Take a fresh look at your lifestyle.

ଢେଙ୍କାନାଳରୁ ଚେନ୍ନାଇକୁ ଦ୍ରୁତଗାମୀ ରେଳ ଚଳାଚଳ ପାଇଁ ସଂସଦରେ ପ୍ରସ୍ତାବ ଦେଲେ ସାଂସଦ ମହେଶ ସାହୁ

0 21

ଢେଙ୍କାନାଳ : ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସ୍କୃତିକ, କୃଷି ଭିତିକ ଜିଲ୍ଲା ଢେଙ୍କାନାଳ, ଶିଳ୍ପନଗରୀ ଅନୁଗୁଳ, କୋଇଲା ନଗରୀ ତାଳଚେର ପ୍ରଭୃତି ଅଂଚଳ ଦେଇ ଯେଉଁସବୁ ଯାତ୍ରୀବାହୀ ରେଳ ଅନ୍ୟ ରାଜ୍ୟକୁ ଚଳାଚଳ କରୁଛି, ସେଥିପାଇଁ ସଂପୃକ୍ତ ଅଂଚଳବାସୀମାନେ ଯେତିକି ଉପକୃତ ହେଉଛନ୍ତି ତନ୍ମଧ୍ୟରୁ ଦକ୍ଷିଣଭାରତକୁ ଯିବା ଆସିବା କରିବା ପାଇଁ ଯାତ୍ରୀମାନଙ୍କୁ ନାନା ପ୍ରକାର ଅର୍ଥନୈତିକ ଅସୁବିଧା ଭୋଗିବାକୁ ପଡୁଛି ।

ଜନସାଧାରଣଙ୍କ ଅସୁବିଧାକୁ ଉପଲବ୍ଧି କରି ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “”ଆମ ପ୍ରତିଭା ଆମ ସମ୍ମାନ” ଏବଂ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କ ନିମନ୍ତେ ଏକ ନୂତନ ଯାତ୍ରୀବାହୀ ଏକ୍ସପ୍ରେସ୍ ଟ୍ରେନ୍ ପଶ୍ଚିମ ଓଡିଶାରୁ ଦକ୍ଷିଣଭାରତର ଚେନ୍ନାଇ ଦେଇ କେରଳ ରାଜ୍ୟର ତ୍ରିଭେନ୍ଦ୍ରମ୍କୁ ଚଳାଚଳ କରିବା ପାଇଁ ସ୍ଥାନୀୟ ସାଂସଦ ମହେଶ ସାହୁଙ୍କ ନିକଟରେ ଏକ ଲିଖିତ ଦାବୀ ଉପସ୍ଥାପନା କରାଯାଇଥିଲା । ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଅନୁଗୁଳ, ତାଳଚେର ଏବଂ ଢେଙ୍କାନାଳ ଜିଲ୍ଲା ଶିଳ୍ପ ବହୁଳ ଅଂଚଳ ।

ଏଠାରୁ ପ୍ରଯ୍ୟାପ୍ତ ପରିମାଣର ରାଜସ୍ୱ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷକୁ ଯାଇଥାଏ । ଉଭୟ ଜିଲ୍ଲାରେ ଏହି ଶିଳ୍ପାଂଚଳ ଉପରେ ନିର୍ଭର କରି ଜୀବନଜୀବିକା ନିର୍ବାହ କରୁଥିବା ସମସ୍ତ ଜନସାଧାରଣଙ୍କ ପରିଭ୍ରମଣ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଉଚ୍ଚଶିକ୍ଷା ନିମନ୍ତେ ଚେନ୍ନାଇ ଯିବା ପାଇଁ ଏକ ନୂତନ ଦ୍ରୁତଗାମୀ ରେଳ ଚଳାଚଳ କରାଇବା ନିମନ୍ତେ ଢେଙ୍କାନାଳ ସାଂସଦ ମହେଶ ସାହୁ ଏ ସଂପର୍କରେ ଗତ ୨୮.୦୬.୨୦୨୨ ତାରିଖରେ ଜିଲ୍ଲା ଦୀଶା ବୈଠକରେ ରେଳଚଳାଚଳ ପ୍ରସଙ୍ଗ ଉପସ୍ଥାପନ କରାଇଥିଲେ ଏବଂ ଏହା ପ୍ରଶାସନିକ ସ୍ତରରେ ମଧ୍ୟ ଅନୁମୋଦିତ ହୋଇଥିଲା ।

