Take a fresh look at your lifestyle.

ରାଜୀବ ଲୋଚନ ବେହେରା ଭୁବନ ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଲେ

0 17

Get real time updates directly on you device, subscribe now.

ଭୁବନ : ଭୁବନ ତହସିଲ କାର୍ଯ୍ୟାଳୟରେ ରାଜୀବ ଲୋଚନ ବେହେରା ନୂତନ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତହସିଲ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।

ଶ୍ରୀ ବେହେରା ୨୦୦୬ ମସିହାରେ କଟକ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ଓ ୨୦୨୧ ଡିସେମ୍ବର ମାସରେ ଓଆରଏସ (ଓଡିଶାରେଭେନ୍ୟୁସର୍ଭିସ) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅତିରିକ୍ତ ତହସିଲଦାର ପଦବୀକୁ ପଦୋନ୍ନତି ପାଇଥିଲେ ।

ଜଣେ ଅତ୍ୟନ୍ତ ଶାନ୍ତ, ସରଳ,ଦକ୍ଷ ଓ କର୍ମଠ   ଅଫିସର ଭାବେ ତାଙ୍କର ବେଶ ସୁନାମ ରହିଛି । ଗରିବଲୋକଙ୍କୁ ତ୍ୱରିତ ସେବା ପ୍ରଦାନ ତାଙ୍କର ମୁଖ୍ୟ ଓ ପ୍ରଧାନ କାର୍ଯ୍ୟ ହେବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଅବସରରେ ଅତିରିକ୍ତ ତହସିଲଦାର ଶ୍ରୀ ବେହେରା ସୂଚନା ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.