Take a fresh look at your lifestyle.

ଭୂଷଳ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ

0 56

Get real time updates directly on you device, subscribe now.

ଭୁବନ: ଭୁବନ ବ୍ଲକ ଭୁଷଳ ଗ୍ରାମର ଲୋକନାଥେଶ୍ୱର ଶିବ ମନ୍ଦିର ଠାରେ ମାଘ ସପ୍ତମୀ ଅବସରରେ ତିନି ଦିନ ବ୍ୟାପୀ ଅଷ୍ଟପ୍ରହର ନାମ ସଂକୀର୍ତନ ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀପଂଚମୀ ଦିନ ଶୁଭ ଅଧିବାସ ଓ କଳସ ସ୍ଥାପନ, ଷଷ୍ଠୀ ଦିନ ନାମଯଜ୍ଞ, ସପ୍ତମୀ ଦିନ ରାଧାକୃଷ୍ଣଙ୍କୁ ଲଉଡିଖେଳ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା । ଭକ୍ତମାନଙ୍କ ସହଯୋଗରେ ପ୍ରତିଦିନ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।

ଭୁବନ ଓ ସୁକିନ୍ଦା ଅଂଚଳରୁ ୨୨ ଟି ପୁରୁଷ ଓ ମହିଳା ନାମ ସଂକୀର୍ତନ ଦଳ ଏହି ଉତ୍ସବରେ ଯୋଗ ଦେଇ ନାମସଂକୀର୍ତନ ପରିବେଷଣ କରିଥିଲେ । ସତ୍ୟସାଇ ସେବା ସମିତି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

ଅନୁରୂପ ଭାବେ ଭୁବନ ଏନଏସି ୬ ନମ୍ବର ୱାର୍ଡ ଅରାସାହି ଯାଦବ ସମାଜ ତରଫରୁ ସିନେମାହଲ ସମ୍ମୁଖରେ ଗତ ଶ୍ରୀପଂଚମୀ ଦିନ ଆରମ୍ଭ ହୋଇଥିବା ଅଷ୍ଟପ୍ରହର ନାମଯଜ୍ଞ ଆଜି ଉଦଯାପିତ ହୋଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.