Take a fresh look at your lifestyle.

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଯୋଦ୍ଧାଙ୍କ ପାଇଁ ଢେଙ୍କାନାଳ ପୂର୍ବ ସୈନିକ ସଂଘର ଶ୍ରଦ୍ଧାଞ୍ଜଳି

0 10

ଢେଙ୍କାନାଳ: ଢେଙ୍କାନାଳ ପୂର୍ବ ସୈନିକ ସଂଘ ପକ୍ଷରୁ ଆଜି ସଂଧ୍ୟାରେ ବସ୍ଷ୍ଟାଣ୍ଡସ୍ଥିତ ଶହୀଦ୍ ସ୍ତମ୍ଭ ନିକଟରେ ମହମବତୀ ଜାଳି ଗତକାଲିର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟ ସେନାବାହିନୀର ମୁଖ୍ୟ ସିଡିଏସ୍ ବିପିନ୍ ରାୱତ୍ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ଯାତ୍ରା କରୁଥିବା ସଦସ୍ୟ ବୃନ୍ଦ ବିଶେଷ କରି ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ତାଳଚେର ବ୍ଲକ୍ କଣ୍ଢାଳ ପଂଚାୟତ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଶାସନ ନିବାସୀ ତଥା ଢେଙ୍କାନାଳ ସାଂସଦଙ୍କ ସଂପର୍କୀୟ ଶ୍ରୀବତ୍ସ ଦାସଙ୍କ ଶହୀଦ୍ ହୋଇଥିବା ପୁତ୍ର ରାଣାପ୍ରତାପ ଦାସଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ସହ ଢେଙ୍କାନାଳ ପୂର୍ବ ସୈନିକ ସଂଘର ସଭାପତି କୈଳାସ ଚନ୍ଦ୍ର ରାଉତ, ସଂପାଦକ ଦୁର୍ଯେ୍ୟାଧନ ବେହେରା, ସହ-ସମ୍ପାଦକ ବିଭୁତି ନନ୍ଦ, କୋଷାଧ୍ୟକ୍ଷ ନକୁଳ ସାହୁ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ମ୍ନ ରଥ, ସାଂସଦଙ୍କ ପୌରପରିଷଦ ପ୍ରତିନିଧି ରୁଦ୍ରାନ୍ତ ଦଳେଇ, ଜିଲ୍ଲା ବିଜେଡି ଅନୁସୂଚିତ ଜାତି ଓ ଜନଜାତି ପ୍ରକୋଷ୍ଠର ସଭାପତି କୈଳସ ଚନ୍ଦ୍ର ନାୟକ, କାହ୍ନୁ ଦଳେଇ, ଆଲୋକ ରଥ, ଚିତରଞ୍ଜନ ସାହୁ, ରାଜୁନ୍ ଖାଁ, ସାଜା ଖାଁ, ପପୁ ମହାନ୍ତି, ଦୁଷ୍ମନ୍ତ ମହାନ୍ତି, ମଦନ ବେହେରା ଓ ବହୁ ପୂର୍ବ ସୈନିକ ଯୋଗଦେଇଥିଲେ ।

- Advertisement -

Leave A Reply

Your email address will not be published.