Take a fresh look at your lifestyle.

ଭ୍ରଷ୍ଟାଚାର ବିରୋଧରେ ଅଗଷ୍ଟ ୯ ରୁ ବିଜେପିର ଆନେ୍ଦାଳନ

0 7

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଆସନ୍ତ ୯ ତାରିଖ ଠାରୁ ସପ୍ତହ ବ୍ୟାପୀ ଭ୍ରଷ୍ଟାଚାରୀ ବିରୋଧରେ ଗାଦିଛାଡ ଆନେ୍ଦାଳନ ପଂଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ବିଜେପି କରିବ ବୋଲି ଆଜି ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ତତ୍ସଙ୍ଗେ ସଙ୍ଗେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶରେ ଚାଲିଥିବା ୭୫ତମ ଆଜାଦ୍ କୀ ଅମୃତ ମହୋତ୍ସବ ଉଦେ୍ଦଶ୍ୟରେ “ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମରୁ ପବିତ୍ର ମାଟିକଳସ ଓ ଗଛ ସଂଗ୍ରହ କରାଯାଇ ବ୍ଲକ୍ ହେଡ୍ କ୍ୱାର୍ଟରକୁ ଅଣାଯିବ ଓ ତତ୍ପରେ ଓଡିଶା ପ୍ରଦେଶକୁ ଅଣାଯାଇ ଦିଲ୍ଲୀକୁ ପଠାଯିବ ବୋଲି ନିଷ୍ପତି ନିଆଯାଇଛି । ଏହି ମାଟି ଓ ବୃକ୍ଷ ଦ୍ୱାରା ନୂଆ ଦିଲ୍ଲୀର କର୍ତବ୍ୟପଥ ଠାରେ ବୀର ସହୀଦ୍ ମାନଙ୍କ ସ୍ମୃତି ଉଦେ୍ଦଶ୍ୟରେ ଏକ ସ୍ମାରକୀ ଉଦ୍ୟାନ ପ୍ରତିଷ୍ଠା କରାଯିବ।

ଏହାକୁ ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦେ୍ଦଶ୍ୟରେ ସମର୍ପିତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୩, ୧୪ ଓ ୧୫ ତାରିଖ ତିନିଦିନ ବ୍ୟାପୀ ବୁଥ୍ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ଦଳ ତ୍ରିରଙ୍ଗା ଯାତ୍ରା ପାଳନ କରିବ ସହ ଜାତୀୟ ପତାକା ଉତୋଳନ କରାଯିବ । ସହୀଦ୍ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଜନ୍ମସ୍ଥାନରେ ସେମାନଙ୍କ ନାମରେ ଫଳକ ଲଗାଯିବ । ଅଗଷ୍ଟ ୧୪ରେ ଜିଲ୍ଲା ମୁଖ୍ୟାଳୟ ଠାରେ ଭାରତ ବିଭାଜନ ଓ ବିଭିଷିକା ଦିବସ ପାଳନ କରାଯିବା ପାଇଁ ନିଷ୍ପତି ନିଆଯାଇଛି ।

ପ୍ରାରମ୍ଭରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ରାଷ୍ଟ୍ରୀୟ ସଂଗଠନ ସଂପାଦକ ତଥା ମହାନ ବ୍ୟକ୍ତିତ୍ୱ ମାନନୀୟ ମଦନ ଦାସ ଦେବୀଙ୍କ ପରଲୋକରେ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଢେଙ୍କାନାଳ ଲୋକସଭାର ପ୍ରବାସ ଯୋଜନା ପ୍ରଭାରୀ ସୀମାଂଚଳ ଖଟେଇ ନୂତନ ଭାବେ ରାଜ୍ୟ ସାଧାରଣ ସଂପାଦକ ଭାବେ ମନୋନିତ ହୋଇଥିବାରୁ ତାଙ୍କୁ ଦଳ ତରଫରୁ ଭବ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ବୈଠକରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ, ଶତୃଘ୍ନ ଜେନା ପ୍ରମୁଖ ମଂଚାସୀନ ଥିବାସ୍ଥଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ, ଲୋକସଭା ବିସ୍ତାରକ ଅମୃତ ସ୍ୱାଇଁ, ଜିଲ୍ଲା ଉପସଭାପତି ପବିତ୍ର ବିଶ୍ୱାଳ, ବିଷ୍ଣୁ ପ୍ରସାଦ ଲେଙ୍କା, ମାତୃ ପ୍ରସାଦ ନନ୍ଦ, ସନାତନ ବେହେରା, ଇତିଶ୍ରୀ ସାହୁ, ସାଧାରଣ ସମ୍ପାଦକ ସୁନିଲ୍ ଶର୍ମା, ରାସବିହାରୀ ବେହେରା, ରତିକାନ୍ତ ସାହୁ, ସମ୍ପାଦିକା ଯଶସ୍ୱିନୀ ରାଉତ, ଯମୁନା ଟୁଡୁ, ରୁନୁବାଲା ରାଉତ, ଅନିତା ଦାସ, ବୁନୁ ପଟ୍ଟନାୟକ, କୋଷାଧ୍ୟକ୍ଷ ସଞ୍ଜୀବ ମହାପାତ୍ର, ରାଜ୍ୟ ଯୁବମୋର୍ଚ୍ଚ ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, ସଦସ୍ୟ ସତ୍ୟରଞ୍ଜନ ଭୂୟାଁ, ଅଞ୍ଜନ ପାଣି, ମହିଳାମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପ୍ରଧାନ, କିଶାନ୍ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ବୁଦ୍ଧିଜୀବୀ ସେଲ୍ ଆବାହକ ପ୍ରମୋଦ ନନ୍ଦ, ଆଇଟି ସେଲ୍ ସଂଯୋଜକ ରମ୍ୟ ରଞ୍ଜନ ମହାପାତ୍ର, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ କୁମାର ସିଂ, ସମସ୍ତ ମଣ୍ଡଳ ସଭାପତି ଓ ବରିଷ୍ଠ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ । ଶେଷରେ ଲୋକସଭା ପ୍ରବାସ ଯୋଜନା ସଂଯୋଜକ ପ୍ରେମାନନ୍ଦ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।

- Advertisement -

Leave A Reply

Your email address will not be published.