Take a fresh look at your lifestyle.

ଦୁର୍ଗମ ଅଂଚଳ ପୁଟିପାଳରେ ଶୀତବସ୍ତ୍ର ବଂଟନ

0 10

Get real time updates directly on you device, subscribe now.

ଢେଙ୍କାନାଳ : ସହରର ଯୁବ ସ୍ୱେଚ୍ଛାସେବୀ ସଂଗଠନ ବଜରଙ୍ଗ କ୍ଲବ୍ ତରଫରୁ ଜିଲ୍ଲାର ଦୁର୍ଗମ ଅଂଚଳର ଶୀତବସ୍ତ୍ର ବଂଟନ କରାଯାଇଛି । କଙ୍କଡାହାଡ ବ୍ଲକ୍ କନ୍ତୋଲ ପଂଚାୟତ ଅନ୍ତର୍ଗତ ପୁଟିପାଳ ଗ୍ରାମ ଏକ ଦୁର୍ଗମ ଅଧୁ୍ୟଷିତ ଅଂଚଳ । ସ୍ୱେଚ୍ଛାସେବୀ ସଂଗଠନ ଭାବେ ଲକ୍ଡାଉନ୍ ସମୟରେ ବଜରଙ୍ଗ କ୍ଲବ୍ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବାକୁ ଆବେଦନ କରିଥିବା ପୁଟିପାଳ ଗ୍ରାମକୁ ପ୍ରଥମେ ସେଠାକୁ ଯାଇ ସାହାଯ୍ୟର ହାତ ବଢାଇବାରେ ସମର୍ଥ ହୋଇଥିଲା ।

ଅଷ୍ଟମଥର ଭାବେ ବଜରଙ୍ଗ କ୍ଲବ୍ ଏହି ଅଂଚଳରେ ପହଁଚି ସମସ୍ତ ଗ୍ରାମବାସୀ ଓ ଶିଶୁମାନଙ୍କୁ ଶୀତବସ୍ତ୍ର ଏବଂ କମ୍ବଳ ବଂଟନ କରିଛି । ଏଠାରେ ମୁଖ୍ୟତଃ ଜୁଆଙ୍ଗ ସମ୍ପ୍ରଦାୟର ଅଧିବାସୀ ବସବାସ କରୁଛନ୍ତି । ଏହି ଅଂଚଳରେ ପ୍ରାୟ ୩୩ ପରିବାରର ୧୬୦ ରୁ ଉଦ୍ଧ୍ୱର୍ ଲୋକ ବସବାସ କରୁଛନ୍ତି । ଏଠାକୁ ଗମନାଗମନର ସୁବିଧା ନଥିଲେ ମଧ୍ୟ ବ୍ଲକ୍ ତରଫରୁ ଶୀତବସ୍ତ୍ର ବଂଟନ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ଅଭିଯାନରେ କ୍ଲବ୍ ତରଫରୁ ବିଭିନ୍ନ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ ଠାରୁ ସଂଗ୍ରହ ହୋଇଥିବା ସ୍ୱେଟର, ମଫଲର୍, କମ୍ବଳ, ଜ୍ୟାକେଟ୍ ପ୍ୟାଂଟ, ସାର୍ଟ, ଛୋଟପିଲାଙ୍କ ପାଇଁ ଖେଳଣା, ଶୁଖିଲା ଖାଦ୍ୟ ଏବଂ ମିଠା ପ୍ୟାକେଟ୍ ବଂଟନ କରାଯାଇଥିଲା ।

କ୍ଲବ୍ର ସଦସ୍ୟମାନେ ସେମାନଙ୍କର ଦୈନନ୍ଦିନ ଜୀବନର ସମସ୍ୟା ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବ୍ ସଭାପତି ଅମରେନ୍ଦ୍ର ସାମଲ, ସଂପାଦକ ଶୁଭେନ୍ଦୁ କୁମାର ଷଡଙ୍ଗୀ, କୋଷାଧ୍ୟକ୍ଷ ପ୍ରିୟବ୍ରତ ସାସମଲ୍, ବରିଷ୍ଠ ସଭ୍ୟ ଦୀପକ ଅଗ୍ରୱାଲ, ମଳୟ ବିନ୍ଧାଣୀ, ରବିନ୍ଦ୍ର ସୋନୀ, ସନ୍ଦୀପ ଷଡଙ୍ଗୀ ଓ କ୍ଲବ୍ର ସୂଚନା ବିଭାଗ ମୁଖ୍ୟ ପ୍ରବୀଣ ସାହୁ ଯୋଗ ଦେଇଥିଲେ ।

ପ୍ରକାଶଥାଉକି, ଆଗରୁ କ୍ଲବ୍ ତରଫରୁ ଜିଲ୍ଲାର ଦୁର୍ଗମ ତଥା ଅପହଁଚ ଅଂଚଳର ଅସହାୟ, ନିରାଶ୍ରୟ ଓ ଅବହେଳିତ ଲୋକମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଶୁଖିଲା ଖାଦ୍ୟ, ରାଶନ ଓ ଶୀତବସ୍ତ୍ର ବଂଟନ ଆଦି କରିଆସୁଅଛନ୍ତି ଏବଂ ଏହା ମଧ୍ୟ ଆଗକୁ ଜାରି ରହିବ ବୋଲି ସଭାପତି ପ୍ରକାଶ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.