Take a fresh look at your lifestyle.

ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ପିକନିକ ସ୍ପଟ ସହ ଧର୍ମାନୁଷ୍ଠାନ ପରିସର ରେ ଜାରି କରାଗଲା ୧୪୪ ଧାରା 

0 38

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲାରେ ଥିବା ପ୍ରମୁଖ ଧର୍ମାନୁଷ୍ଠାନ ସପ୍ତସଯ୍ୟା ଏବଂ କପିଳାସ, ଦଣ୍ଡାଧର, ଦଦରାଘାଟି ଡ୍ୟାମ ସହିତ  ସଂଲଗ୍ନ ପରିସର ସହ ପିକ୍ନିକ୍ ସ୍ପଟ ମାନଙ୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି କଟକଣା। ଚଳିତ ମାସ ପଚିଶ ତାରିଖରୁ ଆସନ୍ତା ଜାନୁଆରୀ ଦୁଇ ତାରିଖ ଯାଏଁ ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ୨୪ ଗୋଟି ପ୍ରମୁଖ ଧାର୍ମିକ ଅନୁଷ୍ଠାନ ସହ ପାଞ୍ଚଟି ପିକନିକ ସ୍ପଟରେ ୧୪୪ ଧାରା ଆଇନ ଲାଗୁ କରାଯିବା ନିମନ୍ତେ ନିର୍ଦ୍ଦେଶ ହୋଇଛି।

ତେବେ,ଆଗକୁ ରହିଛି ନୂତନ ବର୍ଷର ଆଗମନ ଭୋଜିଭାତ କାର୍ଯ୍ୟକ୍ରମ, ସାମୁହିକ ଏକତ୍ରିତ ଗହଳିକୁ ଏଡ଼ାଇବା ସକାଶେ ବିଶେଷକରି ରାମିଆଳ ରିଭର ସିନିକ,ଗୁଣ୍ଡିଚାନାଳି, ଦଣ୍ଡାଧାର, ଦଦରାଘାଟି, ସାପୁଆ ପିକନିକ ସ୍ପଟକୁ କଡ଼ା କଟକଣା ମଧ୍ୟରେ ରଖାଯାଇଛି। କୋବିଡ଼ ୧୯ ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ଏ ସମସ୍ତ ସ୍ଥାନ ପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଉଥିବା ସହ ଯଥେଷ୍ଟ ପୂର୍ବରୁ ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସେଠୀ।

- Advertisement -

Leave A Reply

Your email address will not be published.