Take a fresh look at your lifestyle.

ଭୂତ ନାଁରେ ଜମି ବିକ୍ରିକୁ ନେଇ ବାଇସିଙ୍ଗା ଗ୍ରାମରେ ଉତେଜନା

ତହସିଲଦାର, ଆର୍ଆଇଙ୍କୁ ତଦନ୍ତ ନିଦେ୍ର୍ଦଶ ଦେଲେ ଉପଜିଲ୍ଲାପାଳ

0 30

Get real time updates directly on you device, subscribe now.

କାମାକ୍ଷାନଗର: ୩୦ବର୍ଷ ତଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଗତ ମଇ ମାସରେ ଜମି ବିକି କରିଥିବା ଘଟଣାକୁ ନେଇ ବାଇସିଙ୍ଗା ଗାଁରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ବାଇଁସିଙ୍ଗା ଗ୍ରାମବାସୀ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଭେଟି ଏହାର ବିଧିବଧ ତଦନ୍ତ କରିବାକୁ ଦାବି କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ବାଇସିଙ୍ଗା ଗାଁରେ ଥିବା ରାଧାକୃଷ୍ଣ ମନ୍ଦିର ସେବା କରିବା ପାଇଁ ଗାଁର ସାମୂହିକ ଜମିକୁ ହରି ନାଏକ, ଯୋଗୀ ନାଏକ ଓ ରଘୁ ନାଏକଙ୍କୁ ପ୍ରଦାନ କରାଯାଇଥିଲା ।

ପରବର୍ତୀ ସମୟରେ ଉକ୍ତ ଜାଗାକୁ ସେମାନେ ନିଜ ନାଁରେ ପଟା କରାଇ ନେଇଥିଲେ । ଯାହାର ଖତିଆନ ନଂ ୩୭୭, ମୌଜା ବାଇସିଙ୍ଗା, ପ୍ଲଟ ନଂ ୨୦୯୨ରେ ୪୨ଡେସିମିଲ୍ ଜମି ରହିଥିଲା । ଉକ୍ତ ଜମି ବିକିବାକୁ ନେଇ ବାଇସିଙ୍ଗା ଗାଁରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଉକ୍ତ ଜମି ଚଳିତ ବର୍ଷ ମଇମାସରେ ବି୍ରକି ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠେ, ମନ୍ଦିର ସେବକ ଭାବେ ନିଯୁକ୍ତ ପରିବାର କିପରି ସାମୂହିକ ଜମିକୁ ବିକ୍ରି କରିଛି ଏବଂ କାହା ଇଙ୍ଗିତରେ ଏତବଡ଼ ଜମି ଦୁର୍ନୀତି ହୋଇଛି, ତାହା ତଦନ୍ତସାପେକ୍ଷ ।

କାହା ଇଙ୍ଗିତରେ ଉକ୍ତ ଚାନ୍ଦନା କିସମ ଜମିକୁ ରାତାରାତି ଘରବାରୀ କିସମରେ ପରିବର୍ତନ କରି ୩୦ବର୍ଷ ତଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଚଳିତ ବର୍ଷ ମଇମାସରେ ଜମି ବିକ୍ରି କରିଛି । ଏଭଳି ଦୁର୍ନୀତିର ବିଧିବଧ ତଦନ୍ତ ପାଇଁ ବାଇସିଙ୍ଗା ଗ୍ରାମବାସୀ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏନେଇ କାମାକ୍ଷାନଗର ଉପଜିଲ୍ଲାପାଳ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତହସିଲଦାର, ଆର୍ଆଇଙ୍କୁ ତଦନ୍ତ ନିଦେ୍ର୍ଦଶ ଦେବାସହ ଦୋଶୀମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.