Take a fresh look at your lifestyle.

ଶିକ୍ଷାବିତ୍ ପ୍ରମୋଦ ମହାପାତ୍ର ବିୟୋଗ

0 9

Get real time updates directly on you device, subscribe now.

ଢେଙ୍କାନାଳ: ଲତାଦେଇପୂରରରେ ୧୯୩୧ ମସିହାରେ ଜନ୍ମିତ  ଢେଙ୍କାନାଳ କୁଞ୍ଜକାନ୍ତ ନିବାସୀ ନିଜସ୍ଵ ବାସଭବନରେ ଶିକ୍ଷାବିତ୍ ପ୍ରମୋଦ ମହାପାତ୍ରଙ୍କ ୮୭ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣ ହୋଇଯାଇଛି। ସେ ଶତାୟୁ,ବି.ବି.ହାଇସ୍କୁଲ ଢେଙ୍କାନାଳରୁ ମାଟ୍ରିକ ପରୀକ୍ଷାରେ ପ୍ରଥମ ଥର ପାଇଁ ପ୍ରଥମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିବାର ଗୌରବ ଅର୍ଜନ କରିଥିଲେ।

ସେ ପ୍ରଥମ ଶିକ୍ଷକତା ଜୀବନ ଇ ଟି. ସ୍କୁଲ କରଞ୍ଜିଆରୁ ଆରମ୍ଭ କରି, ଡି.ଏନ.ହାଇସ୍କୁଲ, କେନ୍ଦୁଝର, ସମ୍ବଲପୁର ଜିଲ୍ଲା ସ୍କୁଲ, ବି.ବି. ହାଇସ୍କୁଲ, ଢେଙ୍କାନାଳ, ରେଭେନ୍ସା କଲେଜିଏଟ୍ ସ୍କୁଲ,କଟକ ରେ ସହକାରୀ ଶିକ୍ଷକ ଭାବରେ ଓ ପ୍ରଧାନ ଶିକ୍ଷକ ଭାବରେ ମାଛକୁଣ୍ଡ ହାଇସ୍କୁଲ, ଛେଣ୍ଡିପଦା ସିଟି ସ୍କୁଲ୍ ଓ ପରିଶେଷରେ ଭାରପ୍ରାପ୍ତ ଢେଙ୍କାନାଳ ସଦର ଶିକ୍ଷାଜିଲ୍ଲା ଅଧିକାରୀ ଦାୟିତ୍ଵ ସହ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷକ ଭାବରେ ଲୋକପ୍ରିୟ ଇଂରାଜୀ, ଗଣିତ ଓ ଭୂଗୋଳ ଶିକ୍ଷକ,ବରିଷ୍ଠ ଶିକ୍ଷାବିତ୍, ରାଜ୍ୟ ମାଧ୍ୟମିକ ସରକାରୀ ଶିକ୍ଷକ ସଂଘର ଅନ୍ୟତମ ସଦସ୍ୟ, ଲେଖକ, ପ୍ରାବନ୍ଧିକ, କବି,ସୁସାହିତ୍ୟିକ ଭାବରେ ତଥା ଜଣେ ଅତ୍ୟନ୍ତ ସଦଗୁଣଧାରୀ, ଅମାୟିକ,ସ୍ନେହୀ,ପରୋପକାରୀ, ଧର୍ମପ୍ରାଣ ହେତୁବାଦୀ ବିଜ୍ଞାନମନସ୍କ ଶିକ୍ଷାବିତ୍ ପ୍ରବାଦ ପୁରୁଷ ଭାବରେ ସର୍ବଜନାଦୃତ ହୋଇ ଅମରତ୍ୱ ଲାଭ କରିଛନ୍ତି।

