Take a fresh look at your lifestyle.

ଭୁତକୋଠିରେ ପରିଣତ ବଅଁରପାଳ ତହସିଲଦାରଙ୍କ କ୍ୱାଟର

0 18

Get real time updates directly on you device, subscribe now.

ବଅଁରପାଳ:ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲଦାରଙ୍କ ସରକାରୀ ବାସଭବନ ଭୂତକୋଠୀରେ ପରିଣତ ହୋଇଛି । ତହସିଲ ଦାର ସରକାରୀ ବାସ ଭବନରେ ନରହି ଅନୁଗୁଳରେ ରହୁଛନ୍ତି । ଫଳରେ ଦୀର୍ଘଦିନ ହେବ ନୂତନ ଭାବେ ନିର୍ମଳ ହୋଇ ସରକାରଙ୍କ ରାଜ୍ୟକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହା ପାଣିରେ ପଡିଛି ।

ବଅଁରପାଳ ଠାରୁ ଅନୁଗୁଳ ପ୍ରାୟ ୧୫ କିଲୋମିଟର ଦୂର ହୋଇଥିବା ବେଳେ ସରକାରୀ ଗାଡିରେ ତହସିଲଦାର ବଅଁରପାଳ ଅଫିସକୁ ଯିବା ଆସିବା କରୁଛନ୍ତି । ଫଳରେ ତେଲ ବାବଦକୁ ସରକାରୀ ଅର୍ଥ ବିନାକାରଣରେ ବ୍ୟୟ ହେଉଛି । ଦୈନିକ ତହସିଲଦାର ଦିନ ୧୧ଟା ପରେ ଅଫିସ ପହଞ୍ଚୁଥିବାରୁ ଲୋକମାନେ ନାହିଁ ନଥିବା ହଇରାଣ ହେଉଥିବା ବେଳେ ତହସିଲଦାରଙ୍କୁ ଅନୁକରଣ କରି କର୍ମଚାରୀ ମାନେ ମଧ୍ୟ ବିଳମ୍ବରେ ଅଫିସକୁ ଯାତାୟତ କରୁୁଛନ୍ତି ।

ବଅଁରପାଳ ବ୍ଲକରେ ନୂତନ ଭାବେ ତହସିଲ ଅଫିସ ଖୋଲିବା ଦିନ ଠାରୁ ତହସିଲଦାରଙ୍କ କ୍ୱାଟର ମଧ୍ୟ ନିର୍ମାଣ ହୋଇଛି । କିନ୍ତୁ ତହସିଲଦାର କ୍ୱାଟରରେ ନ ରହି ଅନୁଗୁଳ ଯିବା ଆସିବା କରୁଛନ୍ତି । ତହସିଲଦାର ଅନୁୁଳରୁ ଯିବା ଆସିବା କରିବା ଫଳରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବା ସହିତ ସରକାରୀ ତହବିିଲରୁ ଅଯଥା ଖର୍ଚ୍ଚ ହେଉଛି ।

ସରକାରଙ୍କ ଫାଇ-ଟି ସୂତ୍ର ଠିକ ଭାବରେ କାର୍ଯ୍ୟାକରୀ ହେଉନଥିବାର ଆଲୋଚନା ହେଉଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.