Take a fresh look at your lifestyle.

ଗଡନୃସିଂହପ୍ରସାଦ : ସରପଂଚ ,ସମିତିସଭ୍ୟା ପ୍ରାର୍ଥୀଙ୍କ ମିଳିତ ପ୍ରଚାର ଜମୁଛି

0 199

Get real time updates directly on you device, subscribe now.

ଭୁବନ : ଭୁବନ ବ୍ଲକର ପ୍ରତ୍ୟେକ ପଂଚାୟତ ରେ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ମାନେ ଅଲଗା ଅଲଗା ଭାବେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଗଡନୃସିଂହପ୍ରସାଦ ପଂଚାୟତରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି ।

ଅନୁସୂଚିତ ଜାତି ମହିଳା ଙ୍କ ନିମନ୍ତେ ସଂରକ୍ଷଣ ଥିବା ଏହି ପଂଚାୟତରେ ଝିଲ୍ଲୀ ବେହେରା (ଖୋଲାବହି ) , ପ୍ରତିମଂଜରୀ ଦେହୁରୀ (ମାଛ), ମମତା ସେଠୀ (ସୂର୍ଯ୍ୟ) ଓ ଶ୍ରୀମତୀ ପାତ୍ର (ଖୋଲାଛତା) ଚିହ୍ନରେ ଲଢୁଥିବା ବେଳେସମିତିସଭ୍ୟା ପ୍ରାର୍ଥôନୀ ଭାବେ ଯଶୋଦା ନାଏକ (କେଟିଲ) , ରୀନା ନାଏକ (ଷ୍ଟୁଲ) ଓ ଲତା ବେହେରା (ବସ) ଚିହ୍ନରେ ନିର୍ବାଚନ ଲଢୁଛନ୍ତି ।

ସରପଂଚ ପ୍ରାର୍ଥôନୀ ଝିଲ୍ଲୀ ବେହେରା ଓ ସମିତିସଭ୍ୟା ପ୍ରାର୍ଥôନୀ ରୀନା ନାଏକ ମିଳିତଭାବେ ଗାଁଗାଁ ବୁଲି କେନ୍ଦ୍ରସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଇବା ସହିତ ୫୩ ନମ୍ବର ଜାତୀୟ ରାଜପଥ ଓ ଅନୁଗୁଳ-ସୁକିନ୍ଦା ରେଳପଥ ସବୁକିଛି କେନ୍ଦ୍ର ସରକାରଙ୍କ ଅବଦାନ ବୋଲି କହୁଛନ୍ତି ।

ବିକାଶ ପାଇଁ ତାଙ୍କୁ ଭୋଟ ଦେବାକୁ ନିବେଦନ କରୁଛନ୍ତି । ଉଭୟ ପ୍ରାର୍ଥୀ ଙ୍କ ମିଳିତ ପ୍ରଚାର ବେଶ୍ଜ ମୁଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.