Take a fresh look at your lifestyle.

ଜେଲ ଗଲା ସରପଞ୍ଚ ପ୍ରାର୍ଥୀଙ୍କ ପୁଅ

0 300

Get real time updates directly on you device, subscribe now.

ଢେଙ୍କାନାଳ : ଗାଡି ମଡାଇ ମାରିବା ଅଭିଯୋଗ ରେ ସରପଞ୍ଚ ପ୍ରାର୍ଥୀଙ୍କ ପୁଅ କୁ ଜେଲ ଯିବାକୁ ପଡିଛି । ସେ ହେଉଛନ୍ତି ନାଗିଆପଶି ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରଦୀପ ପରିଡାଙ୍କ ପୁଅ ଦେବାଶିଷ ।

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୃଷ୍ଣକୁମାରପୁର ନିକଟରେ ଏକ ବୋଲେରୋ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତା ମହିଳା ଜଣକ ହେଉଛନ୍ତି କୃଷ୍ଣକୁମାରପୁର ଗାଁର ଶୈଳବାଳା ସାମଲ(୬୨) ।

ଗାଁ ରାସ୍ତାରେ ଚାଲି ଚାଲି ଯାଉଥିବା ଶୈଳବାଳା ସାମଲଙ୍କ ଉପରେ ଗାଡି ଚଢ଼ିଯାଇଥିଲା, ଗାଡି ଧକ୍କା ଦେଇଥିବା ଯୁବକ ହେଉଛନ୍ତି ନାଗିଆପଶି ଗ୍ରାମପଞ୍ଚାୟତର ଜନୈକା ସରପଞ୍ଚ ପ୍ରାର୍ଥୀଙ୍କ ପୁଅ ବୋଲି ଜଣାପଡିଛି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇବା ସହ ରାସ୍ତାରୋକ ହୋଇଥିଲା । ଖବର ପାଇ ସଦର ଥାନା ଅଧିକାରୀ ଅଭିନବ ଡାଳୁଆ ଏବଂ ଅନ୍ୟ ପୋଲିସ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚ ଦୁର୍ଘଟଣା ଘଟଣାଇଥିବା ବୋଲେରେ ଜବତ କରିବା ସହ ଗାଡି ଚାଳକ ଦେବାଶିଷ ପରିଡ଼ାଙ୍କୁ ଗିରଫ କରିଛନ୍ତି ।

ନାଗିଆପଶି ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ପରିଡ଼ାଙ୍କ ପତ୍ନୀ ଚଳିତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ନାମାଙ୍କନପତ୍ର ଦାଖଲ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ତାଙ୍କ ନିର୍ବାଚନ ପ୍ରଚାର ପାଇଁ ପୁଅ ଦେବାଶିଷ ଏକ ବୋଲେରୋ ଗାଡିଯୋଗେ ସକାଳ ୮ଟା ବେଳେ ଯାଉଥିବା ସମୟରେ ଢେଙ୍କାନାଳ-ଗଁଦିଆ ରାସ୍ତାର କୃଷ୍ଣକୁମାରପୁର ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

 ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇବାରୁ ଲୋକମାନେ ଏକଜୁଟ୍ ହୋଇ ରାସ୍ତା ଅବରୋଧ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.