Take a fresh look at your lifestyle.

ଗର୍ଭବତୀ ହାତୀ ମୃତ ଘଟଣାରେ ଦୁଇ ଜଣ କୋର୍ଟ ଚାଲାଣ

0 6

Get real time updates directly on you device, subscribe now.

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ ଘାଗରାମୁଣ୍ଡା ଫରେଷ୍ଟ ବିଟ ଅଧିନ ଖଇରମୁଣ୍ଡା ଗାଁ ସନ୍ନିକଟ ଜଙ୍ଗଲରୁ ରବିବାର ଏକ ମାଇ ହାତୀର ମୃତ ଦେହ ଠାବ କରାଯାଇଥିଲା ।

ହାତୀର ଆନୁମାନିକ ବୟସ ୩୦ ରୁ ୩୫ ବର୍ଷ ହେବ ଓ ସେ ଗର୍ଭବତୀ ଥିଲା ।ବ୍ୟବଛେଦ ପରେ ମାଆ ହାତୀ ପେଟରୁ ଏକ ମୃତ ଶାବକକୁ ମଧ୍ୟ ବାହାର କରାଯାଇଥିଲା ।ହାତୀ ମୃତ ଘଟଣା ରେ ଦୁଇ ଅଭିଯୁକ୍ତ ଘାଗରାମୁଣ୍ଡା ଗ୍ରାମର ପୁନିଆ ବେହେରା ଓ ଖଇରମୁଣ୍ଡା ଗ୍ରାମର ଜାଗା ବେହେରା ଙ୍କୁ ବନ ବିଭାଗ ତରଫରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଜଙ୍ଗଲରେ ଜନ୍ତୁ ଶିକାର କରିବା ଉଦ୍ଧେଶ୍ୟରେ ଦୁଇ ଅଭିଯୁକ୍ତ ପାଖରେ ଯାଇଥିବା ବିଦୂତ ରୁ ହୋକ ମାଧ୍ୟମରେ ତାର ର ଜାଲ ବିଛାଇ ରଖିଥିଲା ବେଳେ ସେହି ଜାଗା ଦେଇ ଗର୍ଭବତୀ ମାଈ ହାତୀଟି ଯାଉଥିଲା ବେଳେ ବିଦୂତ ସମ୍ପର୍କରେ ଆସି ମୃତୁ ହେଇଥିଲା ବୋଲି ସ୍ୱକାର କରିଛନ୍ତି ।

ମହାବିରୋଡ଼ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଥିଲା ବେଳେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ର ଜୀବନ ଚାଲିଯାଉଛି ।ଅନେକ ସମୟରେ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ବୋମା ଖଞ୍ଜା ଯାଉଥିବାର ନଜିର ଅଛି ଏହି ବୋମା କୁ ଖାଇ ବହୁତ ଗୃହପାଳିତ ଙ୍କ ଜୀବନ ଚାଲି ଯାଇଛି ।

ମହାବିରୋଡ଼ ରେଞ୍ଜ ଅଧୀନରେ ଅଧିକାଂଶ ଜାଗା ଜଙ୍ଗଲ ଥିବାରୁ ଏଠି ଜଙ୍ଗଲ ସୁରକ୍ଷା ସହ ବନ୍ୟ ଜନ୍ତୁଙ୍କ ସୁରକ୍ଷା ଚିନ୍ତାର ବିଷୟ । ଦୀର୍ଘ ୧ ବର୍ଷରୁ ଅଧିକ ସମୟ ହେଲାଣି ମହାବିରୋଡ଼ ରେଞ୍ଜ ରେ ସ୍ଥାଇ ରେଞ୍ଜ ଅଧିକାରୀ ନଥିବାରୁ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀ ସତ୍ୟନାରାୟଣ ସାହୁ ରେଞ୍ଜ ଦାଇତ୍ୱ ରେ ଅଛନ୍ତି ।

ଏ ସମ୍ପର୍କରେ ରେଞ୍ଜ ଅଧିକାରୀ ସତ୍ୟନାରାୟଣ ସାହୁ କହିଛନ୍ତି ଦୁଇ ଅଭିଯୁକ୍ତ ସ୍ୱକାର କରିଛନ୍ତି ବିଦୂତ ଦ୍ୱାରା ହାତୀର ମୃତ ହେଇଥିଲା ସେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଅଦାଲତ ଚାଲାଣ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.