Take a fresh look at your lifestyle.

ପୌର ନିର୍ବାଚନ : କୋଣାର୍କ ଏନଏସିରେ ନିର୍ବାଚନୀ ଉଷ୍ମତା

0 26

Get real time updates directly on you device, subscribe now.

କୋଣାର୍କ:  ପଞ୍ଚାୟତ ନିର୍ବାଚନ ସରିବା ପରେ ବାଜିଛି ପୌର ନିର୍ବାଚନ ବିଗୁଲ୍ ।  ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ହେବ ପୌର ନିର୍ବାଚନ । ମାର୍ଚ୍ଚ ୨୬ ରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ । ଫେବ୍ରୁଆରୀ ୨୮ ତାରିଖରେ ନିର୍ବାଚନ କମିସନଙ୍କ ପକ୍ଷରୁ ପୌର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ।

 

ସୂଚନା ଅନୁଯାୟୀ, ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ମନୋନୟନପତ୍ର ଦାଖଲ ହେବ । ମାର୍ଚ୍ଚ ୯ ତାରିଖରେ ମନୋନୟନପତ୍ର ଯାଞ୍ଚ ହେବ । ମାର୍ଚ୍ଚ ୧୪ ସୁଦ୍ଧା ମନୋନୟନପତ୍ର ପ୍ରତ୍ୟାହାର ହେବ ।

 

ମେୟର ଏବଂ ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ । ଇଭିଏମ୍ ରେ ଭୋଟ ଗ୍ରହଣ ହେବ । ପ୍ରତି ବୁଥ୍ ରେ ଦୁଇଟି ଇଭିଏମ୍ ରହିବ । ଗୋଟିଏ ଇଭିଏମ୍ ରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ ଦେବାକୁ ହେବ । ଦ୍ୱିତୀୟ ଇଭିଏମ୍ ରେ କାଉନସିଲର କିମ୍ବା କର୍ପୋରେଟରଙ୍କୁ ଭୋଟ ଦିଆଯିବ । ପ୍ରଥମ ଥର ପାଇଁ ଏଥର ପୌର ନିର୍ବାଚନରେ ‘ନୋଟା’ ବିକଳ୍ପ ରହିବ ।

 

ଏପ୍ରିଲ ୭ ରେ ପୌର ଉପାଧ୍ୟକ୍ଷ ଏବଂ ଏପ୍ରିଲ୍ ୮ ରେ ଡେପୁଟି ମେୟର ନିର୍ବାଚନ ହେବ ।୧୦୬ ଟି ଏନଏସି/ମୁ୍ୟନିସିପାଲିଟି ଏବଂ ୩ ଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ମହାନଗର ନିଗମଗୁଡ଼ିକ ହେଉଛି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର । ଅଦାଲତି ମାମଲା ପାଇଁ ପୁରୀ ମୁ୍ୟନିସିପାଲିଟ ଏବଂ ସମ୍ବଲପୁର, ରାଉରକେଲା ମହାନଗର ନିଗମରେ ନିର୍ବାଚନ ହେବ ନାହିଁ ।
ସୂଚନାଥାଉକି, ଆସନ ସଂରକ୍ଷଣ ବିବାଦ ପାଇଁ ପ୍ରାୟ ୩ ବର୍ଷ ଧରି ଝୁଲି ରହିଥିଲା ରାଜ୍ୟ ପୌର ନିର୍ବାଚନ । ନିର୍ବାଚନୀ ବିଗୁଲ ବାଜିବାପରେ କୋଣାର୍କ ଏନଏସିରେ ଆଶାୟୀ ପ୍ରାର୍ଥୀ ଓ ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ଉଷ୍ମତା ।

 

୧୦ ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଓ ୧୩ଟି ଓ୍ବାର୍ଡକୁ ନେଇ ଗଠିତ କୋଣାର୍କ ଏନଏସିରେ  ଥିବା ଦଳୀୟ କାର୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ଛକମାନଙ୍କରେ ଚାଲିଛି ନିର୍ବାଚନୀ ଚର୍ଚ୍ଚା ।

 

ଦଳୀୟ ଟିକଟ ହାତେଇବା ପାଇଁ ସବୁଦଳର ଆଶାୟୀ ପ୍ରାର୍ଥୀମାନେ ଆରମ୍ଭ କରିଦେଇଛନ୍ତି ଲବି । ଚଳିତ ଥର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପୌରାଧ୍ୟକ୍ଷ ପଦବୀ ନିମନ୍ତେ ସିଧାସଳଖ ନିର୍ବାଚନ ହେଉଥିବାରୁ ପ୍ରାର୍ଥୀ ଚୟନରେ ଦେଖାଦେଇଛି ଦ୍ବୋନ୍ଦ । ଦେଖାଯାଉ କାହାକୁ ମିଳୁଛି ଦଳୀୟ ଟିକଟ  ଏବଂ  ଜନମତ ।

 

ଶାସକ ଦଳ କବଜାରେ ଥିବା କୋଣାର୍କ ଏନଏସି ପୂହ୍ନର୍ବାର ଦଖଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବାବେଳେ କଂଗ୍ରେସ ତାର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ସେହିପରି ବିଜେପି ଓ ଅନ୍ୟାନ୍ୟ ଦଳମାନେ ମଧ୍ୟ  କୋଣାର୍କ ଏନଏସିକୁ ଦଖଲ କରିବା ପାଇଁ ଆଶା ବାନ୍ଧି ଛନ୍ତି । ଉପଯୁକ୍ତ ପ୍ରାର୍ଥୀ ଦେଖି ମତଦାନ କରିବେବୋଲି ଭୋଟର ଟୁପୁରୁଟାପର ହେଉଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.