Take a fresh look at your lifestyle.

ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ ବାଘମୁଣ୍ଡାରେ ଉତ୍ସବ

0 29

Get real time updates directly on you device, subscribe now.

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):ମହାମହିମ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟରେ ବିଜୟ ଲାଭ କରିଥିବାରୁ କଙ୍କଡାହାଡ଼ ବ୍ଲକ କୁଟୁରିଆ ପଂଚାୟତ ବାଘମୁଣ୍ଡା ଗ୍ରାମ ହନୁମାନ ଯାତ୍ରା ପଡିଆ ଠାରେ ବିଜୟ ଉତ୍ସବ ପାଳନ ହୋଇଥିଲା । ପ୍ରଥମ ଆଦିବାସୀ ମହିଳା ହେବା ସହିତ ଜଣେ ଓଡ଼ିଆ ଭାବରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଇଥିବାରୁ ଓଡ଼ିଆ ଏବଂ ମହିଳାଙ୍କ ପାଇଁ ଏହା ଗର୍ବ ଓ ଗୌରବ ।

ବାଘମୁଣ୍ଡା ହନୁମାନ ଯାତ୍ରା ପଡିଆ ଠାରେ ଗ୍ରାମର ଶତାଧିକ ଆଦିବାସୀ ଲୋକମାନେ ଏକତ୍ରିତ ହେଇ ଆଦିବାସୀ ପାରମ୍ପରିକ ରୀତିନୀତି ଅନୁସାରେ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କୁଟୁରିଆ ସରପଞ୍ଚ ରଞ୍ଜିତ କୁମାର ସାହୁ, ସମିତି ସଭ୍ୟା ଲଷ୍ମୀପ୍ରିୟା ନାୟକ,ୱାଡ଼ ମେମ୍ବର ଧ୍ରୁବଚରଣ ସିଂହ,ବାଘମୁଣ୍ଡା ଗ୍ରାମ ସଭାପତି ନରୋତ୍ତମ ସିଂହ,ଅଭୟ ନାୟକ,ସଦାନନ୍ଦ ସିଂହ,ଆଦିବାସି ନେତା ସମାଇ ସୋରେନ,ମାନସ ସିଂହ, କୁନ୍ତଳା ସିଂହ ଉପସ୍ଥିତ ଥିଲେ ।

ବିଜୟ ଉତ୍ସବ ରେ ବାଘମୁଣ୍ଡା ଗ୍ରାମ,ଧଉରାବାଣୀ ଗ୍ରାମର ଶତାଧିକ ଆଦିବାସୀ ସମ୍ପ୍ରଦାୟର ଜନସାଧାରଣ ଯୋଗ ଦେଇଥିଲେ ।ଶେଷରେ ଖାଦ୍ୟ ପାନୀୟ ର ବ୍ୟବସ୍ଥା କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.