। ଓ ସେଥିମଧ୍ୟରୁ ୮୧ ଜଣ ଫାଇଲେରିଆ ରୋଗୀ ଚିହ୍ନଟ ହୋଇଥିଲେ ସେମାନଙ୍କୁ ସମସ୍ତ ଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇଥିଲା। ଶେଷରେ ସେ ସମସ୍ତେ ସ୍ବାସ୍ଥ୍ୟକର୍ମଚାରୀ ମାନଙ୍କୁ ଏହି କାର୍ଯ୍ୟକ୍ରମ କୁ ନିଜର ଭାବି କରିବା ପାଇଁ ଅନୁରୋଧ କରିଥିଲେ ଓ ଗଣ ମାଧ୍ୟମ ମାନଙ୍କୁ ଅନୁରୋଧ କରିଥିଲେ ଆପଣ ମାନେ ସମସ୍ତେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରନ୍ତୁ।
ଅଗଷ୍ଟ ୧୦ ତାରିଖ ୧୦ ଟା ୩୦ ମିନିଟ ରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଫାଇଲେରିଆ ଔଷଧ ଆଉ ଉଦ୍ଘାଟନ ଜିଲ୍ଲାରେ ସ୍ଥିର ହୋଇଛି ବୋଲି କହିଥିଲେ ଓ ସମସ୍ତ ଅନୁଷ୍ଠାନରେ ଔଷଧ ଆଉ ଉଦ୍ଘାଟନ କରିବାପାଇଁ ଅନୁରୋଧ କରିଥିଲେ । ଏହି ସଭାରେ ସହକାରୀ ଭେକ୍ଟର ବାହିତ ରୋଗ ଅଧିକାରୀ ଡା. ହିମାଂଶୁ ଶେଖର ହେମ୍ବ୍ରମ , ଜିଲ୍ଲା ସ୍ବାସ୍ଥ୍ୟ ମିଶନ ର ପରିଚାଳୀକା ସୋନାଲି ପ୍ରିୟଦର୍ଶିନୀ , ଜିଲ୍ଲା କୋଷଧ୍ୟାକ ଗଗଣବିହରି ସାହୁ , ସହକାରୀ ସୂଚନା ଲୋକ ସଂପର୍କ ଅଧିକାରୀ ଅଭିଷେକ ବେହେରା ଓ ଗଣମାଧ୍ୟମ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।