Take a fresh look at your lifestyle.

ଦୟଣାବିଲ ରେ ହେମନ୍ତ ଙ୍କ ଜୋରଦାର ପ୍ରଚାର

0 22

Get real time updates directly on you device, subscribe now.

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲି ପଂଚାୟତ ରେ ନିର୍ବାଚନ ବାତାବରଣ ଧିରେଧିରେ ଉସ୍ମ ହେଉଥିବା ବେଳେ ପ୍ରାର୍ଥୀ ମାନଙ୍କ ପ୍ରଚାର ଜୋରଦାର ହେବାରେ ଲାଗିଛି । ଅଣସଂରକ୍ଷିତ ଏହି ଆସନରେ ଚଳିତ ଥର ୨ ଜଣ ପ୍ରାର୍ଥୀ ସରପଂଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ସେମାନଙ୍କ ମଧ୍ୟରୁ ଦିଲ୍ଲୀପ ସାହୁ (ଖୋଲା ବହି) ଓ ହେମନ୍ତ ସାହୁ ( ମାଛ ) ଚିହ୍ନ ରେ ଲଢୁଛନ୍ତି । ଉଭୟ ପ୍ରାର୍ଥୀ କହ୍ନେଇପାଳ ଗ୍ରାମର ବାସିନ୍ଦା । ହେମନ୍ତ ଜଣେ ଶାନ୍ତ , ସରଳ ,ଭଦ୍ର, ନମ୍ର ସ୍ୱଭାବର ବ୍ୟକ୍ତି ଓ ଜଣେ ଯୁବ ସମାଜସେବୀ ଭାବେ ଅଂଚଳରେ ପରିଚିତ ।

ଭୁବନ ବ୍ଲକର ସୀମାନ୍ତ ତଥା ଉପାନ୍ତ ଅଂଚଳ ଭାବେ ପରିଚିତ ଦୟଣାବିଲି ପଂଚାୟତ ଟି ସଦା ସର୍ବଦା ବ୍ଲକ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥାଏ । ବିଜେଡି ସମର୍ଥôତ ପ୍ରାର୍ଥୀ ଭାବେ ହେମନ୍ତ

ସରକାରଙ୍କ ସଫଳତା ବର୍ଣ୍ଣନା କରିବା ସହ ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ , ପ୍ରତି ସାହିରେ କଂକ୍ରିଟରାସ୍ତା ଓ ଆଲୋକୀକରଣ , ମେଧାବୀ ଛାତ୍ରଛାତ୍ରୀ ଙ୍କ ପାଇଁ ପଂଚାୟତ ବୃତି ଯୋଜନା , ଗରିବ କନ୍ୟା ବିବାହ ଯୋଜନା, ଖେଳ ପଡିଆ , କୃଷି ଓ କୃଷକ ମାନଙ୍କର ଉନ୍ନତି, ଯୋଗ୍ୟ ହିତାଧିକାରୀଙ୍କୁ ବିନା ଲାଂଚରେ ଭତା, ରାସନକାର୍ଡ ଓ ଆବାସ ଯୋଜନା ରେ ଘର ଯୋଗାଇ ଦେବାକୁ ପ୍ରତିଶୃତି ଦେଇ ଘର ଘର ବୁଲି ହେମନ୍ତ ନିଜର ଜୋରଦାର ପ୍ରଚାର ଚଳାଇଛନ୍ତି ଓ ଜନସମର୍ଥନ ହାସଲ କରୁଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.