Take a fresh look at your lifestyle.

ରାଜବୀର ପାଇଁ ସହାୟତାର ହାତ ବଢାଇଲେ ଗୁଣ୍ଡିଚାପଡ଼ା ଯୁବସଙ୍ଗଠନ

0 217

ଢେଙ୍କାନାଳ (ଅନସାର୍ ଅଲୀ ଖାଁ): ସହର ଉପକଣ୍ଠ ଗୁଣ୍ଡିଚାପଡ଼ାର ଯୁବକମାନଙ୍କ ପ୍ରୟାସରେ ସହାୟତା ଯୋଗାଇବା ନିମନ୍ତେ ଧନରାଶି ଏକାଠି ହେଉଛି। ଆସିଫ ଅଲ୍ଲୀ ଖାଁ, ଶେଖ୍ ଫରିଦ୍,ଶେଖ୍ ସଲିମ, ରିଜୱାନ ଅହମଦ, ସୁବ୍ରତ ରାଉତ ଆଦି ଯୁବକମାନେ ଏହି ଅବସରରେ ଡୋନେଟ ବକ୍ସ ଧରି ଘରେ ଘରେ ବୁଲି ଧନରାଶି ଏକାଠି କରୁଛନ୍ତି।

ସୂଚନାଯୋଗ୍ୟ ଯେ, ସ୍ପାଇନଲ ମସ୍କୁଲାର ଆଟ୍ରୋଫି ଟାଇପ ୨ ପରି ଦୂରାରୋଗରେ ପୀଡିତ ଅଛି ଏହି କୁନି ପୁଅ ରାଜବୀର। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଆମ୍ବପଡାର କୁଳମଣି ରଣା ଓ ତମଲିକା ଦାସଙ୍କ ଏକ ମାତ୍ର ପୁଅ ରାଜବୀର ରଣା।

ହେଲେ କୁନି ପୁଅ ରାଜବୀର କୁ ହେଇଛି ସ୍ପାଇନାଲ ମସ୍କୁଲାର ଆଟ୍ରୋଫି ଭଳି ଏକ ସାଙ୍ଘାତିକ ରୋଗ ଯାହା ଫଳରେ ରାଜବୀରଙ୍କୁ ଖାଇବା, ବସିବା ଓ ନିଶ୍ୱାସ ନେବାରେ ବହୁତ କଷ୍ଟ ହେଉଛି, ଛୁଆଟି ଖୁବ୍ ଯନ୍ତ୍ରଣାରେ ଛଟ ପଟ ହେଉଛି, ତୁରନ୍ତ ଚିକିତ୍ସା ନକଲେ ଜୀବନ ଚାଲିଯିବ ।

ଏବେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ରାଜବୀର, ଟଙ୍କା ଯୋଗାଡ ହେଲେ ବେଙ୍ଗାଲୁରୁରେ ଏକ ଇଞ୍ଜେକ୍ସନ ଦିଆଯିବ ଯାହାର ମୂଳ୍ୟ ୧୬ କୋଟି ଟଙ୍କା ।

ତେବେ ଦେଶର ବିଭିନ୍ନ ସ୍ଥାନରୁ ରାଜବୀରଙ୍କ ଚିକିତ୍ସା ପାଇଁ ସହୃଦୟ ବ୍ୟକ୍ତି ତଥା ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ଓ ଯୁବକମାନେ ଏକ ଆନ୍ଦୋଳନ ଆରମ୍ଭ କରିଛନ୍ତି।

- Advertisement -

Leave A Reply

Your email address will not be published.