Take a fresh look at your lifestyle.

କୌପୀନଧାରୀ ମହିମା ସମାଜର ଗୋଷ୍ଠୀ ଭିକ୍ଷା ସହ କର୍ମକର୍ତା ମନୋନୟନ

0 14

Get real time updates directly on you device, subscribe now.

ଢେଙ୍କାନାଳ: ମହିମାଗାଦି ଯୋରନ୍ଦାରେ୧୦୫ବର୍ଷ ତଳେ ସିଦ୍ଧ ବଡକୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ କୌପୀନଧାରୀ ମହିମା ସମାଜର ବିଶ୍ୱ ପ୍ରସିଦ୍ଧ ମାଘମେଳା ଉପାରାନ୍ତ ଫାଲ୍ଗୁନ କୃଷ୍ଣ ଦ୍ୱିତୀୟା ତିଥିରେ ଗୋଷ୍ଠୀ ଭିକ୍ଷା କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ଟା ରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୌପୀନଧାରୀ ମହିମା ସମାଜର ମହିମା ସନ୍ୟାସୀ, ତ୍ୟାଗୀ, ଭକ୍ତ ଓ ଶୁଭେଚ୍ଛୁବୃନ୍ଦ ଯୋଗଦେଇ ଆତ୍ମସେବା କରିଥିଲେ ।

ଚଳିତ ୨୦୨୨-୨୩ ପାଇଁ କୌପୀନଧାରୀ ମହିମା ସମାଜର ସଭାପତି ଭାବେ ଶ୍ରୀମଦ୍ ବାବା ରଘୁନାଥ ଦାସ, ଉପସଭାପତି ସାରଙ୍ଗଧର ବାବା, ସଂପାଦକ ସୁଶାନ୍ତ ବାବା, ସହ-ସମ୍ପାଦକ କରୁଣା ବାବା(ଖ), କୋଷାଧ୍ୟକ୍ଷ ଅଭୟ ବାବା ଓ ସହ-କୋଷାଧ୍ୟକ୍ଷ ଦେବେନ୍ଦ୍ର ବାବା ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଗାଦିସ୍ଥିତ ଅଖଣ୍ଡ ବତୀ ମନ୍ଦିରର ନୀତି ପାଇଁ ଫାଲ୍ଗୁନ-ଚୈତ୍ର ମାସରେ ନୀତି ପୂଜକ ଭାବେ ଫକୀରମୋହନ ବାବା, ବୈଶାଖ-ଜ୍ୟେଷ୍ଠ ରେ ଆଦିତ୍ୟ ବାବା, ଆଷାଢ-ଶ୍ରାବଣରେ ବିନୋଦ ବାବା, ଭାଦ୍ର-ଆଶ୍ୱିନରେ ସୁଦର୍ଶନ ବାବା, କାର୍ତିକ-ମାର୍ଗଶୀରରେ ମହିନ୍ଦ୍ର ବାବା ଓ ପୌଷ-ମାଘରେ ଅଚୁ୍ୟତାନନ୍ଦ ବାବା ଦାୟିତ୍ୱ ତୁଲାଇବାର ସ୍ଥିର ହୋଇଛି ।

ସେହିପରି ଜ୍ୟୋତି ମନ୍ଦିର ଦାୟିତ୍ୱରେ ଫାଲ୍ଗୁନ-ଚୈତ୍ର ମାସ ପାଇଁ ଫକୀର ବାବା, ବୈଶାଖ-ଜ୍ୟେଷ୍ଠ ପାଇଁ ସୁମନ୍ତ ବାବା, ଆଷାଢ-ଶ୍ରାବଣ ପାଇଁ ସନକ ବାବା, ଭାଦ୍ର-ଆଶ୍ୱୀନ ପାଇଁ ବୀରବର ବାବା, କାର୍ତିକ ମାର୍ଗଶୀର ପାଇଁ ମଦନ ବାବୁ ଓ ପୌଷ-ମାଘ ପାଇଁ ବନମାଳି ବାବା ଦାୟିତ୍ୱ ନେବା ସ୍ଥିର ହୋଇଛି ।

ସହଯୋଗୀ ନୀତି ପୂଜକ ଭାବେ ତ୍ୟାଗୀ କନ୍ଦର୍ପ ଦାସ, ପରମା ଦାସ, ଧରମା ଦାସ, ଗୋପବନ୍ଧୁ ଦାସ, ଅଲେଖ ଦାସ, ଗୁଣନୀଧି ଦାସ ଓ ସୁଦର୍ଶନ ଦାସ ରହିବା ସ୍ଥିର ହୋଇଛି । ସାମଗ୍ରୀକ ପରିଚାଳନା ଦାୟିତ୍ୱରେ ମାସୱାରୀ କରୁଣା ବାବା (କ), ଲାଲ୍ମୋହନ ବାବା, ବିଶ୍ୱେଶ୍ୱର ବାବା, ଦାଶରଥୀ ବାବା, ସନ୍ୟାସୀ ବାବା, ବିରଂଚି ବାବା, ବୀଣାକାର ବାବା, ଶଙ୍କର ବାବା ଓ କରୁଣା ବାବା (ଖ) ରହିବେ ।

ଆସାମ ପ୍ରଦେଶ ପାଇଁ କୌପୀନଧାରୀ ମହିମା ସମାଜର ମୁଖ୍ୟ ସଂଯୋଜକ ଭାବେ ଅରୂପ ବାବା କାର୍ଯ୍ୟ କରିବେ । ଚଳିତ ମାର୍ଚ୍ଚ ୧୨ ତାରିଖ ଫାଲ୍ଗୁନ ଶୁକ୍ଲ ଦଶମୀ ତିଥିରେ ଆସାମରେ ହେଉଥିବା ମେଳା ପାଇଁ ଅରୂପ ବାବାଙ୍କ ସହ ସୁରଥ ବାବା ଓ କ୍ଷେତ୍ରବାସୀ ବାବା ଆସାମ ଯାତ୍ରା କରିବେ ।

ଆନ୍ଧ୍ର ଅଂଚଳ ପାଇଁ ଦେବେନ୍ଦ୍ର ବାବା ମୁଖ୍ୟ ସଂଯୋଜକ ଭାବେ କାର୍ଯ୍ୟ କରିବେ ବୋଲି କୌପୀନଧାରୀ ମହିମା ସମାଜର ସଂପାଦକ ସୁଶାନ୍ତ ବାବା ଜଣାଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.