Take a fresh look at your lifestyle.

ଅଲଟ୍ରା ମାରାଥନ: ୧୨ ଘଣ୍ଟା ରେ ସିଦ୍ଧାର୍ଥ ଦୌଡିଲେ ୧୧୬ କି. ମି .

0 58

Get real time updates directly on you device, subscribe now.

ଢେଙ୍କାନାଳ : ପ୍ରାଇଡ୍ ରନର୍ସ୍ ଆଣ୍ଡ ସାଇକେଲିଷ୍ଟ୍ କମ୍ୟୁନିଟି ଦ୍ଵାରା ଅନୁଷ୍ଠିତ ୧୨ ଘଣ୍ଟିଆ ଦୌଡ ପ୍ରତିଯୋଗୀତା ରେ ଢେଙ୍କାନାଳ ର ସିଦ୍ଧାର୍ଥ ଶଙ୍କର ଙ୍କ ସଫଳତା ଚର୍ଚ୍ଚା ରେ ରହିଛି | ସିଦ୍ଧାର୍ଥ ୧୨ ଘଣ୍ଟା ରେ ୧୧୬ କି. ମି. ଦୌଡ଼ି ରେକର୍ଡ କରିଛନ୍ତି | ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ଓ ଅଭିନନ୍ଦନ କରାଯାଇଛି |ଭୁବନେ୍ଶ୍ୱର ସ୍ଥିତ ୭ମ ବାଟାଲିୟନ ପଡିଆ ରେ ବିଭିନ୍ନ ଦୌଡ ପତିଯୋଗିତା ଆୟୋଜନ କରାଯାଇଥିଲା । ସେଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୬୦ ଜଣ ପ୍ରତିଯୋଗି ଭାଗ ନେଇଥିଲେ ।
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ଗାଁ ର ଅଲଟ୍ରା ମାରାଥନ ରନର୍ ତଥା ଆଇରନ ମ୍ୟାନ ସିଦ୍ଧାର୍ଥ ଶଙ୍କର ଦାଶ ଏହି ପ୍ରତିଯୋଗିତା ରେ ଭାଗ ନେଇ ୧୨ ଘଣ୍ଟା ରେ ୧୧୬ କି. ମି . ଦୌଡି ପ୍ରଥମ ସ୍ଥାନ ହାସିଲ କରିଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯୟନାରାୟଣ ପାତ୍ର ଏବଂ ପୂର୍ବ ଅଲମ୍ପିକ୍ ଖେଳାଳୀ ଅନୁରାଧା ବିଶ୍ବାଳ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ପୁରସ୍କାର ଦେବା ସହିତ ସେମାନଙ୍କ ଉତ୍ସହ ଓ ମନୋବଳ ବଢେଇବା ସହିତ ବିଜେତା ମାନଙ୍କୁ ପଦକ, ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ।ଗୋବିନ୍ଦପୁର ର ଗୋଲଖ ଚନ୍ଦ୍ର ଦାଶ ଓ ସୁମିତ୍ରା ଦାଶ ଙ୍କ ପୁଅ ସିଦ୍ଧାର୍ଥ ଭାରତୀୟ ସୈନ୍ୟ ବାହିନୀ ରୁ ଅବସର ନେଇ ଏବେ ନାଲକୋ ରେ କାର୍ଯ୍ୟରତ ରହି କ୍ରୀଡା ଜାରି ରଖି ଛନ୍ତି |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.