Take a fresh look at your lifestyle.

କୁଳାଙ୍ଗାର ପୁଅ

0 21

Get real time updates directly on you device, subscribe now.

କିରାଣୀ ଚାକିରି ଟେ କରିଥିଲି ବୋଲି
ଏବେ ବସିକି ପେନସନ ପାଉଛି
ସେହି ପେନସନ ଗଣ୍ଡାକେ
ପରିବାର ମୋ ଚଳୁଛି।(୧)
ପୁଅ ମୋର ବୁଲେଟ ଚଢିକି
ବେକାର ହୋଇକି ବୁଲୁଛି
ଲଭ ମ୍ୟାରେଜ କରି ସେ ସ୍ତ୍ରୀ ଆଣି ଘରେ ରଖିଛି।
ପେନସନ ଟଙ୍କାରେ ସ୍ତ୍ରୀ କୁ ସେ ସପିଙ୍ଗ କରେଇ ନେଉଛି।(୨)
ବରବାଦ କରି ଅଧା ଟଙ୍କା ସେ ଅବାଟେ ଉଡେଇ ଦେଉଛି,
ବାକି ଅଧା ଆମ ବୁଢ଼ା ବୁଢୀ ଙ୍କର ଔଷଧ ପାଣିରେ ଯାଉଛି,
ଏଥିପାଇଁ ମୋ ବ୍ଲଅଡ ପ୍ରେସର ବଢୁଛି
ଏହା ଦେଖି ଆମ ବୁଢ଼ା ବୁଢୀ ଙ୍କର ନିଇତି ଭାଳେଣି ପଡୁଛି।(୩)
କ’ଣ କରିବି କେମିତି ଚଳିବି
ସେ କଥା ସରବଦା ଭାବୁଛି
କୁଳାଙ୍ଗାର ଟାକୁ ଜନମ କରିକି
ମୁଁ ଆଜି ହନ୍ତ ସନ୍ତ ହେଉଛି।(୪)
ନିଇତି ପ୍ରଭୁଙ୍କୁ ଡାକୁଛି
ମୋ କୁଳାଙ୍ଗାର ଟାକୁ
ଟିକେ କୂଳେ ଲଗାଇବାକୁ
ନିଇତି ବିକଳ ହେଉଛି।(୫)

ବିକାଶ କୁମାର ହୋତା
ଗ୍ରାମ -ଆମ୍ବପଡା,ପୋ-କରମୂଳ
ଜିଲ୍ଲା -ଢେଙ୍କାନାଳ
Mob -8658292051
7008928798

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.