Take a fresh look at your lifestyle.

ଭୁବନ ରେ ଭୋଟ ଗଣତି ଆଜି : ଅଧ୍ୟକ୍ଷା ଆସନ କୁ ନେଇ ଚର୍ଚ୍ଚା

0 13

Get real time updates directly on you device, subscribe now.

ଭୁବନ : ଭୁବନ ବ୍ଲକରେ ଗତ ୨୨ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଶେଷ ହୋଇଛି । ଚଳିତ ଥର ୭୯.୮୯ ପ୍ରତିଶତ ମତଦାନ ହୋଇଛି । ବାଲାଟ ବକ୍ସ ଗୁଡିକୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ରାଜୀବଗାନ୍ଧୀ ସେବାକେନ୍ଦ୍ର (ଷ୍ଟ୍ରଙ୍ଗରୁମ)ଠାରେ କଡା ସୁରକ୍ଷାରେ ରଖାଯାଇଛି ।

ଆଜି ପ୍ରଥମେ ୧ ନମ୍ବର ଜୋନ ଅର୍ଥାତ ଜିରାଳ , ଅରଖପାଳ, ଦିଘୀ, ଯମୁନାକୋଟ , ମାର୍ଥାପୁର ଓ ମଠକରଗୋଳା ୬ ଟି ପଂଚାୟତର ଗଣତି ହେବ । କିନ୍ତ ଭୋଟ ଗଣତି ପୂର୍ବରୁ ୧୮ ପଂଚାୟତ ବିଶିଷ୍ଟ ଭୁବନ ବ୍ଲକରେ ଚଳିତ ଥର ଶାସକ ବିଜୁ ଜନତା ଦଳରୁ ସର୍ବାଧିକ ୧୨ ଟି ଓ ବିରୋଧି ବିଜେପି ୬ ଟି ସମିତିସଭ୍ୟ ଜିତିବେ ବୋଲ ବିଜେଡି ମହଲରେ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ୧୦ ଓ ବିଜେପି ୮ ଟ ସମିତି ସଭ୍ୟ ଜିତିବେ ବୋଲ ବିଜେପି ମହଲରେ ଆଲୋଚନା ହେଉଛି ।

ବିଜେଡି ସମସ୍ତ ୩ଟି ଜୋନରେ ଜିଲ୍ଲା ପରିଷଦ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ବିଜେପି ମଧ୍ୟ ୨ ଟି ଜିତିବ ବୋଲି କହୁଛି । ତେବେ ଭୁବନ ବ୍ଲକର ୨ ନମ୍ବର ଜୋନରେ କିଏ ଜିତିବ ତାକୁ ନେଇ ସାରା ଜିଲ୍ଲାବାସୀ ଉସକତାର ସହ ଅପେକ୍ଷା କରିଛନ୍ତି । କାରଣ ଏହି ଜୋନ ଟି ମନ୍ତ୍ରୀ ପ୍ରଫୁଲ୍ଲବାବୁ ଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି ।

ଭୋଟ ଗଣତି ପୂର୍ବରୁ ବ୍ଲକ ଅଧ୍ୟକ୍ଷ ଆସନ କୁ ନେଇ ଉଭୟ ବିଜେଡି ଓ ବିଜେପି ଛକାପଞ୍ଝାରେ ରହିଛନ୍ତି । ବିଜେପି ୧୮ ଜଣ ସମିତିସଭ୍ୟ ପ୍ରାର୍ଥୀଙ୍କୁ ନେଇ ଅଜ୍ଞାତବାସ ରେ ଚାଲ ଯାଇଛି ।

ଚଳିତ ଥର ବ୍ଲକ ଅଧ୍ୟକ୍ଷ ଆସନ ଟି ମହିଳାଙ୍କ ନିମନ୍ତେ ସଂରକ୍ଷଣ ଥିବାରୁ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ତାଙ୍କ ପତ୍ନୀ ସିପ୍ରା ବରାଳଙ୍କୁ ଅଧ୍ୟକ୍ଷା କରିବା ଆଶାରେ ନିଜ ଗ୍ରାମ ଯମୁନାକୋଟରୁ ସମତିସଭ୍ୟା ପ୍ରାର୍ଥୀ କରିଥିଲେ । ଶ୍ରୀମତୀ ବରାଳ ନିଶ୍ଚିତ ବିଜୟୀ ହେଉଛନ୍ତି ବୋଲି କୁହାଯାଉଛି ।

ବିଜେଡିର ଅନ୍ୟତମ ଆଶାୟୀ ପ୍ରାର୍ଥୀ ହେଉଛନ୍ତି ଏକତାଳି ପଂଚାୟତର ପୂର୍ବତନ ସମିତିସଭ୍ୟ ଅମୂଲ୍ୟ ଦ୍ୱିବେଦୀ ଙ୍କ ପତ୍ନୀ ସରୋଜିନୀ ଦ୍ୱିବେଦୀ । ଅମୂଲ୍ୟ ଙ୍କ ଉପରେ ମନ୍ତ୍ରୀ ଙ୍କ ଆଶୀର୍ବାଦ ରହିଛି ବୋଲି କୁହାଯାଉଛି ।

ବିଜେଡି ସମର୍ଥôତ ୧୮ ଜଣ ସମିତିସଭ୍ୟ ପ୍ରାର୍ଥୀମନ୍ତ୍ରୀଙ୍କ ନିକଟରେ ରହିଥିବା ଚର୍ଚ୍ଚା ହେଉଛି । ତେବେ ମନ୍ତ୍ରୀ କାହାକୁ ଚୟନ କରୁଛନ୍ତି ଦେଖିବାକୁ ବାକି ରହିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.