Take a fresh look at your lifestyle.

ପ୍ରଧାନ ମନ୍ତ୍ରୀଙ୍କ ସମସ୍ତ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଆବଶ୍ୟକ-କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0 17

Get real time updates directly on you device, subscribe now.

ଢେଙ୍କାନାଳ : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ୩ ଦିନିଆ ଓଡିଶା ଗସ୍ତରେ ଆସି ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଏକ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ଭାରତ ବର୍ଷର ଲୋକପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭାରତର ଜନସାଧାରଣଙ୍କ ପାଇଁ କରାଯାଉଥିବା ବିଭିନ୍ନ ଯୋଜନା ଓ ଏହାର ସୁଫଳ ଉପରେ କାର୍ଯ୍ୟକର୍ତାମାନେ ଜନସାଧାରଣଙ୍କ ନିକଟରେ ପହଁଚାଇବା ଆବଶ୍ୟକ ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଏ ବିଜେପିର ସମସ୍ତ କର୍ମକର୍ତାଙ୍କୁ ଆହ୍ୱାନ ଓ ପରାମର୍ଶ ଦେଇଥିଲେ ।

ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ ରାଏ ଯୋଗଦେଇ ପ୍ରଧାନମନ୍ତ୍ରୀ ସେବା,ସୁଶାସନ,ଗରୀବ କଲ୍ୟାଣ ଉପରେ ଦଳ ତରଫରୁ ପ୍ରସ୍ତୁତ କରାଯାଇଥିବା କରପତ୍ର ଗୁଡିକୁ ବୁଥ ସ୍ତରରେ ପ୍ରତ୍ୟେକ ଘରେ ପହଁଚାଇବା ପାଇଁ କାର୍ଯ୍ୟକର୍ତାଙ୍କୁ ପ୍ରୋତ୍ସାହନ କରିଥିଲେ ।

ଏଥି ସହିତ କଠିନ ପରିଶ୍ରମ କରି ତୃଣମୁଳ ସ୍ତରରୁ ସଙ୍ଗଠନକୁ ମଜବୁତ କରିବା ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ନିମନ୍ତେ ସମୟ ଆସିଛି ବୋଲି କହିବା ସଙ୍ଗେ ସଙ୍ଗେ ଉପସ୍ଥିତ କାର୍ଯ୍ୟକର୍ତା ମାନଙ୍କୁ ଏ ବାବଦରେ ଗୁରୁ ମନ୍ତ୍ର ଦେଇଥିଲେ । ଦଳ ତରଫରୁ ଜିଲ୍ଲାର ଚାଷୀ ସମସ୍ୟା, ମଣ୍ଡିର ଅବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଓ ଅନିୟମିତତା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ହେତୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଜିଲ୍ଲାରେ ଆଇନ ଶୃଙ୍ଖଳା ଅବ୍ୟବସ୍ଥା ଉଦବେଗ ଜନକ, ଗଳିକନ୍ଦିରେ ଖୋଲାଖୋଲି ଭାବେ ଧଳା ଜହର ବେପାର, ହାତୀ ଉପଦ୍ରବ, ବିଦୁ୍ୟତ ବିତରକ ଟାଟା କମ୍ପାନୀର ଦାଦାଗିରୀ, ଲଘୁ ଖଣିଜ ଜାତ ଦ୍ରବ୍ୟର ଚୋରା କାରବାର ବୃଦ୍ଧି ଇତ୍ୟାଦି ଏକ ୭ ଦଫା ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଥିଲା ।

ପ୍ରାରମ୍ଭରେ ଅମରନାଥରେ ବାଦଲ ଫଟା ବୃଷ୍ଟି ହେତୁ ପ୍ରାଣ ହରାଇଥିବା ସମସ୍ତ ଶ୍ରଦ୍ଧାଳୁ ଓ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ବିୟୋଗ ପାଇଁ ଏକ ଶୋକ ପ୍ରସ୍ତାବ ଅଣାଯାଇ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସମ୍ବିଧାନର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପାଇଁ ଓଡିଆ ଝିଅ ଦୈ୍ରାପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ପ୍ରଧାନ ନରେନ୍ଦ୍ର ମୋଦୀ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

ଦେଶର ଯୁବକ ମାନଙ୍କୁ ରାଷ୍ଟ୍ରବାଦ ଓ ସେମାନଙ୍କ ଭିତରେ ରାଷ୍ଟ୍ରୀୟ ଏକତା ତଥା ଚେତନା ମନୋଭାବ ସୃଷ୍ଟି ପାଇଁ “ମିଶନ ଅଗ୍ନିପଥ“ ଯୋଜନାର ଶୁଭାରମ୍ଭ,ମାଗଣାରେ ଦେଶରେ ୨ଶହ କୋଟିରୁ ଅଧିକ କୋଭିଡ ଟୀକାକରଣ, ପ୍ରଧାନମନ୍ତ୍ରୀଙ୍କର ଜନକଲ୍ୟାଣ ଯୋଜନାରେ ୮୦ କୋଟି ଜନସାଧାରଣଙ୍କୁ ମାଗଣାରେ ରାସନ ଓ ଆର୍ଥିକ ସହାୟତା,ସର୍ବୋପରି ଓଡିଶା ଓ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବରପୁତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ପଦରେ ପୁନଶ୍ଚ ଅବସ୍ଥାପିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଦିଆଯାଇଥିଲା ।

