Take a fresh look at your lifestyle.

ଏନ ଟି ପି ସି ଲେଡିଜ କ୍ଳବ ‘ତନଭି ସଂଗମ’ ପକ୍ଷରୁ ଶୀତବସ୍ତ୍ର ପ୍ରଦାନ

0 32

Get real time updates directly on you device, subscribe now.

କଣିହାଁ : ବର୍ତମାନ ଶୀତର ପ୍ରକୋପ ବୃଦ୍ଧି ପାଉଥିବାରୁ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷମାନେ ଅସହାୟ ଏବଂ ଆବଶ୍ୟକ କରୁଥିବା ବିଭିନ୍ନ ସ୍ଥାନରେ ଶୀତପ୍ରଦାନ କରୁଛନ୍ତି । ଏହି କ୍ରମରେଏନ ଟି ପି ସି, ତାଳଚେର କଣିହାର ଲେଡିଜ୍ କ୍ଲବ ତନଭି ସଙ୍ଗମ ପକ୍ଷରୁ ହଂଟିଙ୍ଗ୍ ଅଞ୍ଚଳ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶୀତବସ୍ତ୍ର  ବଣ୍ଟନ କରାଯାଇଛି ।

ଏହି ଅବସରରେ ଅନୁଷ୍ଠିତ ଶୀତବସ୍ତ୍ର ପ୍ରଦାନ କାର୍ଯ୍ୟକ୍ରମରେ ତନଭି  ସଙ୍ଗମର ସଭାନେତ୍ରୀ ସ୍ୱର୍ଣ୍ଣଲତା ରାଓ ଉପସ୍ଥିତ ରହି ପିଲାମାନଙ୍କୁ ଶୀତବସ୍ତ୍ର  ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିବା ସହ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ  ନିରୁପମା ଷଡଙ୍ଗୀ ଯୋଗଦାନ କରି ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଆବଶ୍ୟକ ସମୟରେ ସଠିକ୍ ସହଯୋଗ ପାଇଁ ତନଭି ସଂଗମର ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିବା ସହ ଅନୁଷ୍ଠାନକୁ ଧନ୍ୟବାଦ ଅର୍ପଣ କରିଥିଲେ । ଏନ ଟି ପି ସି-ଏଜିଏମ୍ (ସିଏସ୍ଆର୍) ରଫିକ୍ ଇସଲାମ , ମହିଳା କ୍ଲବର ବରିଷ୍ଠ ସଦସ୍ୟା ଓ କର୍ମକର୍ତାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.