Take a fresh look at your lifestyle.

ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ର ନୂତନ କର୍ମକର୍ତା ଚୟନ

0 9

ଢେଙ୍କାନାଳ: ଗତକାଲି ଶ୍ରୀଶ୍ରୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ, ମୀନାବଜାରର ବାର୍ଷିକ ସାଧାରଣ ସଭା ମୀନାବଜାରସ୍ଥ ସଭା ମଣ୍ଡପ ଠାରେ ବିରଂଚି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ୨୦୨୨-୨୩ ବର୍ଷ ପାଇଁ ଲକ୍ଷ୍ମୀ ପୂଜା କମିଟିର ନିମ୍ନଲିଖିତ ନୂତନ କର୍ମକର୍ତାଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା ।

ସଭାପତି ଭାବେ ରବିନାରାୟଣ ମହାନ୍ତି, କାର୍ଯ୍ୟକାରୀ ସଭାପତି ନିରୋଦ କୁମାର ସାହୁ, ଉପସଭାପତି ଭାବେ ଉଦୟନାଥ ବେହେରା, ବୀରବର ସାହୁ, ସଦାନନ୍ଦ ସାହୁ, ପ୍ରଫୁଲ୍ଲ କୁମାର ସାହୁ, ଓକିଲ୍ ବେଗ୍, ଲୋକନାଥ ମହାପାତ୍ର, ସାଇପ୍ରସାଦ ଦଳେଇ, ଜିତେନ୍ଦ୍ର କୁମାର ମହାପାତ୍ର, ରିଆଜ୍ ଅଲ୍ଲି ଓ ଛବିନାରାଣ ରାଉତ, ସଂପାଦକ ଭାବେ ପିତବାସ ସାହୁ, ସହ-ସଂପାଦକ ଅନିଲ୍ କୁମାର ମହାପାତ୍ର, ପ୍ରଭାତ ଦଳେଇ, ପବିତ୍ର କୁମାର ସାହୁ, ସୌମ୍ୟରଞ୍ଜନ ମହାନ୍ତି, ଇମ୍ତିଆଜ୍ ଅଲ୍ଲି, ଦିଲ୍ଲୀପ କୁମାର ସାହୁ, ଲକ୍ଷ୍ମୀଧର ସାହୁ, ପ୍ରକାଶ ମହାନ୍ତି ଓ ଚନ୍ଦନ ପାତ୍ର, କୋଷାଧ୍ୟକ୍ଷ ଭାବେ ଦୟାନିଧି ବେହେରା, ସହ-କୋଷାଧ୍ୟକ୍ଷ ଶ୍ରୀକାନ୍ତ ମହାପାତ୍ର, ସଂଯୋଜକ ବେଣୁଧର ସାହୁ, କାର୍ଯ୍ୟକାରିଣୀ ଓ ଉପଦେଷ୍ଟା ଭାବେ ରବିନାରାୟଣ ପଟ୍ଟନାୟକ, ବିଜୟ ଶଙ୍କର ସାହୁ ଓ ସୂର୍ଯ୍ୟ ଦେବତାଙ୍କୁ, କାର୍ଯ୍ୟକାରିଣୀ ସଭ୍ୟ ଭାବେ ମାନସ କୁମାର ସାହୁ, ମିଥୁନ୍ କୁମାର ସାହୁ, ମିଲା ସାହୁ, ବଦ୍ରିନାରାୟଣ ମହାପାତ୍ର, ଚିନ୍ତାମଣି ସାହୁ, ରାଜେଶ ବେହେରା, ବାବୁଲା ଦୋରା ଓ ରଣଜିତ୍ ସାହୁଙ୍କୁ ମନୋନିତ କରାଯାଇଥିଲା ।

ଏହି କମିଟି ବଜାରର ପୂଜାକୁ ସୂଚାରୁ ରୂପେ ତୁଲାଇବେ ବୋଲି କହିଛନ୍ତି । ଶେଷରେ ନୂତନ ସଭାପତି ରବିନାରାୟଣ ମହାନ୍ତି ସମସ୍ତଙ୍କୁ ଅଭିନନ୍ଦନ ଦେଇ ସଭା ସାଙ୍ଗ କରିଥିଲେ ।

- Advertisement -

Leave A Reply

Your email address will not be published.