Take a fresh look at your lifestyle.

ପାଣି ଓ ଡ୍ରେନେଜ ସମାସ୍ୟା ନେଇ ଓଡିଶା ଜନତା ପାର୍ଟି ର ସ୍ମାରକପତ୍ର ପ୍ରଦାନ

0 79

Get real time updates directly on you device, subscribe now.

ଢେଙ୍କାନାଳ: ଓଡିଶା ଜନତା ପାର୍ଟି ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରତାପ କୁମାର ପଣ୍ଡାଙ୍କ ଆବାହକତ୍ୱରେ ଢେଙ୍କାନାଳ ଜିଲ୍ଲାର ସମସ୍ୟାକୁ ନେଇ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି  ।

ପ୍ରକାଶଥାଉକି, ଢେଙ୍କାନାଳ ପୌରାଂଚଳ, କାମାକ୍ଷାନଗର ବିଜ୍ଞାପିତ ପରିଷଦ ଅଂଚଳ, ଭୁବନ ବିଜ୍ଞାପିତ ପରିଷଦ ଅଂଚଳ, ହିନେ୍ଦାଳ ବିଜ୍ଞାପିତ ପରିଷଦ ଅଂଚଳରେ ସ୍ୱାଧିନତାର ୭୦ବର୍ଷ ବିତିଯାଇଥିଲେ ମଧ୍ୟ ପାନୀୟଜଳ ଯୋଗାଣ ପାଇଁ କୌଣସି ସ୍ୱତନ୍ତ୍ର ସୁବିଧା କରାଯାଇନାହିଁ ।

ଓଭର୍ ହେଡ୍ ଟାଙ୍କି ଅବଶ୍ୟକ ଥିବାସ୍ଥଳେ ଏହାକୁ ପ୍ରଶାସନ ବା ସରକାର କାର୍ଯ୍ୟକାରୀ କରିନାହାଁନ୍ତି । ସେହିପରି ଡ୍ରେନେଜ୍ ସିଷ୍ଟମ୍ ଓ ପରିମଳ ବ୍ୟବସ୍ଥା ଅତି ନଗଣ୍ୟ ଅଟେ । ବାରମ୍ବାର ପ୍ରଶାସନକୁ ଏ ବାବଦରେ କହିଲେ ମଧ୍ୟ କୌଣସି ସୁଫଳ ମିଳୁପାରୁନାହିଁ ।

 ଆଜି ଏହିସବୁ ଦାବୀକୁ ନେଇ ଢେଙ୍କାନାଳ ଜିଲ୍ଲା ଓଡିଶା ଜନତା ପାର୍ଟି ତରଫରୁ ଏକ ୫ଜଣିଆ କର୍ମକର୍ତା ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଗଣମାଧ୍ୟମଙ୍କ ଉପସ୍ଥିତିରେ ରାଜ୍ୟ ଉପସଭାପତି ଗିରିଜା ମହାନ୍ତି କହିଛନ୍ତି ଯଦି ଏହି ସମସ୍ୟାକୁ ସମାଧାନ କରାନଯାଏ, ଢେଙ୍କାନାଳ ଜନସାଧାରଣଙ୍କୁ ନ୍ୟାୟ ନମିଳେ ତାହାହେଲେ ଓଡିଶା ଜନତା ପାର୍ଟି ରାଜରାସ୍ତାକୁ ଆସି ଦାବୀ ହାସଲ ପାଇଁ ଲଢିବ । ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ କହିଥିଲେ । ବରିଷ୍ଠ ନେତା ନୁରୁଲ୍ ଇସ୍ଲାମ୍, ସାଜିଦ୍ ପର୍ବିନ୍, ବୈକୁଣ୍ଠନାଥ ଦ୍ୱିବେଦୀ, ବିପିନ୍ ଦଳେଇ ପ୍ରମୁଖ ଯୋଗଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.