Take a fresh look at your lifestyle.

ଗଣେଶ ପୂଜାରେ ହାତୀ ମଣିଷ ଲଢେଇ ଉପରେ ସଚେତନତା

0 14

ଢେଙ୍କାନାଳ,୨୪ା୯: ଚଳିତ ବର୍ଷ ଶ୍ରୀ ଶ୍ରୀ ଗଣେଶ ପୂଜା ପ୍ରତିଷ୍ଠାନ ରାଧାକୃଷ୍ଣ ବଜାର ପୂଜୋତ୍ସବକୁ କେବଳ ପୂଜା ଏବଂ ଭାସାଣି ଉତ୍ସବରେ ସିମିତ ନରହି ହାତୀ ମଣିଷ ଲଢେଇରେ ଓଡିଶା ଏବଂ ଢେଙ୍କାନାଳ ଜିଲ୍ଲାରେ ହେଉଥିବା ଉଭୟ ହାତୀ ମୃତୁ୍ୟ ଏବଂ ମଣିଷ ମୃତୁ୍ୟ ସଂଖ୍ୟାକୁ ହ୍ରାସ ଦିଗରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ବିଗତ ଦଶ ବର୍ଷରେ ରାଜ୍ୟରେ ୭୮୪ ହାତୀ ମୃତୁ୍ୟ ହୋଇଥିବାବେଳେ ମଣିଷଙ୍କ ମୃତୁ୍ୟ ୯୨୫ ରେ ପହଁଚିବା ହେତୁ ସଭାପତି ବିଶ୍ୱ ରଞ୍ଜନ ଓଝା ଏବଂ ସମସ୍ତ କମିଟି ସଦସ୍ୟ ମଖ୍ୟତଃ ଇଲେକ୍ଟିସିଟିରେ ହାତୀ ମୃତୁ୍ୟ ସଂଖ୍ୟା ହ୍ରାସ ନିମନ୍ତେ ସୋଲାର କରେଂଟ୍ ବ୍ୟବହାର ଦିଗରେ ସଚେତନ କରାଇଛନ୍ତି ।

ଜଙ୍ଗଲ ଜମିକୁ ସୁରକ୍ଷା କଲେ ଉଭୟ ହାତୀ ଏବଂ ମଣିଷ ମୃତୁ୍ୟ ହାରକୁ ହ୍ରାସ କରାଯାଇପାରିବ ଏବଂ ଏହା କେବଳ ଓଡିଶା, ଭାରତରେ ନୁହେଁ ସାରା ବିଶ୍ୱରେ ପରିବେଶ ସନ୍ତୁଳନ ଦିଗରେ ସହାୟକ ହୋଇପାରିବା ନେଇ ସଭାପତି ବିଶ୍ୱ ରଞ୍ଜନ ଓଝା ସଚେତନ କାର୍ଯ୍ୟକ୍ରମ ଦ୍ୱାରା ଏକ ଛୋଟ ପ୍ରୟାସ କରାଯାଇଛି । ଢେଙ୍କାନାଳ ଜିଲ୍ଲାରେ ହାତୀ ସହିତ ସେଲ୍ଫି ନେବା ନେଇ ବନ ବିଭାଗ କର୍ମଚାରୀଙ୍କ ସହିତ ଦୁଃବ୍ୟବହାରକୁ ରୋକିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

- Advertisement -

Leave A Reply

Your email address will not be published.