Take a fresh look at your lifestyle.

ବ୍ୟକ୍ତିଗତ ସ୍ବଚ୍ଛତା, ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ସଚେତନତା ଶିବିର

0 26

ଢେଙ୍କାନାଳ: ଢେଙ୍କାନାଳ ସଦର  ବ୍ଲକ  ଧୀରପଟଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଷାପଡା ଗ୍ରାମରେ ଢେଙ୍କାନାଳ ଜନ ଶିକ୍ଷଣ ସଂସ୍ଥାନ ତରଫରୁ  କୋଭିଡ୧୯ ୪ର୍ଥ ଲହର ପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି

ଏଥିରେ ମୁଖ୍ୟ ଅତିଥି ଭାବେ ଧୀରପଟଣା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରତାପ କୁମାର ସ୍ଵାଇଁ ବ୍ୟକ୍ତିଗତ ସ୍ବଚ୍ଛତାସ୍ୱାସ୍ଥ୍ୟ ସୁରକ୍ଷା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ   ଅତିଥି ଭାବେ ଶ୍ରୀମତୀ ପଠୌଣୀ ସାହୁ,   ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ  ମାନସ ରଞ୍ଜନ ଦାଶ, କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ରାଉତ, ସଂସ୍ଥାନର ଅନ୍ଯତମ ସହଯୋଗୀ ଶ୍ରୀ ଦୂର୍ଗା ପ୍ରସାଦ ନନ୍ଦ,ସହଯୋଗୀ ଶ୍ରୀମତୀ ମଧୁସ୍ମିତା ପଟ୍ଟନାୟକ  ଉପସ୍ଥିତ ଥିଲେ

କଙ୍କଡାହାଡ ବ୍ଲକର ଡଙ୍ଗାପାଳ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ଉକ୍ତ ସଂସ୍ଥାନ ପକ୍ଷରୁ ବ୍ୟକ୍ତିଗତ ସ୍ବଚ୍ଛତା, ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି ଏଥିରେ କଙ୍କଡାହାଡ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଅଜୟ କୁମାର ଚିନାରା, ବିଦ୍ୟାଳୟର ଚେୟାରମ୍ୟାନ  ଶିଶିର କୁମାର ମହାରଣା, ୱାର୍ଡେନ ଶ୍ରୀମତୀ କବିତା ବାରିକ ଷ୍ଟାଫ  ସମସ୍ତଙ୍କୁ  ସ୍ବଚ୍ଛତା କୋଭିଡ ନିୟମ ମାନିବା ପାଇଁ ଶପଥ ପାଠ କରାଇବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ

- Advertisement -

Leave A Reply

Your email address will not be published.