ପ୍ରାରମ୍ଭରେ ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର ମନ୍ତ୍ରୀଙ୍କ ୨ ଦିନିଆଁ ଜିଲ୍ଲା ଗସ୍ତ ଓ ଜିଲ୍ଲା ସାଙ୍ଗଠନିକ ଉପରେ ଅଭିଭାଷଣ ରଖିଥିଲେ । ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା, ରାଜ୍ୟ ସମ୍ପାଦକ ତଥା ଢେଙ୍କାନାଳ ଲୋକସଭା ପ୍ରବାସ ଯୋଜନା ପ୍ରଭାରୀ ସୀମାଂଚଳ ଖଟୋଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୁଷଣ ପ୍ରଧାନ, ଶତୃଘ୍ନ ଜେନା, ନିରୋଜ ନଳିନୀ ମହାଳିକ, ଅଶୋକ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଲୋକସଭା ପ୍ରବାସ ଯୋଜନା ସଂଯୋଜକ ପ୍ରେମାନନ୍ଦ ଜେନା ପ୍ରମୁଖ ମଂଚାସୀନ ଥାଇ ସଂଗଠନକୁ ଦୃଢ କରିବା ପାଇଁ ମତବ୍ୟକ୍ତ କରିଥିଲେ ।

ଜିଲ୍ଲା ସାଧାରଣ ସମ୍ପାଦକ ରାସବିହାରୀ ବେହେରା ଅତିଥିଙ୍କୁ ସ୍ୱାଗତ କରିଥିବା ସ୍ଥଳେ ଅନ୍ୟତମ ସାଧାରଣ ସମ୍ପାଦକ ରତିକ୍ାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା ଶୋକ ପ୍ରସ୍ତାବ ଆଗତ କରିଥିଲେ , ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ ଧନ୍ୟବାଦ ପ୍ରସ୍ତାବ ଏବଂ ଜିଲ୍ଲା ମିଡିଆସେଲ ପ୍ରଭାରୀ ନବକିଶୋର ଗୁରୁ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ସୁନୀଲ ଶର୍ମା ଧନ୍ୟବାଦ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ପରଜଙ୍ଗ ଭାଇସ ଚେୟାରମ୍ୟାନ ଯଶସ୍ୱିନୀ ରାଉତ,ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ କୁମାର ଗୋଛାୟତ, ଜିଲ୍ଲା ଉପସଭାପତି ବିଷ୍ଣୁପ୍ରସାଦ ଲେଙ୍କା,ସନାତନ ବେହେରା, ଭାରତୀ ସ୍ୱାଇଁ, ସମ୍ପାଦକ ସୁଶାନ୍ତ ପତି, ଅନୀତା ଦାସ,ଅବନୀକାନ୍ତ ପଟ୍ଟନାୟକ,କୋଷାଧ୍ୟକ୍ଷ ସଞ୍ଜିବ ମହାପାତ୍ର,ବୁଦ୍ଧିଜୀବି ସେଲ ଆବାହକ ପ୍ରମୋଦ କୁମାର ନନ୍ଦ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏମ.ଜେ.ମହିମା, ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପ୍ରଧାନ, ମହିଳାମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, କୃଷକ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି ,ରାଜ୍ୟ ଯୁବମୋର୍ଚା ସଦସ୍ୟ ଅଞ୍ଜନ କୁମାର ପାଣି, ସତ୍ୟରଂଜନ ଭୁୟାଁ, ଜିଲ୍ଲା ଆଇଟି ସେଲ ଅଧ୍ୟକ୍ଷ ରମ୍ୟରଂଜନ ମହାପାତ୍ର, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ,ନବ ନିର୍ବାଚିତ କାଉନସିଲର ନିରୋଦ କୁମାର ସାହୁ, ବଳରାମ ସେଠୀ, ଲକ୍ଷ୍ମୀପ୍ରିୟା ଦଳେଇ, ସୂର୍ଯ୍ୟପ୍ରତାପ ରାଉତ, ପ୍ରତାପ ନାୟକ,ସୁଚିତ୍ର ବେହେରା,ବିଭୁତି ଭୁଷଣ ଷଣ୍ଢ ,ପ୍ରତ୍ୟୁଷହରି ପ୍ରଧାନ, କରୁଣାକର ଦଳେଇ,ଦିଗାମ୍ବର ସାହୁ, ଶିବପ୍ରସାଦ ସାହୁ,ସଜଳେନ୍ଦ୍ର ଜେନାଙ୍କ ସମେତ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତା ଓ ନେତୃବୃନ୍ଦ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.