ଆଜି ଏହି ପ୍ରସ୍ତାବକୁ ସଂସଦରେ ଶ୍ରୀ ସାହୁ ଉପସ୍ଥାପନ କରି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ଚେନ୍ନାଇକୁ ନୂତନ ଦ୍ରୁତଗାମୀ ରେଳ ଚଳାଚଳ ପ୍ରସଙ୍ଗ ସଂସଦରେ ଉପସ୍ଥାପନ ହୋଇଥିବା ଖବର ଶୁଣି ଆମ ପ୍ରତିଭା ଆମ ସମ୍ମାନ ଅନୁଷ୍ଠାନର ସଭାପତି ପ୍ରିୟରଞ୍ଜନ ମାହୁଁନ୍ତ, ଓଡାପଡା ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ମହାନ୍ତି, ଧର୍ମାନନ୍ଦ ପରିଡା, ପ୍ରେମାନନ୍ଦ ସାହୁ, ଭୁବନ ବ୍ଲକ୍ ଅଧ୍ୟକ୍ଷା ସିପ୍ରା ବରାଳ, କଙ୍କଡାହାଡ ବ୍ଲକ୍ ଅଧ୍ୟକ୍ଷ କାର୍ତିକ ସାହୁ, ସାଂସଦଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ସଦର ବ୍ଲକ୍ ଅଧ୍ୟକ୍ଷା ରାଜଶ୍ରୀ ନାୟକ, ସସ୍ମିତାରାଣୀ ନାୟକ, ବରିଷ୍ଠ ଆଇନ୍ଜୀବୀ ତଥା ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର, ଆମ ପ୍ରତିଭା ଆମ ସମ୍ମାନର କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇ, ସମାଜସେବୀ ତିଳୋତମା ଚୌଧୁରୀ, ଅନିନ୍ଦିତା ମିଶ୍ର, ସକିନା ନାଥ, ପ୍ରତାପ ଦାସ, କାଉନ୍ସିଲର ସାଗିର ମହମ୍ମଦ କୃତଜ୍ଞତା ଜଣାଇଛନ୍ତି ।

ଢେଙ୍କାନାଳ-ଅନୁଗୁଳ ପାସେଞ୍ଜର ଆସୋସିଏସନ୍ ସଭାପତି ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ମାଇକ୍ରୋମିଡିଆ ନିଦେ୍ର୍ଦଶକ ତଥା ସାମ୍ବାଦିକ ଅଥୟ କୁମାର ସାହୁ, ସାମ୍ବାଦିକ ସଦାଶିବ ମହାପାତ୍ର, ରତନ ନାୟାର, ଅରବିନ୍ଦ ସାହୁ, ସତ୍ୟସ୍ୱରୂପ ଦାସ, ରାଜଶ୍ରୀ ଶତପଥୀ, ବିନୋଦ ମହାନ୍ତି, ବିରଂଚି ସେଠ୍, ଆଦିତ୍ୟ ପଣ୍ଡା, ଦୀପକ ମିଶ୍ର, ଲକ୍ଷ୍ମୀନାରାୟଣ ତ୍ରିପାଠୀ, ମାନସ ତ୍ରିପାଠୀ, ଜିତେନ୍ଦ୍ର ପଟ୍ଟନାୟକ, ସରୋଜ କୁମାର କର, ରଞ୍ଜନ ସାହୁ, ସତ୍ୟନାରାୟଣ କର, ଶ୍ୟାମସୁନ୍ଦର ସାହୁ, କ୍ରୀଡା ଘୋଷକ ଅମୀୟ କୁମାର ଚାନ୍ଦ, ଦୁଷ୍ମନ୍ତ ମହାନ୍ତି, ମହେନ୍ଦ୍ର ସାହୁ, ଅମରେଶ୍ ଜେନା, ସୁମନ୍ତ ସ୍ୱାଇଁ, ପ୍ରଭଞ୍ଜନ ପାଣିଗ୍ରାହୀ, ସର୍ବେଶ୍ୱର ବ୍ରହ୍ମଙ୍କ ବ୍ୟତୀତ ସରପଂଚ ଅରୁଣ ପରିଡା, ଅଭିମନୁ୍ୟ ବେହେରା, ଶଙ୍କର୍ଷଣ ଜେନା, ବିରଂଚି ବେହେରା କୃତଜ୍ଞତା ଜଣାଇଛନ୍ତି ।

ଜିଲ୍ଲା ସରପଂଚ ସଂଘ, ଜିଲ୍ଲା ଲରି ସଂଘ, ବସ୍ ମାଲିକ ସଂଘ, ଟ୍ରକ୍ ମାଲିକ ସଂଘ, ଶ୍ରୀଗୁଣ୍ଡିଚା ଭଜନ ସମାରୋହ କମିଟିଙ୍କ ସମେତ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ, ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଏହି ନୂତନ ଟ୍ରେନ୍ ଚଳାଚଳ ପ୍ରସଙ୍ଗ ସଂସଦରେ ଉପସ୍ଥାପନା କରାଯାଇଥିବାରୁ ସମସ୍ତେ ସାଂସଦ ଶ୍ରୀ ସାହୁଙ୍କୁ ବିଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

- Advertisement -

Leave A Reply

Your email address will not be published.