Take a fresh look at your lifestyle.

ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟର ୧୯୯୯ ବ୍ୟାଚର ସିଲଭର ଜୁବୁଲି ପାଳନ ପାଇଁ ବନ୍ଧୁମିଳନ

0 59

ଢେଙ୍କାନାଳ:  ସଦର ବ୍ଲକ ସିମିଳିପାଟଣା ଉଚ୍ଚବିଦ୍ୟାଳୟର ୧୯୯୯ ମସିହା ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ ଭାପୁର ନିକଟ ସୁନ୍ଦରୀ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ବନ୍ଧୁମାନେ ଜିଲ୍ଲା ଓ ଜିଲ୍ଲାବାହାରେ ନିଜର କର୍ମସଂସାନରେ ରହୁଥିବାବେଳେ ବନ୍ଧୁମିଳନର ଖବରରେ ସମସ୍ତ ବନ୍ଧୁମାନେ ସପରିବାର ସହିତ ଯୋଗ ଦେଉଛନ୍ତି।

ଆଜି ସମସ୍ତେ ସପରିବାର ସହିତ ସୁନ୍ଦରୀମଠ ଠାରେ ପହଞ୍ଚି ବନ୍ଧୁମିଳନରେ ଯୋଗଦେଇ ଆନନ୍ଦ ଉତ୍ସାହ ବନାଉଛନ୍ତି। ସ୍କୁଲ ସମୟର ସ୍ମୃତିକୁ ମନେପକାଇଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ୟାଚର ବିଚିତ୍ର ସାହୁ ଲକ୍ଷ୍ମୀଧର ସାହୁ ମୁଖ୍ୟ ଆୟୋଜକ ଭାବେ ଆୟୋଜନ କରିଥିବାବେଳେ ପ୍ରଦିପ ସାହୁ, ସୁରେଶ ମହାପାତ୍ର, ସନ୍ତୋଷ ସାହୁ, ବଟକୃଷ୍ଣ ବେହେରା, ରବିନାରାୟଣ ସାହୁ, ବ୍ରଜବନ୍ଧୁ ସାହୁ, ସାଗର ସାହୁ, ମାୟାଧର ସାହୁ, ଗୋବର୍ଦ୍ଧନ ସାହୁ ଏବଂ ଅମାନି ସାହୁ ଓ ସମସ୍ତଙ୍କ ପରିବାର ଏଥିରେ ସହଯୋଗ କରି ଖୁସି ମନାଇଛନ୍ତି।

ଏହା ସହିତ ଚଳିତବର୍ଷ ବ୍ୟାଚର ୨୫ ବର୍ଷ ପୁରଣ ହେଉଥିବାରୁ ଆଗାମୀ ଦିନରେ ସିଲଭର ଜୁବୁଲି ପାଳନ କରାଯିବା ପାଇଁ ଆଲୋଚନା କରାଯାଇଥିଲା ।

- Advertisement -

Leave A Reply

Your email address will not be published.