ତାଙ୍କର ଅନେକ ଲେଖା ସେତେବେଳର ମୀନବଜାର, ଟୁଆଟୁଇଁ, ମନପବନ ଆଦି ଶିଶୁ ପତ୍ର ପତ୍ରିକାରେ ଓ ବିଦ୍ୟାଳୟର ମୁଖପତ୍ର ଅଞ୍ଜଳିରେ ପ୍ରକାଶିତ ହୋଇ ଆଦୃତି ଲାଭ କରିଥିଲା।ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପ୍ରିୟତମା ପତ୍ନୀ ୭୨ ବୟସ୍କା ମଞ୍ଜୁଳା ମହାପାତ୍ର, ହତଭାଗ୍ୟ ଜ୍ୟେଷ୍ଠପୁତ୍ର ଶିଶୁ ରୋଗ ବିଶେଷଜ୍ଞ ଡ଼ା.ଶିତିକାନ୍ତ ମହାପାତ୍ର, ଜ୍ୟେଷ୍ଠ ପୁତ୍ରବଧୂ ଚର୍ମ ରୋଗ ବିଶେଷଜ୍ଞ ଡ଼ା. କାଞ୍ଚନ ଶ୍ରୀବାସ୍ତବ ,କନିଷ୍ଠ ପୁତ୍ର ସତ୍ୟଜିତ ମହାପାତ୍ର ଓ ପୁତ୍ରବଧୂ ଶାମୁକା ମହାପାତ୍ର,ଉଭୟେ କାର୍ଲିଫର୍ଣିୟା, ଆମେରିକାରେ ସଫ୍ଟୱେର ଇଞ୍ଜିନିୟର,ଜ୍ୟେଷ୍ଠ ଜ୍ୱାଇଁ ଶ୍ରୀମନ୍ତ ପଣ୍ଡା ପ୍ରାକ୍ତନ ଜୀବନ ବୀମା ଅଧିକାରୀ ଓ ଜ୍ୟେଷ୍ଠ। କନ୍ୟା ରାଜଶ୍ରୀ ମହାପାତ୍ର ମଣ୍ଟଫୋର୍ଟ ସ୍କୁଲ ଶିକ୍ଷୟିତ୍ରୀ,ଅନ୍ୟତମ ଜ୍ୱାଇଁ ଶଶାଙ୍କ ମହାପାତ୍ର ବ୍ୟାଙ୍କ ଅଧିକାରୀ ଓ କନ୍ୟା ଜୟଶ୍ରୀ ମହାପାତ୍ର, ମଣ୍ଟଫୋର୍ଟ ସ୍କୁଲ ଶିକ୍ଷୟିତ୍ରୀ, ଶୁଭଶ୍ରୀ ମହାପାତ୍ର ଓ ଶୟିଲେନ୍ଦ୍ର ମିଶ୍ର ଉଭୟେ କାର୍ଲିଫର୍ଣିୟା, ଆମେରିକାରେ ସଫ୍ଟୱେର ଇଞ୍ଜିନିୟର, ଅନେକ ଶୁଭେଚ୍ଛୁ ଅନ୍ତିମ ଦର୍ଶନ କରିଥିଲେ ଓ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ।

ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ଶବସତ୍କାର କାର୍ଯ୍ୟ ଯଥାବିଧି ସମ୍ପନ୍ନ କରାଯାଇଥିଲା।ଜ୍ୟେଷ୍ଠ ପୁତ୍ର ଶିଶୁ ରୋଗ ବିଶେଷଜ୍ଞ ଡ଼ା.ଶିତିକାନ୍ତ ମହାପାତ୍ର ମୁଖାଗ୍ନି ଦେଇଥିଲେ।ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସହକାରୀ ଶିକ୍ଷକ ଭାବରେ କବିଭୂଷଣ ସୃତିସଂସଦ, ବାଳକୃଷ୍ଣ ସାହିତ୍ୟ ସଂସଦ, ରେଣୁବାଳା ସୃତିସଂସଦ,ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଆଜୀବନ ସଦସ୍ୟ ଭାବରେ  ଓ ଜିଲ୍ଲାର ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଏହି ମହାନ ଆତ୍ମାଙ୍କର ସଦଗତି କାମନା କରିଥିଲେ।

