Take a fresh look at your lifestyle.

ଭୁବନ ବ୍ଲକ:୧ ନମ୍ବର ଓ ୩ ନମ୍ବର ଜୋନରେ ବିଜେଡି ସ୍ଥିତି ମଜବୁତ

୨ ନମ୍ବର ଜୋନ ପାଇଁ ମନ୍ତ୍ରୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ

0 219

Get real time updates directly on you device, subscribe now.

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେ ଆସନ୍ତା ୨୨ ତାରିଖ ଦିନ ଭୋଟ ଗ୍ରହଣ ହେବ । ଆଜି ପ୍ରଚାରର ଅନ୍ତିମ ଦିବସରେ ଉଭୟ ବିଜେଡି ଓ ବିଜେପି ତରଫରୁ ଜୋରଦାର ପ୍ରଚାର , ରାଲି ,ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଭୁବନ ବ୍ଲକର ୧ ନମ୍ବର ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥôନୀ ସୁଭଦ୍ରା ପାତ୍ର ଓ ୩ ନମ୍ବର ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ସୁବାସ ମାଝୀ ମଜବୁତ ସ୍ଥିତିରେ ରହିଛନ୍ତି । ଅର୍ଥାତ ବିଜୟ ର ଦ୍ୱାର ଦେଶରେ ପହଁଚିଛନ୍ତି ଆଉ ନିଶ୍ଚିତ ବିଜୟୀ ହେଉଛନ୍ତି ବୋଲି ରାଜନୀତିଜ୍ଞ ମହଲରେ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି ।

ଭୁବନ ବ୍ଲକର ୨ ନମ୍ବର ଜୋନ ଟି ବିଜେଡି ଦୁର୍ଗ ଭାବେ ପରିଚିତ ଥିବା ବେଳେ ଚଳିତଥର ଏହି ଜୋନରେ ବିଜେପି ର ପଲା ଭାରି ରହୁଥିବାରୁ ଏହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଜୋନ ଟି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି ।

୨ ନମ୍ବର ଜୋନ ଟି ବିଜେଡିର ଦୁର୍ଗ ଭାବେ ପରିଚିତ । ପୁରୁଖା ବିଜେଡି କର୍ମୀ ବିରେନ୍ଦ୍ର ପ୍ରତାପ ଜେନା କୁ ବିଜେପି ପ୍ରାର୍ଥୀ କରି ମନ୍ତ୍ରୀଙ୍କୁ ଚକମା ଦେବା ସହ ଚଳିତ ଥର ବିଜେଡି ଦୁର୍ଗକୁ ଭାଙ୍ଗିବାକୁ ବିଜେପି କଳ , ବଳ , କୌଶଳ ସବୁ ଲଗାଇଦେଇଛି ।

ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ବିରେନ୍ଦ୍ର ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜେନା ଙ୍କ ପୁତୁରା ଓ ବିଜେପି ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ତଥା କାକ୍ଷାମାନଗର ବିଧାୟକ ପ୍ରାର୍ଥୀ ଶତୃଘ୍ନ ଜେନା ଙ୍କ ସଂପର୍କୀୟ ଭଣଜା ।

 ବିରେନ୍ଦ୍ର ଙ୍କ ଜେଜେବାପା ବିମ୍ବାଧର ଜେନା ଗଡନୃସିଂହପ୍ରସାଦ ପଂଚାୟତର ସରପଂଚ ଥିଲେ । ତାଙ୍କ ପରେ ବିରେନ୍ଦ୍ରଙ୍କ ବାପା ବିନୟ ଜେନା ଓ ତାଙ୍କ ଦାଦା ବିମଳ ଜେନା ମଧ୍ୟ ଏହି ପଂଚାୟତର ସରପଂଚ ଭାବେ କାର୍ଯ୍ୟ କରିଥିଲେ ।

ଆହୁରି ମଧ୍ୟ ବିନୟ ଙ୍କ ଅଜା ଭଗବାନ ଜେନା , ସଂପକୀୟ ମାମୁ ଶତୃଘ୍ନ ଜେନା ଓ ଦାଦା ପ୍ରେମାନନ୍ଦ ଜେନା ବ୍ଲକ ଅଧ୍ୟକ୍ଷ ହୋଇଥିଲେ । ଲୋକଙ୍କ ବିଶ୍ୱାସ ଓ ଭଲ ପାଇବା ଯୋଗୁ ବିରେନ୍ଦ୍ର ଙ୍କ ପରିବାରରେ ପିଢୀ ପରେ ପିଢୀ ନେତା ହୋଇ ଅଂଚଳବାସୀଙ୍କ ସେବା କରିଥିଲେ । ଚଳିତଥର ବିରେନ୍ଦ୍ର ଙ୍କ ପଲା ଭାରି ରହୁଥିବାରୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି ।

ସେଥିପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ବାବୁ ଗତ ୫ ଦିନ ହେଲା ଏହି ଜୋନର ପ୍ରତ୍ୟେକ ପଂଚାୟତ କୁ ବାରମ୍ବାର ଗସ୍ତ କରି ସ୍ଥିତିରେ ପରିବର୍ତନ କରିବାରେ ଲାଗିଛନ୍ତି ଓ ବିଜେଡି ପ୍ରାର୍ଥୀ ବ୍ଲକ ବିଜେଡି ସଭାପତି ତଥା ପୂର୍ବତନ ସରପଂଚ ରମେଶ ଚନ୍ଦ୍ର ସାହୁ ଙ୍କୁ ଜିତାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ।

ଭୁବନ ବ୍ଲକର ୧୮ ଟି ପଂଚାୟତ ର ୮୨ ହଜାର ୭୪୭ ଜଣ ଭୋଟର ୨୫୮ ଟି ବୁଥରେ ଆସନ୍ତା ୨୨ ତାରିଖ ଦିନ ୫ ବର୍ଷ ପାଇଁ ସେମାନଙ୍କର ପଂଚାୟତ ପ୍ରତିନିଧି ବାଛିବେ । ଏଥିପାଇଁ ପ୍ରଶାସନିକ କ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.