Take a fresh look at your lifestyle.

ମହିଳା କଂଗ୍ରେସ ପକ୍ଷରୁ ଢେଙ୍କାନାଳ ମାନବିକ ଅଧିକାର ସଂପର୍କରେ ସଭା

0 3

Get real time updates directly on you device, subscribe now.

ଢେଙ୍କାନାଳ: ଇତିମଧ୍ୟରେ ଢେଙ୍କାନାଳ ମହିଳା କଂଗ୍ରେସର ସଭାନେତ୍ରୀ ସ୍ମିତାରାଣୀ ସାମଲ ନେତୃତ୍ୱରେ ସ୍ଥାନୀୟ ଗାନ୍ଧିମନ୍ଦିର ଠାରେ ଢେଙ୍କାନାଳ ଜିଲ୍ଲା ସମସ୍ତ ବ୍ଲକ. ଏନ୍.ଏ.ସି. ଓ ମୁ୍ୟନିସିପାଲିଟିର କିଛି ମହିଳାମାନଙ୍କ ନେତୃତ୍ୱକୁ ନେଇ ମାନବିକ ଅଧିକାର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରରେ ନାରୀ ନିର୍ଯ୍ୟାତନାକୁ ଏଡାଇବା ପାଇଁ ମହିଳାମାନଙ୍କର ଦାୟିତ୍ୱ ଏବଂ ସେମାନଙ୍କର ସାମାଜିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା ।

ବଂଚିବା ଓ ବଢିବା ମନୁଷ୍ୟର ମୌଳିକ ଧର୍ମ । ବଂଚିବା ପାଇଁ ଜୀବିକା ଜରୁରୀ, ଜୀବିକା ହେଲେ ଜୀବନ ରହିବ । ମନୁଷ୍ୟ କୌଣସି କାର୍ଯ୍ୟକ୍ରମ ହାତରେ ନେଇଥିବା ସମୟରେ ଯଦି ଶାରୀରିକ, ମାନସିକ, ଆର୍ଥିକ ଚାପର ସମ୍ମୁଖୀନ ହୁଏ, ତାହା ମାନବିକ ଅଧିକାରକୁ ଉଲଗ୍ନ କଲା ବୋଲି କୁହାଯିବ । ମହିଳା କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତାବରେ କୁହାଯାଇଛି ଯେ, ମାନବିକ ଅଧିକାର ଉଲଗ୍ନ ସଂପର୍କରେ ଢେଙ୍କାନାଳ ଜିଲ୍ଲା ସହର ଓ ଗ୍ରାମାଂଚଳରେ ସଚେତନତା ଶିବିର ଆୟୋଜନ କରାଯିବ ବୋଲି ବକ୍ତାମାନେ କହିଥିଲେ ।

ଯଦି କୌଣସି ଡାକ୍ତର ବିନା ଅର୍ଥରେ ଚିକିତ୍ସା କରିବାପାଁ ମନା କରିଦିଏ ଏବଂ ପୋଲିସ୍ରେ ଏତଲା ଦେଲେ ଯଦି ପୋଲିସ୍ କାର୍ଯ୍ୟ ତା’ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ବିନା ପଇସାରେ ଯଦି କୌଣସି କାର୍ଯ୍ୟାଳୟରେ ତାହା ପୁରଣ ନହୁଏ ଏଥିରେ ମାନବିକ ଅଧିକାର ଉଲଗ୍ନ ହେଲା ବୋଲି ଧରାଯିବ । ଏବେ ଦେଖାଯାଇଛି ଯେ, ପୋଲିସ୍ ଓ ପ୍ରଶାସନ ତରଫରୁ ଅଧିକରୁ ଅଧିକତର ମାନବିକ ଅଧିକାର ଉଲଗ୍ନ ହେଉଛି ଏବଂ ୟୁକ୍ରେନ୍ ରାଷ୍ଟ୍ରର ଚନ୍ଦ୍ରମଣି ନାଥ, ଢେଙ୍କାନାଳ ଜିଲ୍ଲା ଉପସଭାପତି ବଦ୍ରିନାରାୟଣ ମହାନ୍ତି, ମହିଳା କଂଗ୍ରେସ୍ ଉପସଭାପତି ରୁବିନା ବେଗମ୍ , ଜିରାଳରୁ ଅକ୍ଷୟ ପତି, ଭଇରପୁରରୁ ଆଂଚଳ ପାଲ୍, ରାଜ୍ୟ ସଂପାଦକ ଲକ୍ଷ୍ମୀଧର ନାୟକ ଏବଂ ଶେଷରେ ଓଡାପଡାର ରବିନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.