Take a fresh look at your lifestyle.

ନିହଲପ୍ରସାଦ: ୪ଟି ବୁଥରେ ହେବ ସାନି ମତଦାନ

0 82

Get real time updates directly on you device, subscribe now.

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଲକ ନିହଲପ୍ରସାଦ ଗ୍ରାମ ପଂଚାୟତର ୨, ୬, ୭,୧୧ ଆଦି ୪ଟି ବୁଥରେ ଆସନ୍ତା ୨୩ ତାରିଖରେ ପୁନଃ ମତଦାନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

କମିଶନଙ୍କ ବିଜ୍ଞପ୍ତି ଆଧାର ରେ ଜିଲାପାଳ ସରୋଜ କୁମାର ସେଠୀ ସାନି ମତଦାନ ପାଇଁ ପ୍ରକିୟା ଆରମ୍ଭ କରିଛନ୍ତି । ୨୩ ତାରିଖ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କଡା ସୁରକ୍ଷା ବଳୟ ମଧ୍ୟରେ ମତଦାନ କରାଯିବ ।

ରାଜ୍ୟ ନିର୍ବାଚନ କମିଶନଙ୍କ ଠାରୁ ପତ୍ର ମିଳିବା ପରେ ପ୍ରସ୍ତୁତି ଆରମ୍ଭ ହୋଇଛି । ୨ନଂ ବୁଥରେ ୫୪୭ ଭୋଟର, ୬ନଂ ବୁଥରେ ୩୭୦, ୭ନଂ ବୁଥରେ ୭୪୪ ଓ ୧୧ନଂ ବୁଥରେ ୪୩୮ ଭୋଟର ମିଶି ମୋଟ ୨୦୯୯ ଭୋଟର ରହିଛନ୍ତି ।

ଏଠାରେ ସୂଚନାଥାଉକି ଗତ ଫେବୃଆରୀ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଗଁଦିଆ ବ୍ଲକର ନିହଲପ୍ରସାଦ ଗ୍ରାମ ପଂଚାୟତରେ ୨, ୬, ୭ ଓ ୧୧ନଂ ବୁଥ ଜବରଦଖଲ ହୋଇଥିଲା ।

ପୁଲିଂ ଅଫିସର ପୂର୍ଣ୍ଣଚନ୍ଦ୍ର ରାଉଳଙ୍କୁ ଆକ୍ରମଣ ସହିତ ଦୁର୍ବୃତମାନେ ଭୋଟ ବାକ୍ସକୁ ଲୁଟି ନେଇଥିଲେ । ଏହି ଘଟଣାରେ ଏକ ବୋଲେରୋ ଓ ବାଇକକୁ ଭଙ୍ଗାରୁଜା ହୋଇଥିଲା । ଏହି ଘଟଣାରେ ନିହଲପ୍ରସାଦ ଥାନା ପୋଲିସ ଏକ ମାମଲା ରୁଜୁ କରି ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.