Take a fresh look at your lifestyle.

୨ଲକ୍ଷ ଟଙ୍କାର ଚୋରା ମଦ ସହ କାର ଜବତ, ୪ଗିରଫ

0 20

ଧାମନଗର: ଧାମନଗର ବ୍ଲକ ଅଂଚଳରେ ଦିନକୁ ଦିନ ନିଶା କାରବାର ସହ ମଦ ବେପାର ବୃଦ୍ଧି ପାଉଥିବାବେଳେ ଧାମନଗର ଠାରେ ଥିବା ଅବକାରୀ ବିଭାଗ ଥାନା ଏଥିରେ କୌଣସି ପଦକ୍ଷେପ ନେଉନାହିଁ ବରଂ ମଦବେପାରୀଙ୍କ ଠାରୁ ମାସିକିଆ ବଟିନେଇ ଚୁପ୍ ଚାପ ବସିଯାଉଛି । ହେଲେ ଏହି ଚୋରା ମଦ କାରବାରକୁ ପୋଲିସ ଅଧିକାଂଶ ସମୟରେ ଚଢାଉ କରି ଅବକାରୀ ବିଭାଗ ଦାୟିତ୍ୱ ତୁଲାଉଛି ।

ଅବକାରୀ ବିଭାଗ ଭଦ୍ରକ ନିଦେ୍ର୍ଦଶ କ୍ରମେ ଆଜି ଏକ ସ୍କ୍ୱାର୍ଡ଼ ଧାମନଗର ବ୍ଲକର କୋଠାର ଛକ ନିକଟରେ ପେଟ୍ରୋଲିଂ କରୁଥିବାବେଳେ ବାଲେଶ୍ୱର ଜିଲ୍ଳା ମାର୍କୋଣାରୁ ଧୂଷୁରୀ ଥାନା ଅଂଚଳର ଗୋଡ଼ିପୋଖରୀ ଗ୍ରାମକୁ ଆସୁଥିବା ଏକ ନମ୍ବର ବିହିନ ମଦ ବୋଝେଇ କାରକୁ ଏହି ସ୍କ୍ୱାର୍ଡ଼ ଧରିଥିବାବେଳେ ସମ୍ପୃକ୍ତ ୪ ଅଭିଯୁକ୍ତ ନରେନ୍ଦ୍ର କୁମାର ବେହେରା, ପୁରୁଣା ବଜାର ଥାନା ମିର୍ଜାପୁର ଗ୍ରାମର ବାବୁଲି ସାମଲ, ତିହିଡ଼ି ଥାନାର ରାଜକିଶୋର ପୁହାଣ ଓ ଭଦ୍ରକ ଗ୍ରାମାଂଚଳର ଥାନାର ଜଳଙ୍ଗା ଗ୍ରାମର ରିଂଟୁ ଜେନାକୁ ଗିରଫ କରି ମଦ ଜବତ କରିଥିଲେ ।

ଏହି ଚୋରା ମଦର ଆନୁମାନିକ ମୂଲ୍ୟ ୨ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ହେବବୋଲି ଅବକାରି ବିଭାଗ ପକ୍ଷରୁ ସୂଚନା ମିଳିଛି । ଉକ୍ତ ଚୋରା ମଦ ଚଢାଉ ବେଳେ ଭଦ୍ରକ ଅବକାରୀ ବିଭାଗ ଥାନାର ଥାନା ଅଧିକାରୀ ସନ୍ତୋଷ ବଳ, ଏଏସ୍ଆଇ ପୁରୁଷୋତମ ମଲ୍ଲିକ, କନେଷ୍ଟବଳ ରମେଶ ନାୟକ, ପ୍ରଦୀପ ମଲ୍ଳିକ, ଅଜିତ୍ ସିଂ ଓ ସନ୍ଧ୍ୟାରାଣୀ ସେନାପତୀ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.