Take a fresh look at your lifestyle.

ଭୋଜଦେଇପୁର ରେ ଗାଁ ପାଇଁ ଦିନଟିଏ ଅଭିଯାନ

0 32

Get real time updates directly on you device, subscribe now.

ଢେଙ୍କାନାଳ: ଭୋଜଦେଇପୁର ଅଞ୍ଚଳର ଆରାଧ୍ଯ୍ୟ ପ୍ରଭୁ ଭୋଳେଶ୍ବର ମହାଦେବଙ୍କ ମନ୍ଦିର ପରିସର ଢେଙ୍କାନାଳ ଜିଲ୍ଲାର ଉତ୍ସାହି ବ୍ୟକ୍ତି ତଥା ଗାଁ କୁ ଭଲପାଉ ଥିବା ବ୍ୟକ୍ତିମାନଙ୍କୁ ନେଇ ଆରମ୍ଭ ହୋଇଥିବା ଗାଁ ପାଇଁ ଦିନଟିଏ ଅଭିଯାନ ଅବସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସୂଚନା ଥାଉ କି ସମସ୍ତେ କିପରି ନିଜ ମାଟି ଗାଁ କୁ ଭଲପାଇବେ ନିଜ ଗ୍ରାମପଞ୍ଚାୟତ ତଥା ଗାଁର ଉନ୍ନତି ପାଇଁ ଚିନ୍ତା କରିବେ ସର୍ବୋପରି ସମସ୍ତେ ନିଜ ନିଜ ସ୍ଥାନ ରେ ଓ ନିଜ ନିଜ ସ୍ତରରେ ସହଯୋଗ କରି ଗାଁର ବିକାଶ କରିବେ ସେହି ଚିନ୍ତା ଆଉ ଚେତନା କୁ ନେଇ ଆରମ୍ଭ ହୋଇଛି ଗାଁ ପାଇଁ ଦିନଟିଏ ଅଭିଯାନ।

ଏହି ଅବସରରେ ଦିନଟିଏ ହେଉପଛେ ସମସ୍ତେ ନିଜର କର୍ମ ମୟ ଜିବନ ରୁ ସମୟ ବାହର କରି ଗାଁର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଏହି ଅବସରରେ ଆଗକୁ ପବିତ୍ର ଜାଗର ଯାତ୍ରା ଥିବାରୁ ସମସ୍ତେ ମିଶି ଗାଁର ଆରାଧ୍ଯ ଦେବତା ପ୍ରଭୁ ଭୋଳେଶ୍ବରଙ୍କ ମନ୍ଦିର ପରିସର ସଫେଇ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସଦାଶିବପୁର, କଶିପଦା, ବରଦା ଓ ଭୋଜଦେଇପୁର ଅଞ୍ଚଳର ବହୁ ଉତ୍ସାହି ଗ୍ରାମବାସୀ ଯୋଗଦାନ କରି କାର୍ଯକ୍ରମ କୁ ଆଗେଇ ନେଇଥିବା ବେଳେ ଅନ୍ଯ ମାନଙ୍କ ମଧ୍ଯରେ ଭୁବନେଶ୍ୱର ମିଶ୍ର, ବିରକିଶୋର ମିଶ୍ର ,ଶିବ ପ୍ରସାଦ ମହାପାତ୍ର, ସୁଦର୍ଶନ ପରିଡା, ଦୁର୍ଗାଚରଣ ମହାପାତ୍ର, ରୁଦ୍ର ପ୍ରସାଦ ମହାପାତ୍ର, କୃପାସିନ୍ଧୁ ମିଶ୍ର, ପ୍ରାଧ୍ୟାପକ ଅଟଳ କୁମାର ଦାସ ,ନଟବର ସାହୁ ,ଶ୍ବେତ କୁମାର ନନ୍ଦ, ଆଇନଜୀବୀ ବସନ୍ତ କୁମାର ରଥ, ଶୋଭା ର ନିଦ୍ଦେର୍ଶକ ଉଦୟେନ୍ଦୁ ମିଶ୍ର ପ୍ରମୁଖ ଯୋଗଦାନ କରି କାର୍ଯକ୍ରମ ପରିଚାଳନା କରିଥିଲେ ।

ଆଗାମି ଦିନରେ ଗାଁ ପାଇଁ ଦିନଟିଏ ଅଭିଯାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ଏହାକୁ ସୁଦୁର ପ୍ରସାରି କରାଯାଇ ଅନ୍ଯ ଗାଁର ବିକାଶ ସଂପର୍କରେ ମଧ୍ଯ ଯୋଜନା ମାନ କରାଯିବ ବୋଲି ଅଭିଯାନ ର ବରିଷ୍ଠ ସଦସ୍ଯମାନେ ମତବ୍ୟକ୍ତ କରିଥିଲେ ।

ଆଜିର କାର୍ଯ୍ୟକ୍ରମ ରେ ଶୋଭା ଢେଙ୍କାନାଳ ପକ୍ଷରୁ ଚାଇଲ୍ଡ ଲାଇନ, ସଖି ଓ ଶୋଭା ଅନୁଷ୍ଠାନର କର୍ମଚାରୀ ମାନେ ସଫେଇ ଓ ଅନ୍ଯାନ୍ଯ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.