ଏହି ଦୁଃଖଦ ସ୍ଥିତିରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ଶୋକ ପ୍ରକଟ କରିବା ସଙ୍ଗେ ସଙ୍ଗେ ସମସ୍ତେ ସମଦୁଃଖୀ ହୋଇ ସେମାନଙ୍କର ସହାୟ ହୁଅନ୍ତୁ ଏହାହିଁ କାମନା କରୁଛି।ଏହି ଅବସରରେ ୩ ନମ୍ବର ୱାର୍ଡ଼ କାଉନସିଲର ଅଭିମନ୍ୟୁ ପଣ୍ଡା, ପ୍ରାକ୍ତନ ଛାତ୍ର ସମାଜ ସେବୀ ଇଂଜିନିୟର ଦେବାଶିଷ ହୋତା ,ସମାଜ ସେବୀ ରାମଚନ୍ଦ୍ର ପାତ୍ର, ନାରୀ ନେତ୍ରୀ ମନୋରମା ସିଂହ, ସମାଜସେବୀ ପୁଷ୍ପାଞ୍ଜଳି ଜେନା, ପ୍ରାକ୍ତନ କାଉନସିଲର ଜ୍ଞାନଚାନ୍ଦ ମିଶ୍ର, ଶିକ୍ଷାବିତ୍ ତାରାପ୍ରସନ୍ନ ଶତପଥୀ, ଡ଼ା ଦେବୀ ପ୍ରାସାଦ ମିଶ୍ର, ଡ଼ଃ ଅନୁପମା ମିଶ୍ର, ପ୍ରାଧ୍ୟାପକ ଡ଼ଃ ନିର୍ମଳ ସୁନ୍ଦର ମିଶ୍ର, ସ୍ଵର୍ଣ୍ଣମୟୀ ଶତପଥୀ, ପ୍ରାଧ୍ୟାପକ ଅଟଳ ବିହାରୀ ଦାଶ ଓ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ,ଶରତ ଦାସ, ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପ୍ରଭାସିନୀ ମହାଖୁଡ଼ ଓ ବିଶିଷ୍ଟ ହେତୁବାଦୀ ପ୍ରାଧ୍ୟାପକ ଧନେଶ୍ୱର ସାହୁ,ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ପଣ୍ଡିତ ମନୋରଞ୍ଜନ ନନ୍ଦଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ଼ଃ ପୁଷ୍ପଲତା ରଥ ଓ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ କବି ବାହାଦୂର ପାଟସାହାଣୀ , ପ୍ରମୁଖ ତାଙ୍କର ଅସଂଖ୍ୟ ଶୁଭେଚ୍ଛୁ ଓ ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଯୋଗ ଗୁରୁ ପ୍ରଳୟ କୁମାର ଦାସ, ରାଜେନ୍ଦ୍ର ପାଣି, ପ୍ରଦୀପ୍ତ ତ୍ରିପାଠୀ,ସମୀର ପରିଡ଼ା, ରାଜୀବ ଲୋଚନ ମାହୁନ୍ତ ଗଭୀର ଦୁଃଖ ଓ ସମବେଦନା ଜଣାଇ ତାଙ୍କ ମର ଶରୀରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।

ଶ୍ରୀଯୁକ୍ତ ମହାପାତ୍ର ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବରିଷ୍ଠ ଇଂରାଜୀ,ଗଣିତ ଓ ଭୂଗୋଳ ଶିକ୍ଷକ, ଏନ.ସି.ସି.ଆକାଶ ବାହିନୀ (ବାଳକ ଶାଖା) ଅଫିସର ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାବରେ ରହି ବେଶ ସୁନାମ ଅର୍ଜନ କରିଥିଲେ।ସେଥିପାଇଁ ତାଙ୍କର ଶବାଧାରକୁ ବିଦ୍ୟାଳୟର ମୁଖ୍ୟ ଫାଟକ ନିକଟକୁ ଅଣାଯାଇ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ଦ୍ଵାରା ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.