Take a fresh look at your lifestyle.

କୋଇଲା ଖାଦାନ୍ ରେ ନିଯୁକ୍ତି ନାହିଁ, ସଂସଦରେ ଉପସ୍ଥାପନ କଲେ ମହେଶ ସାହୁ

0 20

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ତାଳଚେର ଅଂଚଳରେ ମହାନଦୀ କୋଲ୍ ଫିଲ୍ଡ ଲିଃ କୋଇଲା ଖଣି ଖାଦାନ ଉତ୍ପାଦନ କରିବାରେ ବର୍ଦ୍ଧିତ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଦେଶରେ କୋଇଲା ଉତ୍ପାଦନ ହେଉଥିବା ଖାଦାନ ଗୁଡିକ ମଧ୍ୟରୁ ତାଳଚେର ଅଂଚଳରୁ ୩୦% କୋଇଲା ଉତ୍ପାଦିତ ହେଉଅଛି ।

ସଂସଦର ଶୀତକାଳୀନ ଅଧିବେସନରେ ସଂସଦୀୟ ଧାରା ୩୭୭ ରେ ଉପସ୍ଥାପନ କରି ଢେଙ୍କାନାଳ ସାଂସଦ ମହେଶ ସାହୁ କହିଥିଲେ ଯେ, ଦେଶର ଅନ୍ୟ ରାଜ୍ୟ ଯଥା ବିହାର, ଝାରଖଣ୍ଡ ଓ ପଶ୍ଚିମ ବଙ୍ଗରେ ଥିବା ଖଣିଗୁଡିକରେ କାର୍ଯ୍ୟରତ ଶ୍ରମିକ ସଂଖ୍ୟା ପାଖାପାଖି ୧ଲକ୍ଷ ହୋଇଥିବାବେଳେ ତାଳଚେର କୋଇଲା ଖଣିରେ ୨୧ହଜାର ଶ୍ରମିକ ନିଯୁକ୍ତି ପାଇଛନ୍ତି । କିନ୍ତୁ ଅନ୍ୟ ଖଣି ତୁଳନାରେ କମ୍ ଶ୍ରମିକ ଥିବାରୁ ଅତି କମ୍  ରେ 5 ହଜାର ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି କରାଯାଇପାରିଲେ କିଛି ଶ୍ରମିକ ନିଯୁକ୍ତି ଭିତିରେ ଉପକୃତ ହେବା ସହିତ ସ୍ଥାନୀୟ ଅଂଚଳବାସୀଙ୍କ ବହୁ ସମସ୍ୟାର ସମାଧାନ ହୋଇପାରିବ ।

ଏହା ବ୍ୟତୀତ ଅଂଚଳର ଅଧିକ ଶ୍ରମିକ ନିଯୁକ୍ତି ପାଇଲେ ମହାନଦୀ କୋଲ୍ ଫିଲ୍ଡ ଲିଃ (ଏମ୍.ସି.ଏଲ୍) ଉତ୍ପାଦନ ସହିତ ଯଥେଷ୍ଟ ଗୁରୁତ୍ୱ ବଢିବ ଓ ଅଂଚଳବାସୀ ଏହାର ସୁରକ୍ଷା ଦେବାରେ ସହାୟକ ହେବେ ବୋଲି ସାଂସଦ ଶ୍ରୀ ସାହୁ ସଂସଦରେ କୋଇଲା ମନ୍ତ୍ରୀ ଏହାର ବିଚାର ବିମର୍ଶକରି ସମାଧାନ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.