Take a fresh look at your lifestyle.

ମାର୍ଚ୍ଚ ୨୦ ରେ ହେବ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ

0 208

Get real time updates directly on you device, subscribe now.

କୋଣାର୍କ : ଓଡ଼ିଶାର ପ୍ରଥିତଯଶା ନୃତ୍ୟଗୁରୁ ସ୍ୱର୍ଗୀୟ ପଦ୍ମଶ୍ରୀ ଡଃ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ୧୯୮୬ ମସିହାରେ ପ୍ରତିଷ୍ଠିତ ହୋଇଥିବା କୋଣାର୍କ ନାଟ୍ୟମଣ୍ଡପ ପକ୍ଷରୁ ୩୬ତମ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ ଆସନ୍ତା ମାର୍ଚ୍ଚ ମାସର ୨୦ ତାରିଖରେ ଅନୁଷ୍ଠିତ ହେବ ବୋଲି କୋଣାର୍କ ନାଟ୍ୟମଣ୍ଡପ ପକ୍ଷରୁ ସୂଚନା ଦିଆଯାଇଛି ।

କୋଭିଡି କଟକଣା ପାଇଁ ପଞ୍ଚଦିବସୀୟ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ନିର୍ଦ୍ଧାରିତ ସମୟ ଫେବୃୟାରୀ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ନ ହୋଇ ଚଳିତ ବର୍ଷ କେବଳ ମାର୍ଚ୍ଚ ମାସର ୨୦ତାରିଖରେ ଅନୁଷ୍ଠିତ ହେବ ।

ଏତଦବ୍ୟତିତ ଏହି ଅବସରରେ ଦିନବେଳା କୋଣାର୍କ ସାହିତ୍ୟ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ । ଏଥିି ନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ଶାସ୍ତ୍ରୀୟ ନୃତ୍ୟ, ସଂଗୀତ ଓ ଲୋକ ନୃତ୍ୟର ଏହି ଅପୂର୍ବ ସମାରୋହରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କଳାକାରମାନେ ଯୋଗଦେଇ ନୃତ୍ୟାଭିିନୟ ପ୍ରଦର୍ଶନ କରିବେ ।

ଏହି ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଆସନ୍ତା ମାର୍ଚ୍ଚ ମାସ ୨୦ତାରିଖ ସନ୍ଧ୍ୟା୬ଟା ୪୫ରେ ଉଦ୍ଘାଟିତ ହୋଇ ରାତି ୧୦ଟା ଉଦ୍ୟାପିତ ହୋବ । ଚାରୋଟି ପର୍ଯାୟରେ ଆନ୍ତର୍ଜାତିକ କ୍ଷାତିସମ୍ପନ୍ନ କଳାକାରମାନେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ଲୋକ ନୃତ୍ୟର ଅପୂର୍ବ ସମାରୋହ କୋଣାର୍କ ନାଟ୍ୟମଣ୍ଡପରେ ପ୍ରଦର୍ଶିତ କରିବେ ।

 ଏହି ଉତ୍ସବରେ ନେତା ମନ୍ତ୍ରୀ ଓ ପ୍ରଶାସକ, ପ୍ରଥିତଯଶା କଳାକାରମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.