ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ଧୀରପଟଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଷାପଡା ଗ୍ରାମରେ ଢେଙ୍କାନାଳ ଜନ ଶିକ୍ଷଣ ସଂସ୍ଥାନ ତରଫରୁ କୋଭିଡ–୧୯ ର ୪ର୍ଥ ଲହର ପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ଧୀରପଟଣା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରତାପ କୁମାର ସ୍ଵାଇଁ ବ୍ୟକ୍ତିଗତ ସ୍ବଚ୍ଛତା, ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥି ଭାବେ ଶ୍ରୀମତୀ ପଠୌଣୀ ସାହୁ, ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମାନସ ରଞ୍ଜନ ଦାଶ, କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ରାଉତ, ସଂସ୍ଥାନର ଅନ୍ଯତମ ସହଯୋଗୀ ଶ୍ରୀ ଦୂର୍ଗା ପ୍ରସାଦ ନନ୍ଦ,ସହଯୋଗୀ ଶ୍ରୀମତୀ ମଧୁସ୍ମିତା ପଟ୍ଟନାୟକ ଉପସ୍ଥିତ ଥିଲେ ।
କଙ୍କଡାହାଡ ବ୍ଲକର ଡଙ୍ଗାପାଳ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ଉକ୍ତ ସଂସ୍ଥାନ ପକ୍ଷରୁ ବ୍ୟକ୍ତିଗତ ସ୍ବଚ୍ଛତା, ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କଙ୍କଡାହାଡ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଅଜୟ କୁମାର ଚିନାରା, ବିଦ୍ୟାଳୟର ଚେୟାରମ୍ୟାନ ଶିଶିର କୁମାର ମହାରଣା, ୱାର୍ଡେନ ଶ୍ରୀମତୀ କବିତା ବାରିକ ଓ ଷ୍ଟାଫ ସମସ୍ତଙ୍କୁ ସ୍ବଚ୍ଛତା ଓ କୋଭିଡ ର ନିୟମ ମାନିବା ପାଇଁ ଶପଥ ପାଠ କରାଇବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ ।