Take a fresh look at your lifestyle.

ବଣୁଆ ହାତୀ ପଲଙ୍କ ଜଳକ୍ରୀଡା 

0 9

ଢେଙ୍କାନାଳ : ଢେଙ୍କାନାଳ ଜିଲାରେ ବଣୁଆ ହାତୀଙ୍କର ଉପସ୍ଥିତି ସର୍ବାଗ୍ରେ ରହିଛି । ତେବେ ଏଠାରେ ହାତୀ ମଣିଷ ବିବାଦ ଉଗ୍ର ରୁପ ନେଇଥିବା ବେଳେ ହାତୀ ଆକ୍ରମଣରେ ଜୀବନ ହାନି ଏବଂ ବିଭିନ୍ନ କାରଣକୁ ନେଇ ହାତୀ ମାନଙ୍କର ମୃତୁ୍ୟ ଚର୍ଚ୍ଚାରେ ରହିଆସିଛି । ଏହିପରିପ୍ରେକ୍ଷୀରେ ଆଜି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ହାତୀ ପଲ ଏକ ଗ୍ରାମ୍ୟପୋଖରୀରେ ଜଳକ୍ରୀଡା କରୁଥିବାର ଦୃଶ୍ୟ ଦେଖିବା ଲୋକ ମାନଙ୍କ ମଧ୍ୟରେ ଭିଡ ଲାଗିରହିଥିଲା । ଲୋକମାନେ ହାତୀ ମାନଙ୍କର ଫଟୋ ଉଠାଇ ମଜା ନେଉଥିଲେ । ଏହି ଫଟୋ ଏବଂ ଭିଡିଓ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି । ହିନେ୍ଦାଳ ବନାଂଚଳ ଅନ୍ତର୍ଗତ ମଧୁପୁର ଗ୍ରାମ ନିକଟରେ ରହିଥିବା ଘଂଚ ସରଂକ୍ଷିତ ଜଙ୍ଗଲରୁ ଅପରାହ୍ନ ୪ଟାରେ ହାତୀପଲ ବାହାରି ଗାଁ ପୋଖରୀରେ ପ୍ରବେଶ କରିଥିଲେ । ପୋଖରୀରୁ ପାଣି ପିଇବା ପରେ ହାତୀ ମାନେ ଶୁଣ୍ଢରେ ପାଣି ପରଷ୍ପର ଉପରେ ଢାଳି ଥିବାର ଦୃଶ୍ୟ ଦେଖିବା ପାଇଁ ଲୋକମାନଙ୍କର ଭିଡ ଲାଗିରହିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ସେଠାରେ ପହଂଚି ଲୋକମାନଙ୍କୁ ହଟାଇବା ପରେ ହାତୀପଲ ପୁନଶ୍ଚ ଖାଦ୍ୟ ଅନ୍ୱେଷଣରେ ଚାଲିଯାଇଥିବା ସୁଚନା ମିଳିଛି ।

- Advertisement -

Leave A Reply

Your email address will not be published.