Take a fresh look at your lifestyle.

ବାଲିବୋ: ସରପଂଚ ପ୍ରାର୍ଥୀ ଅବସରପ୍ରାପ୍ତ ଶିକ୍ଷକଙ୍କ ପ୍ରତି ଜନସମର୍ଥନ ବୃଦ୍ଧି

0 113

Get real time updates directly on you device, subscribe now.

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଂଚାୟତ ବିଭିନ୍ନ କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାଏ । ଚଳିତଥର ଅନୁସୂଚିତ ଜାତିବର୍ଗ ଙ୍କ ନିମନ୍ତେ ସଂରକ୍ଷଣ ଥିବା ବାଲିବୋ ପଂଚାୟତରେ ଗୋକୁଳାନନ୍ଦ ବାରିକ (ଖୋଲାବହିଚିହ୍ନ) , ବନ୍ଦନା ପାତ୍ର (ମାଛଚିହ୍ନ ) , ଶୁଭସ୍ନିଗ୍ଧା ବାରିକ (ସୂର୍ଯ୍ୟଚିହ୍ନ ) , ସଂଜୟ ନାଏକ (ଖୋଲାଛତାଚିହ୍ନ ) , ସୂର୍ଯ୍ୟକାନ୍ତ ବାରିକ (ଲଙ୍ଗଳଚିହ୍ନ ) ରେ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।

ଗୋକୁଳାନନ୍ଦ ବାରିକ ଜଣେ ଅବସରପ୍ରାପ୍ତ ଶିକ୍ଷକ ।  ଦୀର୍ଘ ୪୦ ବର୍ଷ ଶିକ୍ଷକତା ଜୀବନରେ ତାଙ୍କର ଅନେକ ଛାତ୍ର ଆଜି ବିଭିନ୍ନ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି ।

ଅବସର ପରେ ବିଭିନ୍ନ ଧର୍ମିକ ଅନୁଷ୍ଠାନ ଓ ସମାଜସେବାରେ ନିୟୋଜିତ ରହି ପରିଣତ ବୟସ (୬୫) ରେ ଏବେ ସରପଂଚ ହୋଇ ପଂଚାୟତ ର ଉନ୍ନତି ପାଇଁ ମନ ବଳାଇଛନ୍ତି ।

କେବଳ ପୁରୁଖା, ବୟସ୍କ ଲୋକ ନୁହନ୍ତି ,ଯୁବଗୋଷ୍ଠୀ ମଧ୍ୟ ତାଙ୍କୁ ସମର୍ଥନ କରୁଥିବା ଲକ୍ଷ୍ୟ କରାଯାଉଛି । ବାଲିବୋ ପଂଚାୟତକୁ ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ ତଥା ଆଦର୍ଶ ପଂଚାୟତ ଭାବେ ଗଢିବା ତାଙ୍କର ଲକ୍ଷ୍ୟ ।

ଗ୍ରାମର ପାନୀୟଜଳ ସମସ୍ୟା , ଜଙ୍ଗଲ ସୁରକ୍ଷା , ବିଦ୍ୟାଳୟ , ଚିକିସଳୟ ର ଉନ୍ନତିକରିବା ଓ ସରକାରଙ୍କ ଯୋଜନାର ସଫଳ ରୂପାୟନ କରି ଲୋକଙ୍କ ଜୀବନଶୈଳୀରେ ପରିବର୍ତନ ଆଣିବା ତାଙ୍କର ଲକ୍ଷ୍ୟ ବୋଲି ଲୋକଙ୍କୁ ବୁଝାଇ ଭୋଟ ଭୀକ୍ଷା କରୁଛନ୍ତି ।

ଜଣେ ନିର୍ବିବାଦୀୟ , ନିସ୍କଳଙ୍କ ,ନିସ୍ୱାର୍ଥପର ତଥା ଅତ୍ୟନ୍ତ ସାଦାସିଧା ବ୍ୟକ୍ତିଭାବେ ପରିଚିତ ଗୋକୁଳାନନ୍ଦ ବାବୁଙ୍କ ପ୍ରତି ଦିନକୁ ଦିନ ଜନସମର୍ଥନ ବୃଦ୍ଧି ପାଇବାରେ ଲାଗିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.